ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉନି: ଅସମ୍ଭାଳ ସ୍ଥିତିରେ କରୋନା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣ ସ୍ଥିତି ଜଟିଳ ହେବାରେ ଲାଗିଛି। ବେକାବୁ ସ୍ଥିତିର ମୁକାବିଲା କରିବା ପାଇଁ ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା ମୁଖ୍ୟ ଆଧାର। ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ଖୁବ୍‌ କମ୍‌ ସମୟ ମଧ୍ୟରେ ମିଳିଯାଉଥିବାରୁ ଏହାକୁ ଅଧିକାଂଶ ଗୁରୁତ୍ୱ ଦେଉଛନ୍ତି। ଫଳରେ ଆଣ୍ଟିଜେନ୍‌ ପରୀକ୍ଷାରେ ନେଗେଟିଭ ଆସୁଥିବା ରିପୋର୍ଟ ଆର୍‌ଟି-ପିସିଆରରେ ପଜିଟିଭ ଆସୁଥିବା ଅଭିଯୋଗ ହେଉଛି। ଏସବୁ ସତ୍ତ୍ୱେ ଜିଲାରେ ଆର୍‌ଟି-ପିସିଆର୍‌ ଅପେକ୍ଷା ଆଣ୍ଟିଜେନ୍‌ ଉପରେ ଗୁରୁତ୍ୱ ଦିଆଯାଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‌ ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଥିବା ବେଳେ ବିଭିନ୍ନ ବ୍ଲକରେ କେବଳ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ଏବେ ଆର୍‌ଟି-ପିସିଆର୍‌ ୬ଶହ ଟାର୍ଗେଟ୍‌ ରଖାଯାଇଥିବା ବେଳେ ଆଣ୍ଟିଜେନ୍‌ ପରୀକ୍ଷା ୧୪ଶହ ରଖାଯାଇଛି। ପ୍ରତିଦିନ ହସ୍‌ପିଟାଲକୁ ଯେକୌଣସି ଲୋକ ଆସିଲେ ପ୍ରଥମେ ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ତା’ପରେ ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ଥାଇ ଲକ୍ଷଣ ଦେଖାଗଲେ ହିଁ ଆର୍‌ଟି-ପିସିଆର୍‌ ପରୀକ୍ଷା କରିବାକୁ କୁହାଯାଉଛି ବୋଲି କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରୁ ସୂଚନା ମିଳିଛି। ତେବେ ଜିଲାରେ ଥିବା ଆର୍‌ଟିପିସିଆର୍‌ ଟାର୍ଗେଟ୍‌ ଅନୁସାରେ ପରୀକ୍ଷା ହେଉ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ହସ୍‌ପିଟାଲରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଅପେକ୍ଷା ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ବାହାର ରାଜ୍ୟର ଟିକେଟ୍‌ ନ ହେଲେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କିମ୍ବା କଣ୍ଟ୍ରୋଲ ରୁମ୍‌ର ଅନୁମତି ଥିଲେ ହିଁ ପରୀକ୍ଷା ହୋଇପାରିବ। ନ ହେଲେ କେବଳ ଆଣ୍ଟିଜେନ୍‌ ପରୀକ୍ଷା କରି ଛାଡ଼ି ଦେଉଛନ୍ତି। କିନ୍ତୁ ଆର୍‌ଟି-ପିସିଆର୍‌ ପରୀକ୍ଷା ବହୁତ କମ୍‌ କରାଯାଉଛି। ଯେଉଁଥିପାଇଁ କେତେ ପଜିଟିଭ୍‌ ତାହା ସ୍ପଷ୍ଟ ଜଣାପଡୁନି। ବେଳେ ବେଳେ ଲକ୍ଷଣ ଥାଇ ବି ଆର୍‌ଟି-ପିସିଆର ପରୀକ୍ଷା ନ କରି ଆଣ୍ଟିଜେନ୍‌ ପରୀକ୍ଷା କରାଯାଉଛି। ଅନ୍ୟ ଜିଲାରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବାଲେଶ୍ୱର ଜିଲାରେ ଆଣ୍ଟିଜେନ୍‌ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ତେବେ କରୋନା ମହାମାରୀର ବୃଦ୍ଧିକୁ ଦେଖି ଜିଲାରେ ଆର୍‌ଟି-ପିସିଆର୍‌ ପରୀକ୍ଷା ଅଧିକ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।
ଜିଲା କୋଭିଡ୍‌ ନୋଡାଲ ଅଧିକାରୀ ଡା. ସୁଭ୍ରଜିତ୍‌ ଗିରିଙ୍କ ସୂଚନା ଅନୁସାରେ, ଗତ ୧୬ ତାରିଖରେ ୨୨୩୬ଟି ଆଣ୍ଟିଜେନ୍‌ ଏବଂ ୩୬୪ଟି ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଥିଲା। ୧୭ରେ ୨୦୦୯ଟି ଆଣ୍ଟିଜେନ, ୪୬୮ ଆର୍‌ଟି-ପିସିଆର୍‌, ୧୮ରେ ୧୧୬୯ଟି ଆଣ୍ଟିଜେନ୍‌, ୫୦୩ଟି ଆର୍‌ଟି-ପିସିଆର୍‌ ଏବଂ ୧୯ରେ ୨୩୪୪ ଆଣ୍ଟିଜେନ୍‌, ୪୮୨ଟି ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଛି। ଆଣ୍ଟିଜେନ୍‌ ପରୀକ୍ଷା ୨୪ ଘଣ୍ଟିଆ କରାଯାଉଥିବା ବେଳେ ଆର୍‌ଟି-ପିସିଆର୍‌ ପରୀକ୍ଷା ସକାଳ ୯ରୁ ୫ଟା ଯାଏ କରାଯାଉଛି। ବାକି ଅଧିକ ଗୁରୁତର କେସ୍‌ ଆସିଲେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଥାଏ। ଯେହେତୁ ଆଣ୍ଟିଜେନ୍‌ ପରୀକ୍ଷାରେ ୧୫ମିନିଟ୍‌ରେ ରିପୋର୍ଟ ବାହାରୁଛି ସେଥିପାଇଁ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ ସେନ ଜଗଦ୍ଦେବ କହିଛନ୍ତି ଯେ, ଯେତିକି ଟାର୍ଗେଟ୍‌ ଅଛି ସେତିକି ପରୀକ୍ଷା କରାଯାଉଛି। ମାର୍ଚ୍ଚ ୧୭ରେ ଦିନକୁ ୩ଶହ ଆର୍‌ଟି-ପିସିଆର୍‌ ଏବଂ ଆଣ୍ଟିଜେନ୍‌ ୧୭୦୦ଟି ପରୀକ୍ଷା ପାଇଁ ଟାର୍ଗେଟ୍‌ ଥିଲା। ଏପ୍ରିଲ ୧୭ରେ ଆସିଥିବା ଗାଇଡ୍‌ଲାଇନ୍‌ ଅନୁସାରେ ବର୍ତ୍ତମାନ ଜିଲାରେ ୬୦୦ ଆର୍‌ଟି-ପିସିଆର୍‌ ଏବଂ ଆଣ୍ଟିଜେନ୍‌ ପରୀକ୍ଷା ୧୪୦୦ ଟାର୍ଗେଟ୍‌ ରହିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଆମେ ଏତିକି ଲେଖାଏଁ ପରୀକ୍ଷା କରୁଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

