ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିବାରୁ ଲେବାନନ୍‌ ସେନାର ୩ ଅଫିସରଙ୍କ ସମେତ ୯ ଜଣ ନିହତ ହୋଇଛନ୍ତି। ନବତିୟେହ ସହରକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଗାଡ଼ି ଉପରେ ବୋମାମାଡ଼ ଯୋଗୁ ଜଣେ ବ୍ରିଗେଡିୟର ଜେନେରାଲ, ଜଣେ କ୍ୟାପ୍‌ଟେନ୍‌ ଏବଂ ଜଣେ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି।

ଦକ୍ଷିଣରେ ଥିବା ସାକାସାକିୟାହ ଗ୍ରାମରେ ଆଉ ଏକ ଏୟାରଷ୍ଟ୍ରାଇକ୍‌ରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୪ ଜଣ ଆହତ ହୋଇଥିବା ସେଠାରେ ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି।

ଲେବାନନ୍‌, ଏହାର ଜନତା ଓ ସେନା ବିରୋଧରେ ଇସ୍ରାଏଲ୍‌ର କ୍ରମାଗତ ଓ ଜାଣିଶୁଣି ଆକ୍ରମଣ କେବଳ ଆମର ସଂକଳ୍ପ, ବିଶ୍ୱାସ ଓ ଦୃଢ଼ତାକୁ ମଜଭୁତ କରୁଛି ବୋଲି ଲେବାନନ୍‌ ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଯୁଦ୍ଧବିରତି ସହ ସ୍ଥରିତା ବଜାୟ ରଖିବା ପାଇଁ ସମାଧାନ ପହଞ୍ଚିବା ଉଦ୍ୟମକୁ ବିଫଳ କରିବା ଇସ୍ରାଏଲ୍‌ ଆକ୍ରମଣର ଉଦ୍ଦେଶ୍ୟ ବୋଲି ଲେବାନନ୍‌ ସେନା କହିଛି। ଇସ୍ରାଏଲୀ ସେନା ଏକ ଗାଡ଼ି ଉପରେ ଏୟାରଷ୍ଟ୍ରାଇକ୍‌ କରିଥିବା ସ୍ପଷ୍ଟ କରିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଖୋଲା ଆକାଶ ତଳେ ପଡିରହିଛି ଶବ ଫ୍ରିଜର ବକ୍ସ, ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୯।୭(ଦିଲ୍ଲୀପ ସାମଲ) : ପରିବାରର କେହି ଜଣେ ଆତ୍ମୀୟଙ୍କ ମୃତ୍ୟୁ ଘଟିଲେ ଶୋକାକୁଳ ପରିବେଶ ଖେଳିଯାଏ । ଦୂର ସହରରେ ରହୁଥିବା ଝିଅ କିମ୍ବା ପୁଅର ଅପେକ୍ଷା…

କରିଦେବୁ ନୁହେଁ କରିଦିଅନ୍ତୁ…ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଏଭଳି କହିଦେଲେ ୧୩ ବର୍ଷୀୟ ବାଳକ, ସମସ୍ତେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୯।୭: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ, ଜଣେ ୧୩ ବର୍ଷୀୟ ବାଳକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଯେତେବେଳେ ବାଳକଟି ଜିଲା ମାଜିଷ୍ଟ୍ରେଟ୍ (DM)ଙ୍କ ସମ୍ମୁଖରେ ନିଜର…

ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ ପାଇଁ ଛାତ୍ରୀ କୀର୍ତ୍ତନା ମନୋନୀତ, ଅଞ୍ଚଳରେ ଖୁସିର ଲହରି

ପଟାଙ୍ଗି,୧୯ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ…

FIFA World Cup 2026: ସମସ୍ତେ ଟ୍ରଫି ଦେଖିଛନ୍ତି… କିନ୍ତୁ ଏବେ FIFA ଚାମ୍ପିୟଙ୍କୁ ଦିଆଯିବ ଏକ ସ୍ବତନ୍ତ୍ର ‘Ring’, ଯାହାର ମୂଲ୍ୟ…

ନ୍ୟୁୟର୍କ,୧୯।୭: ମାତ୍ର କିଛି ଘଣ୍ଟା ମଧ୍ୟରେ, ଫୁଟବଲ ତାର ପରବର୍ତ୍ତୀ ବିଶ୍ୱ ବିଜେତାଙ୍କୁ ମୁକୁଟ ପିନ୍ଧାଇବ। ୧୯ ଜୁଲାଇ ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ…

ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା…

୭ ଜିଲାକୁ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ଏହି ସମୟରେ…

ଭୁବନେଶ୍ୱର,୧୯ା୭: ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ରାଜ୍ୟ…

ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା କିଏ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ? IMFର ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ ଆସିଲା ସାମ୍ନାକୁ

ଓ୍ବାଶିଂଟନ,୧୯।୭: ଅର୍ଥନୀତିଜ୍ଞ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ପୂର୍ବତନ ଉପ-ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ କହିଛନ୍ତି ଯେ ଆମେରିକାର ଶୁଳ୍କର ପରିଣାମ ଆମେରିକୀୟ ଗ୍ରାହକମାନଙ୍କ ପାଇଁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସୋମବାର ସମସ୍ତ ସ୍କୁଲ ଛୁଟି

ଥିରୁଭାନନ୍ତପୁରମ,୧୯ା୭: ରବିବାର ଫିଫା ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ କେରଳ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri