ଧାନ, ଚିନାବାଦାମ ଫସଲ ଉଜାଡୁଛି ବାର୍‌ହା

ନୂଆପଡ଼ା ଅଫିସ,୨୯।୫: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ବୃଦ୍ଧିକୋମନା ପଞ୍ଚାୟତ ଅଧୀନସ୍ଥ ଲଙ୍କେଶ୍ୱରୀ ପାହାଡ ତଳି ଧୁମାଭଟା, ପଣ୍ଡରାପଥର, ମୁଷାପାଲି ଗାଁର ଶହ ଶହ ଚାଷୀଙ୍କ ଏକର ଏକର ଧାନ ଫସଲ ଉଜାଡି ଦେଉଛି ବାର୍‌ହା। ସୁନ୍ଦର ଜଳସେଚନ ପ୍ରକଳ୍ପ ପାଣିରେ ଉକ୍ତ ଗ୍ରାମର ଚାଷୀମାନେ ଧାନ ସହ ଚିନାବାଦାମ, ମୁଗ, ବିରି ଓ ପନିପରିବା ଚାଷ କରିଥାନ୍ତି। ପାଖରେ ଲଙ୍କେଶ୍ୱରୀ ପାହାଡ ଜଙ୍ଗଲ ରହିଥିବାରୁ ବାର୍‌ହା ଆସି ଧାନ, ଚିନାବାଦାମ, ମୁଗ, ବିରି ଖାଇବା ସହ ଚାଷ ସବୁ ଉଜାଡି ଦେଉଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚଳିତ ରବି ଋତୁରେ ଶିବସାଏ ଧରୁଆ ୫ ଏକର ଜମିରେ ଧାନ ଚାଷ କରିଥିବା ବେଳେ ଜ୍ଞାନେଶ୍ୱର ବାଗ ୫ ଏକର, ରୋହିତ ଦାସ ୩ ଏକର, ଗିରିଧାରି ବାଗ ୨ ଏକର ୨୦ ଡେସିମିଲ, ଜୟନ୍ତି ନିଆଲ ୧ ଏକର, ଭାଗୀରଥି ହଂସ ୧ ଏକର, ମୋହନ ଦାସ ଦେଢ ଏକର, ଶୁକଲାଲ ବାଗ ଦେଢ ଏକର, ରଘୁନାଥ ବେମାଲ ୧ ଏକର, ସନ୍ତରାମ ଅହିର ଅଢେଇ ଏକର ଏପରି ଶହ ଶହ ଚାଷୀ ଧାନ ଓ ଚିନାବାଦାମ ଚାଷ କରିଥିଲେ। ଲଙ୍କେଶ୍ୱରୀ ପାହାଡ ଜଙ୍ଗଜକୁ ଲାଗି ଚାଷ ଜମି ରହିଥିବାରୁ ରାତିରେ ବାର୍‌ହା ଆସି ଧାନ ଫସଲ ସବୁ ଖାଇବା ସହ ନଷ୍ଟ କରି ଦେଉଛି। ଏହା ପ୍ରଥମ ନୁହେଁ ପ୍ରତି ବର୍ଷ ବାରାହା ଚାଷ ନଷ୍ଟ କରିଥାଏ। ବନ ବିଭାଗକୁ ଚାଷୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଶହେ ପ୍ରତିଶତ ଚାଷ ନଷ୍ଟ ହୋଇଥିଲେ ୨୫ ପ୍ରତିଶତ ସହାୟତା ମିଳିଥାଏ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ମହାଜନି ଋଣ ଆଣି ଚାଷ କରନ୍ତି। ଧାନ ଅମଳ ହେଲେ ବିକ୍ରି କରି ଋଣ ପରିଶୋଧ କରି ପୁଣି ଋଣ ଆଣି ଖରିଫ ଋତୁରେ ଚାଷ କରିଥାନ୍ତି। ପ୍ରତିବର୍ଷ ବାର୍‌ହା ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଋଣ ପରିଶୋଧ କରି ପାରୁନାହାନ୍ତି। ଏ ସଂକ୍ରାନ୍ତରେ କୋମନା ବନ ବିଭାଗ ରେଞ୍ଜର ଦେବଦତ ସୁତାରଙ୍କୁ ପଚାରିବାରୁ ଆମ ପାଖକୁ ସେମିତି ରିପୋର୍ଟ ଆସି ନାହିଁ। ଆପଣମାନେ କହିବା ପରେ ମଁୁ ଜାଣୁଛି। ସୋମବାର ମୁଁ ନିଜେ ଯାଇ କ୍ଷୟକ୍ଷତିର ଆକଳନ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଇ ସହାୟତା ରାଶି ଯୋଗାଇବା ବ୍ୟବସ୍ଥା କରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?