Posted inଖେଳ

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ ପ୍ରଥମେ ଟ୍ରେନିଂ ନେବାପରେ ଚଳିତମାସରେ ଲସ୍‌ଏଞ୍ଜେଲ୍ସ ନିକଟରେ ଏହାର ପ୍ରଥମ ଦୁଇଟି ମ୍ୟାଚ ଖେଳିବ।

ଇସ୍ରାଏଲ ଓ ଆମେରିକା ସହିତ ଇରାନର ଯୁଦ୍ଧ ଯୋଗୁ ଟୁର୍ନାମେଣ୍ଟରେ ଦଳର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଆଗୁଆ ଭିଜା ମିଳିଥିଲେ ଇରାନ ଆରିଜୋନାସ୍ଥିତ ଟନ୍‌ସନଠାରେ ଏହାର ଟ୍ରେନିଂସ୍ଥଳ କରିଥାନ୍ତି। ମାତ୍ର ଏଥିରେ ବିଳମ୍ବ ହେବାରୁ ଦଳ ଏହାର ଟ୍ରେନିଂ ସ୍ଥଳ ମେକ୍ସିକୋ ଓ କାଲିଫର୍ନିଆ ସୀମାରେ ଥିବା ତୁଜିଆନାକୁ ସ୍ଥାନାନ୍ତର କରିଛି। ଇରାନ ଫୁଟ୍‌ବଲ ଦଳ ତୁର୍କୀସ୍ଥିତ ଆଣ୍ଟାଲ୍ୟାରେ ଏକ ଟ୍ରେନିଂ କ୍ୟାମ୍ପରେ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚଳାଇଛି। ଇରାନ ଏହାର ପ୍ରଥମ ଦୁଇ ମ୍ୟାଚ ମଧ୍ୟରୁ ପ୍ରଥମଟି କାଲିଫର୍ନିଆର ଇଙ୍ଗଲଉଡ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ଦ୍ୱିତୀୟ ମ୍ୟାଚ ଏହାର ୬ ଦିନ ପରେ ଜୁନ୍‌ ୨୬ରେ ସିଆଟେଲଠାରେ ବେଲଜିୟମ ବିପକ୍ଷରେ ଖେଳିବ। ଅନ୍ୟପକ୍ଷେ ଇରାନ ଫୁଟବଲ ଦଳ ଆମେରିକା ପ୍ରବେଶ ପାଇଁ ଅନୁମତି ପାଇଥିବା ବେଳେ କର୍ମଚାରୀମାନେ ଏବେ ବି ଭିସା ଅପେକ୍ଷାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ

ଛତ୍ରପୁର, ୧୮।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପ ଟ୍ଟନାୟକ): ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି…

ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା: ଦନେକବାଡି-ସିର୍କାବର୍ଗ ରାସ୍ତା ଉପରେ ପଡିଲା ବିରାଟକାୟ ଗଛ

ଦାରିଙ୍ଗବାଡ଼ି, ୧୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି।…

ଷଣ୍ଢକୁ ଆକ୍ରମଣ କରି ଖାଇଲା କୁମ୍ଭୀର

ରାଜନଗର, ୧୮।୮ (ଭାସ୍କର ରାଉତରାୟ): ବନ୍ୟା ଆସିବା ଯୋଗୁ ଏବେ ବଉଳା କୁମ୍ଭୀରଙ୍କ ଆତଙ୍କ ବଢ଼ିଛି। ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଭିତରକନିକା ଜାତୀୟ…

ଇମ୍ରାନ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପାକିସ୍ତାନ ସର୍ବୋଚ୍ଚ କୋର୍ଟ ମଙ୍ଗଳବାର ପାକ୍‌ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

୨୦୨୭ ନିର୍ବାଚନ ପାଇଁ ଭାଜପାର ମାଷ୍ଟରପ୍ଲାନ୍‌: ବିରୋଧୀ ମହଲରେ ହଟଚମଟ

ନୂଆଦିଲ୍ଲୀ, ୧୮।୮: ଭାଜପା ଉତ୍ତର ପ୍ରଦେଶରେ ସଂଗଠନର ଦାୟିତ୍ୱ ବରିଷ୍ଠ ନେତା ବିନୋଦ ତାୱଡେଙ୍କୁ ଦେଇଛି। ତାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରାଯାଇଛି। ଏଥିରୁ ସଙ୍କେତ…

ଶୁକ୍ର-ଶନିଙ୍କ ବଡ଼ ଯୋଗ: ଏହି ୪ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ, ଘଟିବ ଏଭଳି ଯାହା କେବେ…

ଶୁକ୍ର ଗ୍ରହ ଏବଂ ଶନି ଗ୍ରହ ୨୧ ଅଗଷ୍ଟ ୨୦୨୬, ଶୁକ୍ରବାର ସନ୍ଧ୍ୟା ୬ଟା ୧୦ ମିନିଟରେ ପରସ୍ପର ୧୮୦ ଡିଗ୍ରୀରେ ଅବସ୍ଥାନ କରିବେ। ଏହି ସମୟରେ…

ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଅଧା କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି

ଲାଞ୍ଜିଗଡ, ୧୮।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ମାଝୀପଡ଼ା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri