ଭୋଟଦାନରୁ ବଞ୍ଚିତ ହେଲେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର

ଢେଙ୍କାନାଳ,୨୬ା୫(ରତନ ନାୟାର): ଢେଙ୍କାନାଳର ବିଶିଷ୍ଟ ସାହିତି୍ୟକ, ଗବେଷକ ଓ ଭାଷାବିତ୍‌ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଶନିବାର ଭୋଟଦାନରୁ ବଞ୍ଚିତ ହୋଇଛନ୍ତି। ସେ ଓ ତାଙ୍କ ସ୍ତ୍ରୀ ଛାୟାରାଣୀ ମିଶ୍ର ଏବଂ ପୁତ୍ର ଅସିତ କୁମାର ମିଶ୍ର ଭୋଟ ପରିଚୟପତ୍ର ନେଇ ଢେଙ୍କାନାଳ ସହର କାଠଗଡ଼ା ସେବାଶ୍ରମ ବିଦ୍ୟାଳୟରେ ଥିବା ୧୬୯ନଂ. ବୁଥ୍‌କୁ ଯାଇଥିଲେ। ହେଲେ ଭୋଟର ତାଲିକାରେ ପଦ୍ମଶ୍ରୀ ମିଶ୍ରଙ୍କ ସହିତ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ନାମ ନ ଥିଲା। ହୁଇଲ ଚେୟାରରେ ଯାଇ ବୁଥ୍‌ରେ ପହଞ୍ଚିଥିବା ପଦ୍ମଶ୍ରୀର ମିଶ୍ର ଭୋଟର ଲିଷ୍ଟରେ ନାମ ନ ଥିବା ଜାଣି ନିରାଶ ହୋଇ ଫେରିଥିଲେ। ଏହାକୁ ନେଇ ସେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଚରମ ବିଶୃଙ୍ଖଳା କରିଥିବା ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ସେ ଜାତୀୟ ନିର୍ବାଚନ କମିଶନର, ରାଜ୍ୟ ନିର୍ବାଚନ ଅଧିକାରୀ, ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କୁ ଜଣାଇଛନ୍ତି। ତାଙ୍କୁ ମତଦାନ କରିବାକୁ ସୁଯୋଗ ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି। ଏହି ଘଟଣା ସହରରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୧୮ରେ କୃଷକଙ୍କ ଖାତାକୁ ଆସିବ ଟଙ୍କା: କେଉଁ ଜିଲାରେ କେଉଁ ମନ୍ତ୍ରୀ ଉପସ୍ଥିତ ରହିବେ ଆସିଲା ଲିଷ୍ଟ

ଭୁବନେଶ୍ୱର,୧୭।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୧୮ ଜୁନରେ ଉତ୍ତରପ୍ରଦେଶର ବାରାଣସୀରୁ ବଣ୍ଟନ କରାଯିବ। ୧୭ତମ...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ, ସୋସିଆଲ ମିଡିଆରେ ଲେଖିଲେ…

ଭୁବନେଶ୍ୱର,୧୭ା୬: ସୋମବାର ସକାଳେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବାରୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ…

ନୂଆଦିଲ୍ଲୀ, ୧୭।୬: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଆଜି ଜାତୀୟ ତଦନ୍ତକାରୀ ବିଭାଗ (ସିଆଇଡି) ନିକଟରେ...

ଜନ୍ମଦିନ ଭୋଜି ଖାଇ ଫେରିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଲା କାର୍‌, ୪ ସାଙ୍ଗ ମୃତ

ଖଡ଼ିଆଲ,୧୭ା୬(ମକାରୁ ବେମାଲ): ଭବାନୀପାଟଣା ଲଛିପୁର ଛକ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଚାରି ଜଣ ପ୍ରାଣ ହରାଇଛନ୍ତି। ଟ୍ରାକ୍ଟରକୁ କାର୍‌ ଧକ୍କା...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri