ଅକ୍ସିଜେନ୍‌ ଯୋଗାଣ ବନ୍ଦ କରିଦେଲେ: ୨୪ ମୃତ

ନାସିକ/ମୁମ୍ବାଇ,୨୨ା୪: ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ଘୋର ଅକ୍ସିଜେନ ସଙ୍କଟ ଦେଖାଦେଇଥିବାବେଳେ ବୁଧବାର ନାସିକର ଏକ ହସ୍ପିଟାଲରେ ଅମ୍ଳଜାନ ଭର୍ତ୍ତି ଟ୍ୟାଙ୍କର ଲିକ୍‌ ହୋଇଛି। କିନ୍ତୁ ଏହାକୁ ଠିକ୍‌ ଭାବେ ପରିଚାଳନା କରି ନ ପାରି ଅକ୍ସିଜେନ ଯୋଗାଣ ବନ୍ଦ କରିଦେବାରୁ ଅଣନିଃଶ୍ୱାସୀ ହୋଇ ୨୪ ଚିକିତ୍ସାଧୀନ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୃତକମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଘୋଷଣା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ଭାଜପା ଶାସିତ ନାଶିକ ମହାନଗର ନିଗମ (ଏନ୍‌ଏମ୍‌ସି) ଦ୍ୱାରା ପରିଚାଳିତ ତଥା ଦ୍ୱାରକା ଅଞ୍ଚଳସ୍ଥିତ ଡକ୍ଟର ଜାକିର ହୁସେନ୍‌ ହସ୍ପିଟାଲରେ ୧୫୦ କୋଭିଡ୍‌ ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଅନ୍ୟ ସମସ୍ତେ ଅକ୍ସିଜେନ ସର୍ପୋଟରେ ଥିଲେ। ଅପରାହ୍ନ ୧୨ଟା ୩୦ରେ ମୁଖ୍ୟ ଷ୍ଟୋରେଜ୍‌ ପ୍ଲାଣ୍ଟରେ ହଠାତ୍‌ ଅକ୍ସିଜେନ ଲିକ୍‌ ହେବାରୁ ପ୍ରାୟ ଅଧଘଣ୍ଟା ଧରି ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଭେଣ୍ଟିଲେଟରରେ ଥିବା ୨୩ ଓ ଅନ୍ୟ ଜଣେ ରୋଗୀ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିଲେ। ଅଦୃଶ୍ୟ ଗ୍ୟାସ୍‌ ଲିକ୍‌ ହେବା ପରେ ସମଗ୍ର ଅଞ୍ଚଳ ଧୂଆଁ ଭଳି ଆବରଣରେ ଆଚ୍ଛାଦିତ ହୋଇଯାଇଥିଲା। ରୋଗୀମାନେ ଛଟପଟ ହେଉଥିବାବେଳେ ହସ୍ପିଟାଲ କର୍ମଚାରୀ ଏଣେତେଣେ ଧାଇଁବାରେ ଲାଗିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜିଲାପାଳ ସୁରଜ ମନ୍ଧାରେ କହିଛନ୍ତି, ହସ୍ପିଟାଲର ଅକ୍ସିଜେନ ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ଘରୋଇ କମ୍ପାନୀକୁ ଦିଆଯାଇଥିଲା। ହସ୍ପିଟାଲ ପରିସରରେ ୧୩ କିଲୋଲିଟର ବିଶିଷ୍ଟ ଏକ ଅକ୍ସିଜେନ ଟ୍ୟାଙ୍କର ରଖାଯାଇଥିଲା। ସେଥିରେ ରିଫିଲିଂ କରାଯାଉଥିବାବେଳେ ଷ୍ଟୋରେଜ ଟ୍ୟାଙ୍କରର ଏକ ସକେଟ ଭାଙ୍ଗିଯାଇ ଅକ୍ସିଜେନ ଲିକ୍‌ ହୋଇଯାଇଥିଲା। ହସ୍ପିଟାଲ ଷ୍ଟାଫ୍‌ ଏହା ଜାଣିବା ପରେ ଯୋଗାଣ ଜାରି ରଖିବା ପାଇଁ ବଡ଼ ସିଲିଣ୍ଡରର ବ୍ୟବସ୍ଥା କରିଥିଲେ। ଏହାସହ କେତେଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ଲାଗିଥିଲେ। ଟ୍ୟାଙ୍କରର ଦେଖାଶୁଣା କରୁଥିବା ଟେକ୍ନିସିଆନ୍‌ମାନେ ଅନ୍ୟ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଭାଲ୍‌ଭକୁ ବନ୍ଦ କରିଦେଇଥିଲେ। ଲିକ୍‌ ବନ୍ଦ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଏନ୍‌ଏମ୍‌ସି କମିଶନର କୈଳାସ ଯାଦବଙ୍କ ସହ ଯୋଗାଯୋଗ କରିଥିଲେ। କମିଶନର ଏହାକୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ଅଭିହିତ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ସିଜେନ୍‌ ଲିକ୍‌ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୋକବ୍ୟକ୍ତ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏଥିସହ ଏହି ଘଟଣାକୁ ନେଇ କେହି ରାଜନୀତି କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି। ଅବହେଳା ଯୋଗୁ ଏପରି ଘଟିଛି କି ନାହିଁ ତା’ର ତଦନ୍ତ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ମହାବିକାଶ ଅଘାଡ଼ି ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଥିବା ଶିବସେନା ନେତା ଆଦିତ୍ୟ ଠାକ୍‌ରେ ଏହି ଦୁଃଖଦ ଘଟଣାକୁ ନେଇ ଶୋକବ୍ୟକ୍ତ କରି ତଦନ୍ତର ପ୍ରତିଶ୍ରୁତି ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି। କଂଗ୍ରେସର ମହାରାଷ୍ଟ୍ର ମୁଖପାତ୍ର ସଚିନ ସାଓ୍ବନ୍ତ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ହସ୍ପିଟାଲ ଭାଜପା ଶାସନାଧୀନ ଏନ୍‌ଏମ୍‌ସି ଦ୍ୱାରା ପରିଚାଳିତ ହେଉଥିବାରୁ ଗୈରିକ ଦଳ ଏଥିପାଇଁ ନିଜକୁ ଦାୟୀ କରିବା ଜରୁରୀ। ଭାଜପା ମେୟର ଓ ୩ ବିଧାୟକ କେଉଁଠି ଲୁଚିଛନ୍ତି ବୋଲି ସାଓ୍ବନ୍ତ ପ୍ରଶ୍ନ କରିଛନ୍ତି। ଉଦ୍ଧବ ସରକାରର କ୍ୟାବିନେଟ ମନ୍ତ୍ରୀ ଛଗନ ଭୁଜବଳ ଓ ଅନ୍ୟ ବରିଷ୍ଠ ନେତାମାନେ ସ୍ଥିତି ସମୀକ୍ଷା ପାଇଁ ହସ୍ପିଟାଲ ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri