ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ ସମ୍ବଲପୁର ସଦରଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ବାଇପାସ ଛକରେ ଜାତୀୟ ରାଜପଥ(୫୩)ରେ ଅର୍ଥନୈତିକ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜ଼ାର ହଜ଼ାର ମାଲବାହୀ ଟ୍ରକ ଅଟକି ରହିଛି। ତେବେ ଚାଷୀମାନେ କେବଳ ମାଲବାହୀ ଗାଡ଼ିଗୁଡିକୁ ଅଟକାଉଥିବାବେଳେ ଯାତ୍ରୀବାହୀ ଗାଡ଼ି ଗୁଡିକର ଚଳାଚଳ ସ୍ବାଭାବିକ ରହିଛି l ଆନ୍ଦୋଳନସ୍ଥଳରେ ପହଞ୍ଚି ଅତିରିକ୍ତ ଏସପିଙ୍କ ସହ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଆନ୍ଦୋଳନରତ ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ। ମାତ୍ର କୌଣସି ସୁଫଳ ମିଳି ନ ଥିବାବେଳେ ନଛୋଡ଼ବନ୍ଧା ଚାଷୀ ରାସ୍ତା ଉପରେ ବସି ବିଭିନ୍ନ ସରକାର ବିରୋଧି ନାରା ଦେଇ ଆନ୍ଦୋଳନକୁ ଜାରି ରଖିଛନ୍ତି।

ଜିଲା କୃଷକ ସୁରକ୍ଷା ସଙ୍ଗଠନ ସଭାପତି ବ୍ୟାମୋକେଶ ଠାକୁର କହିଛନ୍ତି, ଗତ ୨୮ ତାରିଖ ଠାରୁ ଧାନମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀଙ୍କ ଧାନକୁ ଆଜି ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କ୍ର୍ରିୟ କରାଯାଇ ନାହିଁ। ସମ୍ବଲପୁରରେ ଧାନ ନେବାକୁ ରାଜି ଥିବାବେଳେ ଏପର୍ଯ୍ୟନ୍ତ ସେମାନେ କଷ୍ଟମ ମିଲିଂ ପାଇଁ ଧାନ ନେବାକୁ ଚୁକ୍ତିପତ୍ର ସ୍ବାକ୍ଷର କରି ନାହାନ୍ତି କି ଏବାବଦ ସିକ୍ୟୁରିଟି ଅର୍ଥ ମଧ୍ୟ ଦାଖଲ କରିନାହାନ୍ତି। ଅପରପକ୍ଷରେ ଟୋକନ ପାଇଥିଲେ ହେଁ ପଞ୍ଜିକୃତ ଚାଷୀମାନଙ୍କ ନାମ ସମ୍ପୃକ୍ତ ସମବାୟ ସମିତିରେ ପ୍ରଦର୍ଶନ କରୁନାହିଁ। ଫଳରେ ବିକ୍ରି ପାଇଁ ଧାନ ନେଇ ମଣ୍ଡିରେ ପହଞ୍ଚୁଥିବା ଚାଷୀଙ୍କ ନାମରେ ପି-ପାସ ଜାରି ହୋଇ ପାରୁନାହିଁ। ଯାହା ଚାଷୀଙ୍କ ଧାନ ବିକ୍ରିରେ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଠାକୁର। ତେବେ ଏଭଳି ପରିସ୍ଥିତିରେ ବିଳମ୍ବିତ ଧାନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ସୋମବାର ଉଗ୍ର ରୂପ ଧାରଣ କରିଛି ଓ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି।
ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା ମଧ୍ୟ ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ଅନୁରୋଧ କରି ବିଫଳ ହୋଇଛନ୍ତି।
ଉପ ଜିଲାପାଳ ଡା.ପଣ୍ଡା କହିଛନ୍ତି ଯେ, ବୈଷୟିକ ତୃଟି ଯୋଗୁ ଚାଷୀଙ୍କ ନାମରେ ପି-ପାସ ଜାରି ହୋଇପାରି ନ ଥିବାରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମାନ୍ୟ ଅସୁବିଧା ହୋଇଛି। ସନ୍ଧ୍ୟାସୁଦ୍ଧା ସମସ୍ତ ଅସୁବିଧା ଦୂର ହୋଇଯିବ। ମିଲର୍ସଙ୍କ ଚୁକ୍ତିପତ୍ର ସ୍ବାକ୍ଷର ହୋଇ ନ ଥିବାରୁ ମଣ୍ଡିରେ ମିଲର୍ସଙ୍କୁ ଟେଗ ହୋଇ ପାରିନାହିଁ। ସନ୍ଧ୍ୟାସୁଦ୍ଧା ମିଲର୍ସ ଚୁକ୍ତିପତ୍ର ସ୍ବାକ୍ଷର ସମ୍ପନ୍ନ ହୋଇଯିବ। ଧାନ ବିକ୍ରି ପାଇଁ ଚାଷୀମାନଙ୍କ ନାମରେ ପି-ପାସ ଜାରି ହୋଇଯିବ। ଆଗକୁ ଧାନ ଉଠିବାରେ ଆଉ କୌଣସି ଅସୁବିଧା ରହିବ ନାହିଁ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘କୁତ୍ରିମ ବୁଦ୍ଧିମତା ଯୁଗରେ ପ୍ରତିଟି କ୍ଷେତ୍ରରେ ଯତ୍ନବାନ ରୁହନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ.…

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

ଗୁଡାରି,୨୧।୪(ପ୍ରମୋଦ କୁମାର ପତି): ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri