ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ପାନୀୟ ଜଳ ପାଇଁ ଲୋକେ ବିଭିନ୍ନ ସ୍ଥାନରେ ଡହକବିକଳ ହେଉଛନ୍ତି। ଏହି ଜଳାଭାବ ମଧ୍ୟରେ ଭେଡ଼େନ ବ୍ଲକରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ୍ ଫାଟିଯିବାରୁ ଲୋକମାନଙ୍କ ଦୁର୍ଦ୍ଦଶା ଆହୁରି ଦ୍ଵିଗୁଣିତ ହୋଇଯାଇଛି। ଗତ ଶନିବାରଠାରୁ ପ୍ରକଳ୍ପର ମେନ୍ ଲାଇନ୍ ପାଇପ୍ ଫାଟିଯିବା ଯୋଗୁଁ ଅଞ୍ଚଳର ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ମେଗା ପାନୀୟ ଜଳ ପ୍ରକଳ୍ପର କାମ ଚାଲିଥିବା ସମୟରେ ଅସାବଧାନତା ବଶତଃ ଏହାର ମେନ୍ ଲାଇନ୍ ପାଇପ୍‌ଟି ଫାଟି ଯାଇଥିଲା। ଏହା ଫଳରେ ସାଲନା ପାଣିଟାଙ୍କିରୁ ଜଳ ଯୋଗାଣ ବ୍ୟାହତ ହୋଇଛି। ଏହାଦ୍ୱାରା ଭେଡ଼େନ ବ୍ଲକ ଅନ୍ତର୍ଗତ ଉଦେପୁର,ଦେଶ ଭଟଲି, ବିଶିପାଳି, ଦେଶ ପଥର୍ଲା, ସାଇନା, ଦେଶକୁମ୍ଭାରୀ ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ ହୋଇ ଯାଇଛି । ପ୍ରବଳ ଖରା ଓ ତାତି ମଧ୍ୟରେ ପାଣି ବନ୍ଦ ହୋଇଯିବାରୁ ଶତାଧିକ ଗ୍ରାମବାସୀ ପାନୀୟ ଜଳ ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ସମ୍ପର୍କରେ ଭେତ଼େନ ବ୍ଲକ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଯିବାରୁ ଅସାବଧାନତା ଭାବରେ ପାଇପ ଲାଇନ କାମ କରୁଥିବାରୁ ମେଗା ପାନୀୟ ଜଳ ପ୍ରକଳ୍ପ ମେନ ଲାଇନ ପାଇପ ଫାଟି ଯାଇ ଥିବାରୁ ଜଳ ଯୋଗାଣ ବ୍ୟାହତ ରହିଛି । ରବିବାର ସକାଳେ ମେଗା ପାନୀୟ ଜଳ ପ୍ରକଳ୍ପର ଏକ ଟେକନିକାଲ ଟିମ୍ ପହଞ୍ଚି ମରାମତି କରିବେ । ଯେତେଶୀଘ୍ର ସମ୍ଭବ ହେବ, ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀରେ ଦଳ ଯୋଗାଣ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ କହିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା: ଶ୍ରଦ୍ଧାଳୁ ଆନନ୍ଦିତ

ପୁରୀ,୧୯ା୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛି ପ୍ରଥମ ଆଡ଼ପ ଅବଢ଼ା। ଶହଶହ ଶ୍ରଦ୍ଧାଳୁ ଆଡ଼ପ ଅବଢ଼ା ପାଇ ଆନନ୍ଦିତ ହୋଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ…

ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା…

ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଗଲେ, ଶୁଣ୍ଢରେ ଟେକି ବିଲରେ କଚାଡ଼ିଲା, ଆଉ ତା’ ପରେ…

କେନ୍ଦୁଝର,୧୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ଅଞ୍ଚଳରେ…

ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର…

ବ୍ରହ୍ମପୁର, ୧୯।୭ (ଅଶୋକ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) କାର୍ଯ୍ୟକ୍ରମ ସଂଯୋଜକ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟନ୍ତ କୁମାର ପଣ୍ଡାଙ୍କୁ ରବିବାର ବିଦାୟକାଳୀନ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ରାସ୍ତା ଉପରେ ଆଣ୍ଠୁଏ ପାଣି, ବହୁବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ, ମରାମତି ଦାବି କରି…

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ଖଜୁରପଡ଼ାଠାରୁ କିକିଆ ୩କିମି ରାସ୍ତା ଶୋଚନୀୟ ଅବସ୍ଥାରେ ଦୀର୍ଘ ୧୫…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri