ଅକ୍ସିଜେନ୍‌ ହାହାକାର

ନୂଆଦିଲ୍ଲୀ/ମୁମ୍ବାଇ,୨୧ା୪: ଭାଇରସ୍‌ ଚାଲିଗଲାଣି, ଆଉ କିଛି ହେବ ନାହିଁ। ଘାତକ ଭୂତାଣୁକୁ ନେଇ ସୁରକ୍ଷାର ଏଭଳି ମିଛ ଭାବନା ଭାରତୀୟମାନଙ୍କୁ ପୁଣିଥରେ ମହାମାରୀ କବଳକୁ ଟାଣିନେଇଛି। ଫଳରେ କୋଭିଡ୍‌-୧୯ ଭୂତାଣୁର ନୂଆ ଲହର ଦେଶକୁ ଏକ ବଡ଼ ବିପତ୍ତିକୁ ଡାକିଆଣିଛି। ସଂକ୍ରମଣ ରୋକିବା ପାଇଁ କେଉଁଠି ଭାକ୍ସିନର ଅଭାବ ତ ପୁଣି କେଉଁଠି ଚିକିତ୍ସାଧୀନ ଆକ୍ରାନ୍ତଙ୍କ ଲାଗି ଅକ୍ସିଜେନ ସଙ୍କଟ ଦେଖାଦେଲାଣି। ଜାତୀୟ ରାଜଧାନୀ ଦିଲ୍ଲୀ ହେଉ କି ଆର୍ଥିକ ରାଜଧାନୀ ମୁମ୍ବାଇ ସବୁଠି ଅକ୍ସିଜେନ, ଭେଣ୍ଟିଲେଟର, ଜୀବନ ରକ୍ଷକ ଔଷଧ ଓ ଜରୁରୀ ମେଡିକାଲ ଉପକରଣର ଘୋର ଅଭାବ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୋହଲାଇ ଦେଇଛି। କରୋନା ରୋଗୀ ଚିକିତ୍ସାଧୀନ ବହୁ ହସ୍ପିଟାଲରେ ମହଜୁଦ ଥିବା ଅକ୍ସିଜେନ ମାତ୍ର କିଛି ଘଣ୍ଟାରେ ଶେଷ ହୋଇଯିବ ବୋଲି ଜଣାପଡ଼ିଛି। ଏଭଳି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
ନୂଆଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲ ଓ ଗଙ୍ଗାରାମ ହସ୍ପିଟାଲରେ ଥିବା ଅକ୍ସିଜେନ ଆଉ ମାତ୍ର କିଛି ସମୟ ମଧ୍ୟରେ ଶେଷ ହୋଇଯିବ। ଏହାକୁ ନେଇ ଚିନ୍ତିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଜରୁରୀ ସହାୟତା ମାଗିଛନ୍ତି। ଏହି ଦୁଇ ବଡ଼ ହସ୍ପିଟାଲକୁ କେନ୍ଦ୍ର ସରକାର ତୁରନ୍ତ ଅକ୍ସିଜେନ ନ ଯୋଗାଇଲେ ଅନେକ ରୋଗୀଙ୍କ ଜୀବନ ଚାଲିଯିବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ଜରୁରୀ ସମୟରେ ଅକ୍ସିଜେନ ଯୋଗାଣକୁ ସ୍ବାଭାବିକ କରିବା ଲାଗି ସେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ହସ୍ପକ୍ଷେପ ଲୋଡ଼ି ଏକ ପତ୍ର ମଧ୍ୟ ଲେଖିଥିବା ନେଇ ଟୁଇଟ୍‌ କରିଛନ୍ତି। ଦିଲ୍ଲୀ ସରକାର କୋଭିଡ୍‌ ରୋଗୀଙ୍କ ପାଇଁ ଅକ୍ସିଜେନ ଦ୍ୱାରା ଚିକିତ୍ସାକୁ ସୁନିଶ୍ଚିତ କରିବା ଲାଗି ସୋମବାର ଏକ ୨୪ ଜଣିଆ ‘ଅକ୍ସିଜେନ ଅଡିଟ୍‌ କମିଟି’ ଗଠନ କରିଛନ୍ତି। କେଉଁ ସ୍ଥାନରେ ଅକ୍ସିଜେନ ବ୍ୟବହାର ବେଳେ ଅବହେଳା କରାଯାଉଛି ତାହା ଉକ୍ତ କମିଟି ତଦାରଖ କରିବ। ସେହିପରି ମହାରାଷ୍ଟ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଛି। ବିଭିନ୍ନ ହସ୍ପିଟାଲରେ ରୋଗୀ ଅକ୍ସିଜେନ ନ ପାଇ ମୃତ୍ୟୁ ମୁଖକୁ ଠେଲି ହୋଇଯାଉଛନ୍ତି। ରାଜ୍ୟରେ ୬.୩୮ ଲକ୍ଷ ସକ୍ରିୟ ମାମଲା ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦%ଙ୍କୁ ଅକ୍ସିଜେନ ଦିଆଯାଉଛି। ମହାରାଷ୍ଟ୍ରରେ ଦୈନିକ ୧,୨୫୦ ଟନ୍‌ ମେଡିକାଲ ଅକ୍ସିଜେନ ଉତ୍ପାଦନ ହେଉଥିବାବେଳେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରେ ସବୁ ଶେଷ ହୋଇଯାଉଛି। ଉଦ୍ଧବ ଠାକ୍‌ରେ ସରକାର ଏବେ ଛତିଶଗଡ଼ ଓ ଗୁଜରାଟଠାରୁ ଅତିରିକ୍ତ ୫୦ ଟନ୍‌ ଲେଖାଏ ଅକ୍ସିଜେନ ନେଉଛନ୍ତି। ସେହିପରି ଗୁଜରାଟସ୍ଥିତ ଜାମ୍‌ନଗର ରିଲାଏନ୍ସ ପ୍ଲାଣ୍ଟରୁ ଦୈନିକ ୧୦୦ ଟନ୍‌ ଅକ୍ସିଜେନ ନେବା ପାଇଁ ଯୋଜନା କରୁଛନ୍ତି। ମଧ୍ୟପ୍ରଦେଶରେ ଦିନକୁ ୨୫୦ ଟନ୍‌ ଅକ୍ସିଜେନ ଦରକାର ପଡ଼ୁଥିବାବେଳେ ନିଜସ୍ବ ଉତ୍ପାଦନ ପ୍ଲାଣ୍ଟ ନ ଥିବାରୁ ଗୁଜରାଟ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। କିନ୍ତୁ ଏହି ରାଜ୍ୟଗୁଡ଼ିକରେ ମଧ୍ୟ ସ୍ଥିତି ଦୟନୀୟ ଅବସ୍ଥାକୁ ଚାଲିଆସିଥିବାରୁ ଆଗକୁ ଅକ୍ସିଜେନ୍‌ ଯୋଗାଣ ବ୍ୟାହତ ହୋଇପାରେ। ଗୁଜରାଟକୁ ମଧ୍ୟ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ୫୦୦ ଟନ୍‌ ଅକ୍ସିଜେନ ଆବଶ୍ୟକ ହେଉଛି।
୧୨ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, କର୍ନାଟକ, ୟୁପି, ଦିଲ୍ଲୀ, ଛତିଶଗଡ଼, କେରଳ, ତାମିଲନାଡୁ, ପଞ୍ଜାବ ଓ ହରିୟାଣାରେ ଆଗକୁ ସ୍ଥିତି ଆହୁରି ଜଟିଳ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ କ୍ଷମତାସମ୍ପନ୍ନ ଗ୍ରୁପ୍‌-୨ ଅକ୍ସିଜେନ ଓ ଅନ୍ୟ ଉପକରଣ ସଙ୍କଟ ତଦାରଖ କରିବ। ବଳକା ଥିବା ରାଜ୍ୟଗୁଡ଼ିକରୁ ଏହି ୧୨ ରାଜ୍ୟକୁ ତିନୋଟି ପର୍ଯ୍ୟାୟରେ ୧୭,୦୦୦ ଟନ୍‌ ଅକ୍ସିଜେନ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ସାରା ଦେଶରେ ଅକ୍ସିଜେନ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୫୦,୦୦୦ ଟନ୍‌ ମେଡିକାଲ ଅକ୍ସିଜେନ ଆମଦାନୀ ପାଇଁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ଏମ୍‌ବିବିଏସ୍‌ ଛାତ୍ରୀ

