ପରପାରିରେ ପଦ୍ମଶ୍ରୀ ନନ୍ଦ ସାର୍‌

ଭୁବନେଶ୍ୱର,୭।୧୨(ବ୍ୟୁରୋ): ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କର ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ହୋଇଥିଲା। କୋଭିଡ୍‌ରେ ଆକ୍ରାନ୍ତ ହୋଇ ନନ୍ଦ ସାର୍‌ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ନାତି ଖଗେଶ୍ୱର ପୃଷ୍ଟି ଏହି ସୂଚନା ଦେଇଛନ୍ତି।
ନଭେମ୍ବର ୨୯ ତାରିଖରେ ନନ୍ଦ ସାର ଅସୁସ୍ଥ ହୋଇଥିଲେ। ପରେ ତାଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେହି ଦିନ ରାତିରେ ତାଙ୍କୁ ଜିଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୩ ଦିନ ତଳେ ସେଠାରୁ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଗ୍ରହଣ କରିବା ପରେ ସେ ରାଷ୍ଟ୍ରପତିଙ୍କୁ ଆର୍ଶୀବାଦ ଦେଉଥିବା ବେଳର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବିଧାନସଭା

ଭୁବନେଶ୍ୱର,୧ା୯(ବ୍ୟୁରୋ):ବୁଧବାରଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ଯାଏ ଚାଲିବ। ଏହି ଅଧିବେଶନରେ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ...

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ତାଲା, ଗେଟ୍‌ ବାହାରେ ବସି ରହିଲେ କୁନିକୁନି ପିଲା

ହିଞ୍ଜିଳିକାଟୁ,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ. ୧୫ର ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଧବାର ସକାଳୁ ଠିକ୍‌ ସମୟରେ ଖୋଲି ନ ଥିବା ବେଳେ...

ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ୧୨ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ୧୨ଟି...

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁ ସବୁଜ ସଙ୍କେତ

କଟକ ଅଫିସ,୧୯ା୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ପାଇଁ ରହିଥିବା ଅଦାଲତ କଟକଣା ଏବେ ଅପସରି ଯାଉଛି। ଏହି ପୁରସ୍କାର ପ୍ରଦାନ ଉପରେ ଜାରି...

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ୮ ଦିନ ପରେ ବି ୬ ଜଣଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ୍‌,୧୪ା୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୮ ଦିନ ବିତିଛି। କିନ୍ତୁ ଅଦ୍ୟାବଧି ୬ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ...

ପୋଲିସର ବିଫଳତା ବିରୋଧରେ ଅଭିନବ ପ୍ରତିବାଦ: ଜୋତା ପଲିସ କଲେ ପୂର୍ବତନ ଭିଜିଲାନ୍ସ ଏସ୍‌ପି

ବାଲେଶ୍ୱର ଅଫିସ, ୨୧।୧୦-ବାଲେଶ୍ୱର ସହରରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ରାଜ୍‌। ଦୁର୍ବୃତ୍ତମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ତରାଜ ଚଳାଇଛନ୍ତି। ପୋଲିସ ଏହାକୁ...

ରାଉରକେଲା ଅଖା ଗୋଦାମରେ ଅଗ୍ନିକାଣ୍ଡ

ରାଉରକେଲା,୨୮।୩: ରାଉରକେଲା ପାଓ୍ବାର ହାଉସ୍‌ ରୋଡ୍‌ ଏକ ଇଂଲିଶ ମିଡିୟମ ସ୍କୁଲ ନିକଟରେ ଥିବା ଅଖା ଗୋଦାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ...

ମହାନଦୀରେ ଡଙ୍ଗା ବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ

ବଡମ୍ବା,୧୧ା୧(ଡି.ଏନ୍‌.ଏ.): ମହାନଦୀରେ ନୌବିହାର ବେଳେ ଡଙ୍ଗାବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଥିବାବେଳେ ୨ଜଣଙ୍କୁ ସ୍ଥାନୀୟ କେତେଜଣ ଲୋକ ଉଦ୍ଧାର କରିଛନ୍ତି। ବଡମ୍ବା ଥାନା ଅନ୍ତର୍ଗତ ମା’ଭଟ୍ଟାରିକାଙ୍କ...

Advertisement
Archives

Model This Week