କଟକଣାରେ ସ୍ବାଧୀନତା ଦିବସ ପାଳିତ : ଶ୍ରମ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

ବଲାଙ୍ଗୀର ଅଫିସ,୧୫।୮: ବଲାଙ୍ଗୀର ସହର ମନୋହରପୁର ପୋଲିସ ପଡ଼ିଆରେ ୭୫ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ...

ସ୍ନେହର ଲୁହରେ ଭିଜିଲା ହବିଷିଆଳି ଆଶ୍ରୟସ୍ଥଳୀ

ପୁରୀ ଅଫିସ,୧୨ା୧୧: ସରିଯାଇଛି ଧର୍ମ ମାସ କାର୍ତ୍ତିକ। ଏହି ପୁଣ୍ୟ ମାସର ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ପବିତ୍ର ମହୋଦଧିରେ ଡଙ୍ଗା...

ଆସିଲା ଡେଙ୍ଗୁ, ଏଡିଶ ମଶାକୁ ଭୟ

ବ୍ରହ୍ମପୁର ଅଫିସ,୭ା୮-ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ ଋତୁ। ଜିଲାବାସୀଙ୍କୁ ଏବେ ଘାରିଛି ଚିନ୍ତା। ବିଶେଷକରି ବ୍ରହ୍ମପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି...

ବଢୁଛି ଶିଳ୍ପ, ଗାଁ ମୁହାଁ ହାତୀ

ଯାଜପୁର ଅଫିସ,୨୪ା୧ – ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ, ଫସଲହାନି, ଘରଦ୍ୱାର କ୍ଷୟକ୍ଷତି ଘଟଣା ଆଦି ବୃଦ୍ଧି ପାଉଛି। ଗତ କିଛିବର୍ଷ ହେଲା ଏଭଳି ଘଟଣା...

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି : ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ, ୧୬ା୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’କୁ ମୁକାବିଲା କରିବା ପାଇଁ ଶନିବାର ଅପରାହ୍ନରେ ଭଦ୍ରକ ଜିଲା ପ୍ରଶାସନର ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ...

ପୁଣି କଟକରୁ ନକଲି ସିମେଣ୍ଟ କାରଖାନା ଠାବ

କଟକ ଅଫିସ, ୨୩।୨: କଟକରୁ ମଙ୍ଗଳବାର ପୁଣି ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କମିଶନରେଟ ପୋଲିସ ନକଲି ସିମେଣ୍ଟ ଗୋଦାମ ଘରେ ଚଢ଼ାଉ କରି...

ଗମନାଗମନରେ ଦାଉ ସାଧୁଛେ କାଦୋ ରାସ୍‌ତା: ଅଂଚଲବାସୀକଁର ଦାବି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

କଲମପୁର,୧।୮(ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିନୁ ସହର ତକ୍‌ ଗମନାଗମନ ସୁବିଧା ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଆଏଜ୍‌ ବି...

ବିଷାକ୍ତ ଧୂଳି, ଧୂଆଁର ଭୟ

କେନ୍ଦ୍ରାପଡ଼ା ଅଫିସ,୧୧ା୧୦: ମହାନଦୀର ଦୁଇପାର୍ଶ୍ୱରେ ୨ଟି ଜିଲା। ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଅପରପାର୍ଶ୍ୱରେ ଜଗତ୍‌ସିଂହପୁର। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ଅବସ୍ଥାରେ ଅଛି। ହେଲେ ଜଗତ୍‌ସିଂହପୁର...

Advertisement
Archives

Model This Week