ଅକ୍ସିଜେନ୍‌ ଯୋଗାଣ ବନ୍ଦ କରିଦେଲେ: ୨୪ ମୃତ

ନାସିକ/ମୁମ୍ବାଇ,୨୨ା୪: ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ଘୋର ଅକ୍ସିଜେନ ସଙ୍କଟ ଦେଖାଦେଇଥିବାବେଳେ ବୁଧବାର ନାସିକର ଏକ ହସ୍ପିଟାଲରେ ଅମ୍ଳଜାନ ଭର୍ତ୍ତି ଟ୍ୟାଙ୍କର ଲିକ୍‌ ହୋଇଛି। କିନ୍ତୁ ଏହାକୁ ଠିକ୍‌ ଭାବେ ପରିଚାଳନା କରି ନ ପାରି ଅକ୍ସିଜେନ ଯୋଗାଣ ବନ୍ଦ କରିଦେବାରୁ ଅଣନିଃଶ୍ୱାସୀ ହୋଇ ୨୪ ଚିକିତ୍ସାଧୀନ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୃତକମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଘୋଷଣା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ଭାଜପା ଶାସିତ ନାଶିକ ମହାନଗର ନିଗମ (ଏନ୍‌ଏମ୍‌ସି) ଦ୍ୱାରା ପରିଚାଳିତ ତଥା ଦ୍ୱାରକା ଅଞ୍ଚଳସ୍ଥିତ ଡକ୍ଟର ଜାକିର ହୁସେନ୍‌ ହସ୍ପିଟାଲରେ ୧୫୦ କୋଭିଡ୍‌ ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଅନ୍ୟ ସମସ୍ତେ ଅକ୍ସିଜେନ ସର୍ପୋଟରେ ଥିଲେ। ଅପରାହ୍ନ ୧୨ଟା ୩୦ରେ ମୁଖ୍ୟ ଷ୍ଟୋରେଜ୍‌ ପ୍ଲାଣ୍ଟରେ ହଠାତ୍‌ ଅକ୍ସିଜେନ ଲିକ୍‌ ହେବାରୁ ପ୍ରାୟ ଅଧଘଣ୍ଟା ଧରି ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଭେଣ୍ଟିଲେଟରରେ ଥିବା ୨୩ ଓ ଅନ୍ୟ ଜଣେ ରୋଗୀ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିଲେ। ଅଦୃଶ୍ୟ ଗ୍ୟାସ୍‌ ଲିକ୍‌ ହେବା ପରେ ସମଗ୍ର ଅଞ୍ଚଳ ଧୂଆଁ ଭଳି ଆବରଣରେ ଆଚ୍ଛାଦିତ ହୋଇଯାଇଥିଲା। ରୋଗୀମାନେ ଛଟପଟ ହେଉଥିବାବେଳେ ହସ୍ପିଟାଲ କର୍ମଚାରୀ ଏଣେତେଣେ ଧାଇଁବାରେ ଲାଗିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜିଲାପାଳ ସୁରଜ ମନ୍ଧାରେ କହିଛନ୍ତି, ହସ୍ପିଟାଲର ଅକ୍ସିଜେନ ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ଘରୋଇ କମ୍ପାନୀକୁ ଦିଆଯାଇଥିଲା। ହସ୍ପିଟାଲ ପରିସରରେ ୧୩ କିଲୋଲିଟର ବିଶିଷ୍ଟ ଏକ ଅକ୍ସିଜେନ ଟ୍ୟାଙ୍କର ରଖାଯାଇଥିଲା। ସେଥିରେ ରିଫିଲିଂ କରାଯାଉଥିବାବେଳେ ଷ୍ଟୋରେଜ ଟ୍ୟାଙ୍କରର ଏକ ସକେଟ ଭାଙ୍ଗିଯାଇ ଅକ୍ସିଜେନ ଲିକ୍‌ ହୋଇଯାଇଥିଲା। ହସ୍ପିଟାଲ ଷ୍ଟାଫ୍‌ ଏହା ଜାଣିବା ପରେ ଯୋଗାଣ ଜାରି ରଖିବା ପାଇଁ ବଡ଼ ସିଲିଣ୍ଡରର ବ୍ୟବସ୍ଥା କରିଥିଲେ। ଏହାସହ କେତେଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ଲାଗିଥିଲେ। ଟ୍ୟାଙ୍କରର ଦେଖାଶୁଣା କରୁଥିବା ଟେକ୍ନିସିଆନ୍‌ମାନେ ଅନ୍ୟ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଭାଲ୍‌ଭକୁ ବନ୍ଦ କରିଦେଇଥିଲେ। ଲିକ୍‌ ବନ୍ଦ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଏନ୍‌ଏମ୍‌ସି କମିଶନର କୈଳାସ ଯାଦବଙ୍କ ସହ ଯୋଗାଯୋଗ କରିଥିଲେ। କମିଶନର ଏହାକୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ଅଭିହିତ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ସିଜେନ୍‌ ଲିକ୍‌ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୋକବ୍ୟକ୍ତ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏଥିସହ ଏହି ଘଟଣାକୁ ନେଇ କେହି ରାଜନୀତି କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି। ଅବହେଳା ଯୋଗୁ ଏପରି ଘଟିଛି କି ନାହିଁ ତା’ର ତଦନ୍ତ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ମହାବିକାଶ ଅଘାଡ଼ି ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଥିବା ଶିବସେନା ନେତା ଆଦିତ୍ୟ ଠାକ୍‌ରେ ଏହି ଦୁଃଖଦ ଘଟଣାକୁ ନେଇ ଶୋକବ୍ୟକ୍ତ କରି ତଦନ୍ତର ପ୍ରତିଶ୍ରୁତି ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି। କଂଗ୍ରେସର ମହାରାଷ୍ଟ୍ର ମୁଖପାତ୍ର ସଚିନ ସାଓ୍ବନ୍ତ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ହସ୍ପିଟାଲ ଭାଜପା ଶାସନାଧୀନ ଏନ୍‌ଏମ୍‌ସି ଦ୍ୱାରା ପରିଚାଳିତ ହେଉଥିବାରୁ ଗୈରିକ ଦଳ ଏଥିପାଇଁ ନିଜକୁ ଦାୟୀ କରିବା ଜରୁରୀ। ଭାଜପା ମେୟର ଓ ୩ ବିଧାୟକ କେଉଁଠି ଲୁଚିଛନ୍ତି ବୋଲି ସାଓ୍ବନ୍ତ ପ୍ରଶ୍ନ କରିଛନ୍ତି। ଉଦ୍ଧବ ସରକାରର କ୍ୟାବିନେଟ ମନ୍ତ୍ରୀ ଛଗନ ଭୁଜବଳ ଓ ଅନ୍ୟ ବରିଷ୍ଠ ନେତାମାନେ ସ୍ଥିତି ସମୀକ୍ଷା ପାଇଁ ହସ୍ପିଟାଲ ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?