ବରେଲି, ୨୪।୧: ଉତ୍ତର ପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ମେଡିକାଲ କଲେଜ ହଷ୍ଟେଲରେ ନିଆଁ ଲାଗିଯିବା ଫଲରେ ଜଣେ...

ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗ,ଆଜି ୧୬ତମ କମାଣ୍ଡର ସ୍ତରୀୟ ବୈଠକ …

ଲଦାଖ,୧୭।୭ : ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗରେ ରବିବାର ଦିନ ଭାରତ ଏବଂ ଚାଇନା ମଧ୍ୟରେ ୧୬ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ...

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା...

ଧରା ପଡ଼ିଲେ ୬ ବାଂଲାଦେଶୀ ଅନୁପ୍ରବେଶକାରୀ…

ନୂଆଦିଲ୍ଲୀ, ୧୦।୪ : ସୀମା ସୁରକ୍ଷା ବଳ (ବିଏସଏଫ) ହାତରେ ୬ ଜଣ ବାଂଲାଦେଶୀ ନାଗରିକ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ...

ଆତ୍ମହତ୍ୟା କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ମହିଳାଙ୍କ ମେଲ୍‌

ନୂଆଦିଲ୍ଲୀ, ୨୮।୮(ଆଇଏଏନ୍‌ଏସ୍‌):ଦୁଇଘଣ୍ଟା ମଧ୍ୟରେ ସହାୟତା ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଦିଲ୍ଲୀର ଜଣେ ୪୦ ବର୍ଷୀୟା ମହିଳା ବୁଧବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ...

ଯୋଗୀ ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ପୂରଣ

ଲକ୍ଷ୍ନୌ,୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରଣ ହୋଇଛି । ଏହି ୧୦୦ ଦିନ ମଧ୍ୟରେ ଅଧିକାଂଶ...

‘ହିଜାବକୁ ନିଷିଦ୍ଧ କରିବା ପାଇଁ ଆଇନ ନାହିଁ’

ବେଙ୍ଗାଲୁରୁ,୧୪।୨: ହିଜାବ କଟକଣା ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରି କର୍ନାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ଛାତ୍ରୀଙ୍କୁ ଅନୁମତି ଦିଆଯିବ କି ନାହିଁ ନିଷ୍ପତ୍ତି...

ବିରୋଧୀ ଏକାଠି ହେଲେ ୨୦୨୪ରେ ଭାଜପା କଠିନ ସମୟର ସମ୍ମୁଖୀନ ହେବ: ଥରୁର

ନୂଆଦିଲ୍ଲୀ,୧୮ା୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ପୂର୍ବାନୁମାନ କରିଛନ୍ତି। ଭାଜପାକୁ ପରାସ୍ତ କରିବା ଲାଗି...

Advertisement
Archives

Model This Week