Posted inଖେଳ

ହଲ୍‌ ଅଫ୍‌ ଫେମ୍‌ରେ ପେସ୍‌, ଅମ୍ରିତରାଜ

ନୂଆଦିଲ୍ଲୀ,୧୪ା୧୨(ପି.ଟି.) : ଦୁଇ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ଓ ବିଜୟ ଅମ୍ରିତରାଜଙ୍କୁ ଇଣ୍ଟରନ୍ୟାଶନାଲ ଟେନିସ୍‌ର ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଉଭୟ ପ୍ରଥମ ଏସୀୟ ପୁରୁଷ ଖେଳାଳି ଭାବେ ଏହି ତାଲିକାରେ ସାମିଲ ହୋଇଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ବରିଷ୍ଠ ସାମ୍ବାଦିକ ରିଚାର୍ଡ ଏଭାନ୍ସଙ୍କୁ ମଧ୍ୟ ଟେନିସ୍‌ର ଅଲ୍ଟିମେଟ୍‌ ଅନର ପାଇଁ ମନୋନୀତ କରାଯାଇଛି। ଡବଲ୍ସରେ ପୂର୍ବତନ ବିଶ୍ୱର ଏକ ନମ୍ବର ତଥା ୧୮ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେସ୍‌ଙ୍କୁ ଖେଳାଳି ଭାବରେ ସାମିଲ କରାଯାଇଥିବା ବେଳେ ଅମ୍ରିତରାଜଙ୍କୁ କ୍ରୀଡା ପ୍ରତି ଥିବା ଅବଦାନ ପାଇଁ ମନୋନୀତ କରାଯାଇଛି। ୨୭ ରାଷ୍ଟ୍ରର ୨୬୪ ଖେଳାଳି ଏହି ଏଲିଟ୍‌ ତାଲିକାରେ ସାମିଲ ଥିବାବେଳେ ୨୮ତମ ରାଷ୍ଟ୍ର ଭାବେ ଭାରତ ଏହି ତାଲିକାରେ ସାମିଲ ହୋଇଛି।
ଦୀର୍ଘ ୩୦ ବର୍ଷ ଧରି ଦେଶ ପାଇଁ ପ୍ରତିନିଧିତ୍ୱ କରିବା ପରେ ଏହି ସମ୍ମାନ ମୋ ପାଇଁ ବେଶ୍‌ ସ୍ବତନ୍ତ୍ର। ଏହା କେବଳ ମୋ ପାଇଁ ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ପାଇଁ ସମ୍ମାନର ବିଷୟ ବୋଲି ପେସ୍‌ କହିଛନ୍ତି। ଜୀବନବ୍ୟାପୀ ସଂଘର୍ଷ ପାଇଁ ଏହା ପୁରସ୍କାର ବୋଲି ପେସ୍‌ କହିଛନ୍ତି। ଏହା ଏସିଆ ମହାଦେଶର ଅନ୍ୟ ଯୁବ ଖେଳାଳିମାନଙ୍କୁ ଟେନିସ୍‌ରେ କ୍ୟାରିୟର କରିବା ପାଇଁ ଆଗ୍ରହୀ କରିବ ବୋଲି ସେ କହିଛନ୍ତି। ୩୦ ବର୍ଷର ଲମ୍ବା କ୍ୟାରିୟରରେ ବିଶ୍ୱ ର଼୍ୟାଙ୍କିଙ୍ଗରେ ସେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସମୁଦାୟ ୧୮ ଗ୍ରାଣ୍ଡ ସ୍ଲାମ ହାସଲ କରିଥିଲେ। ଏହା ମଧ୍ୟରେ ଡବଲ୍ସରେ ୮ ଓ ସିଙ୍ଗଲ୍ସରେ ୧୦ ଟାଇଟଲ୍‌ ସାମିଲ ରହିଛି। ବିଶ୍ୱର ମାତ୍ର ୩ ଜଣ ଖେଳାଳି କ୍ୟାରିୟର ଗ୍ରାଣ୍ଡ ସ୍ଲମ ହାସଲ କରିଥିବା ବେଳେ ପେସ୍‌ ଏହା ମଧ୍ୟରେ ଅନ୍ୟତମ। ମାର୍ଟିନା ନାଭ୍ରାତିଲୋଭାଙ୍କ ସହିତ ସର୍ବାଧିକ ମିକ୍ସଡ ଡବଲ୍ସ ଟାଇଟଲର ରେକର୍ଡ ପାଇଁ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିବା ବେଳେ ଓପନ ଏରାରେ କେବଳ ସେ ଓ ମାର୍ଟିନା ହିଙ୍ଗିସ୍‌ କ୍ୟାରିୟର ସ୍ଲାମ୍‌ ପୂରଣ କରିଛନ୍ତି। ପେସ୍‌ ଦୀର୍ଘ ୪୬୨ ସପ୍ତାହ ଟପ୍‌ ଟେନ୍‌ ମଧ୍ୟରେ ରହିଥିବା ବେଳେ ୩୭ ସପ୍ତାହ ଧରି ଏକ ନମ୍ବର ସ୍ଥାନରେ ରହିଛନ୍ତି। ଏହା ମଧ୍ୟରେ ସେ ୫୫ଟି ଡବଲ୍ସ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ଡେଭିସ୍‌ କପ୍‌ରେ ୪୫ଟି ଡବଲ୍ସ ମ୍ୟାଚ୍‌ ବିଜୟର ରେକର୍ଡ ନିଜ ନାମରେ ରଖିଥିବା ବେଳେ କ୍ରମାଗତ ୭ଟି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ଏପରିକି ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସର ସିଙ୍ଗଲ୍ସ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଆଇଟିଏଚ୍‌ଏଫ୍‌ର ସଭାପତି କିମ୍‌ କ୍ଲାଇଷ୍ଟର୍ସ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିବା ଲିଆଣ୍ଡର ପେସ୍‌, ବିଜୟ ଅମ୍ରିତରାଜ ଓ ରିଚାର୍ଡ ଏଭାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri