ଧାନକିଣା ପ୍ରସଙ୍ଗ: ୨ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର,୨୬ା୧(ରବିନାରାୟଣ ଜେନା):ରାଜ୍ୟରେ କୃଷକମାନଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜୁ ଜନତା ଦଳ(ବିଜେଡି) ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବା ସହିତ ଆନ୍ଦୋଳନର ଚେତାବନୀ ଦେଇଛି।
ଶଙ୍ଖ ଭବନରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଭାଜପା ଚାଷୀମାନଙ୍କୁ କେବଳ ଭୁଆଁ ବୁଲାଉଛି। ପ୍ରଥମେ ଚାଷୀମାନଙ୍କୁ ସାର ମୁଠାଏ ଦେବା ପାଇଁ ହନ୍ତସନ୍ତ କରିବା ପରେ ଏବେ ଉତ୍ପାଦିତ ଧାନ କିଣିପାରୁନାହିଁ। ଏହାକୁ ନେଇ କୃଷକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଭାଜପା ରାଜ୍ୟର ଶାସନ ଭାର ହାତକୁ ନେବାପରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି।
ପ୍ରସନ୍ନ ଆହୁରି କହିଛନ୍ତି, ଚଳିତବର୍ଷ ରାଜ୍ୟରେ ପ୍ରଥମଥର ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟରେ ଚଳିତବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଏବେସୁଦ୍ଧା ମାତ୍ର ୨୯ପ୍ରତିଶତ ଚାଷୀଙ୍କଠାରୁ ଧାର୍ଯ୍ୟ ୭୩ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ମାତ୍ର ୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଅର୍ଥାତ୍‌ ମାତ୍ର ୩୪ପ୍ରତିଶତ ଧାନ କିଣାଯାଇଛି। ଏହି ସମୟ ମଧ୍ୟରେ ଛତିଶଗଡ଼ ୧ ଲକ୍ଷ ୨୬ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରିଛି। ଓଡ଼ିଶା ଧାନ ସଂଗ୍ରହରେ କିପରି ବିଫଳ ହୋଇଛି ତାହା ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଧାନ ସଂଗ୍ରହ ତଥ୍ୟ ଦେଖିଲେ ସ୍ପଷ୍ଟ ହେଉଛି।
ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଭାଜପା ବିନା କଟ୍‌ନି ଛଟ୍‌ନିରେ ଧାନ କିଣିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ବ୍ୟାପକ କଟ୍‌ନି ଛଟ୍‌ନି ହେଉଛି। ବିଧାୟକ ଅରୁଣ କୁମାର ସାହୁ କହିଥିଲେ, ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ, ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଛନ୍ତି। ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ଇତ୍ୟାଦି ଘଟଣା ଅହେତୁକ ଭାବେ ବୃଦ୍ଧିପାଇଛି। ସଂଖ୍ୟାଲଘୁମାନେ ଭୀତତ୍ରସ୍ତ ଅଛନ୍ତି। ରାଜ୍ୟର ପୋଲିସ ଷ୍ଟେଶନଗୁଡ଼ିକ ଏବେ ଭାଜପା ନେତା ଓ କର୍ମୀଙ୍କ କବ୍‌ଜାରେ, ସାଧାରଣ ଲୋକଟିଏ ଏବେ ଥାନାକୁ ଯିବା ପାଇଁ ଭୟ କରୁଛି। ଏହାକୁ ନେଇ ଫେବୃଆରୀ ୨ରୁ ୧୭ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଓ ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ ହେବ ବୋଲି ସାହୁ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଟୁକୁନି ସାହୁ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ

ରାୟଗଡ଼ା, ୯।୧୧ (ଜଗନ୍ନାଥ ଗୌଡ଼): ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ(76)। ୨୦୧୦ ମସିହା ଡିସେମ୍ବର…

ପାକିସ୍ତାନୀ ବୋଲରଙ୍କ ବୟସକୁ ନେଇ ବଡ଼ ପ୍ରଶ୍ନ, ବୟସ ଲୁଚାଇ ଖେଳୁଛନ୍ତି ଅଣ୍ଡର-୧୯ ଟୁର୍ନାମେଣ୍ଟ! ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ, ୯।୧୧: ପାକିସ୍ତାନର ଯୁବ ଦ୍ରୁତ ବୋଲର ଅଲି ରଜା ଏବେ ଚର୍ଚ୍ଚାରେ ଅଛନ୍ତି। ରବିବାର ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ବିପକ୍ଷରେ ସେ ୩ଟି…

ଏମିତି ବି ଆସେ ମୃତ୍ୟୁ… କ୍ଲାସ୍‌ରୁମ୍‌ରେ ଟଳିପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ରାଜକନିକା,୯।୧୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ତ୍ରିଲୋକ୍ୟପୁର ପଞ୍ଚାୟତ ଆୟତନସ୍ଥିତ କମଳା ମଡେଲ ଆଦର୍ଶ ଉଚ୍ଚ ବାଳିକା ବିଦ୍ୟାଳୟରେ ସୋମବାର ଘଟିଛି ଏକ ଦୁଃଖଦ…

ପୁରୁଷୋତ୍ତମପୁର ଅଦାଲତରେ ଜାତୀୟ ଆଇନ ସେବା ଦିବସ: ସହାୟତା ଯୋଗାଣ ଉପରେ ଗୁରୁତ୍ୱ

ପୁରୁଷୋତ୍ତମପୁର, ୯।୧୧ (ସବିତା ମିଶ୍ର): ଅର୍ଥ ଅଭାବରୁ ଯେପରି କେହି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ମାଗଣା ଆଇନ ସହାୟତା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ…

ଆଜିଠୁ ଫୁଟାଇ ପାରିବେନି ରକେଟ୍ ବାଣ, ଜାରି ହେଲା କଟକଣା

ମୁମ୍ବାଇ,୯।୧୧: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଗ୍ନିକାଣ୍ଡ ଘଟଣା ବଢ଼ିବା ପରେ ମୁମ୍ବାଇରେ ବଡ଼ ପଦକ୍ଷେପ ନେଇଛି ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (BMC) । ସହରରେ ରକେଟ୍‌…

ଆଜି ରାତିରେ ବଦଳିବ ଚନ୍ଦ୍ରଙ୍କ ଚଳନ: ମିଥୁନ ସମେତ ୩ ରାଶିଙ୍କ ପାଇଁ ଭାରୀ ଖରାପ, ପାଖରୁ ପଳାଇବ ସବୁ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୯ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରମା ତୁଳା ରାଶିରୁ ବାହାରି ନିଜର ନୀଚ ରାଶି ବିଛାରେ ପ୍ରବେଶ କରିବେ। ଚନ୍ଦ୍ରମାଙ୍କ…

ବାଣ ଫୁଟାଇବାକୁ ବାରଣ କରିବାରୁ ବାପା-ପୁଅଙ୍କୁ ଆକ୍ରମଣ:

ବଲାଙ୍ଗିର, ୯।୧୧ (ସୁନିଲ କୁମାର ମହାନ୍ତି): ଦୀପାବଳିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ। ବାଣ ଫୁଟାଇବାକୁ ବାରଣ କରିବାରୁ ବାପା ଓ ପୁଅଙ୍କୁ ଧାରୁଆ ଅସ୍ତ୍ରରେ…

ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଷ୍ଟାର ଯୋଡି, ସାମିଲ୍ ହେବେ ରଜନୀକାନ୍ତ

ଚେନ୍ନାଇ,୯।୧୧: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସନ୍‌ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନଙ୍କ ସହ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?