Posted inରାଜ୍ୟ

ମଣ୍ଡିରେ ପଡି ରହିଛି ଧାନ: ମିଲର୍ସଙ୍କ ଅସହଯୋଗ

ଲୋଇସିଂହା,୪।୧: ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପ୍ୟାକ୍ସରେ ଧାନକିଣାରେ ଅଚଳାବସ୍ଥା ଦେଖାଦେଇଛି। ମିଲର୍ସଙ୍କ ଅସହଯୋଗ ଯୋଗୁ ଚାଷୀଙ୍କ ଧାନ ଉଠିବାରେ ସମସ୍ୟା ହେଉଛି। ମଣ୍ଡିରେ ୨୦ରୁ ଅଧିକ ଚାଷୀଙ୍କ ୩ ହଜାରରୁ ଅଧିକ ପ୍ୟାକେଟ ଧାନ ଦୀର୍ଘ ଦିନ ହେଲା ପଡି ରହିଛି। ଏ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଲୋଇସିଂହା ବ୍ଲକ ଯୋଗୀସର୍ଡା ଓ ବାଦିବାହାଲ ପଞ୍ଚାୟତକୁ ନେଇ ଯୋଗୀସର୍ଡା ପ୍ୟାକ୍ସ ଗଠିତ। ଚଳିତ ଖରିଫ ଧାନ ବିକ୍ରିପାଇଁ ୭୯୪ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିରୁ ୧୯୫ ନୂତନ ଓ ୫୯୯ ଚାଷୀ କାର୍ଡକୁ ନବୀକରଣ କରିଛନ୍ତି। ମଣ୍ଡିରୁ ପ୍ରଥମ ପର୍ଯ୍ୟାୟରେ ୧୯ହଜାର ୪ଶହ କୁଇଣ୍ଟାଲ ଧାନ ଉଠାଣ ଧାର୍ଯ୍ୟ ହୋଇଛି। ସିଦ୍ଧି ବିନାୟକ, ଅର୍ଣ୍ଣପୂର୍ଣ୍ଣା, ସମଲେଶ୍ୱରୀ, ସରସ୍ବତୀ ଓ ଗଜାଜନ ମିଲର୍ସ ଉକ୍ତ ପ୍ୟାକ୍ସରୁ ଚାଷୀଙ୍କ ଧାନ ଉଠାଣ କରୁଛନ୍ତି। ଏଯାଏ ୧୨ ହଜାର ୧୭୩ କୁଇଣ୍ଟାଲ ଧାନକିଣା ସରିଛି। ପ୍ୟାକ୍ସରେ ଡିସେମ୍ବର ୧ତାରିଖରେ ଧାନକିଣା ଶୁଭାରମ୍ଭ ହୋଇଥିଲା। ଡିସେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଠିକ୍‌ ଭାବରେ ମିଲର୍ସ ଆସି ଚାଷୀଙ୍କ ଧାନ କିଣିଥିଲେ । ହେଲେ ୧୬ତାରିଖ ପରଠାରୁ ମିଲର୍ସ ଧାନ ଉଠାଣରେ ଅସହଯୋଗ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗଜାନନ ମିଲର୍ସ ପକ୍ଷରୁ ୧୫ଶହ କୁଇଣ୍ଟାଲ ଧାନ କିଣିବାକୁ ବାକି ଥିବାବେଳେ ସିଦ୍ଧି ବିନାୟକ ୪ ହଜାର କୁଇଣ୍ଟାଲ ଟାର୍ଗେଟ ମଧ୍ୟରୁ କିଛି ବି କିଣି ନ ଥିବା ପ୍ୟାକ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଟୋକନ ଆସିଲା ମାତ୍ରେ ସେହିଦିନ ଚାଷୀଙ୍କ ଧାନ ଉଠିବ ବୋଲି ସରକାର କହୁଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ ଉଠାଇବାରେ ଅବହେଳା ପ୍ରଦର୍ଶନ କରୁଥିବା ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ସେହିପରି ବୁର୍ଡା ପ୍ୟାକ୍ସରେ ମଧ୍ୟ ବହୁ ଚାଷୀଙ୍କ ଶତାଧିକ ପ୍ୟାକେଟ ଧାନ ପଡି ରହିଛି। ୩ ଦିନ ପରେ ସୋମବାର ସନ୍ଧ୍ୟାରେ ଗୋଟିଏ ଗାଡି ଆସି ଧାନ ଉଠାଇଥିବା ପ୍ୟାକ୍ସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri