ଲକ୍‌ଡାଉନ୍‌ ଶେଷ ବିକଳ୍ପ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ବିରୋଧରେ ଦେଶ ଏକ ବଡ଼ ଯୁଦ୍ଧକୁ ସାମ୍ନା କରୁଛି। ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ ସ୍ଥିତିରେ ସୁଧାର ଆସିବ। ଲକ୍‌ଡାଉନ୍‌ ଜାରି କରିବା ଶେଷ ବିକଳ୍ପ ହେବା ଉଚିତ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି। ରାତି ୮ଟା ୪୫ରେ ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରି ଏକ ଟେଲିଭିଜନ୍‌ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ସବୁ ବଳ ଖଟାଇ ଭାଇରସ୍‌ ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ସମ୍ପ୍ରତି ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ସମସ୍ତ ପକ୍ଷଙ୍କ ସହ ଆଲୋଚନା ଚାଲିଛି। ଗତବର୍ଷଠାରୁ ଏବର୍ଷର ସ୍ଥିତି ଭିନ୍ନ। ଏବେ ଆମ ପାଖରେ ଭାକ୍ସିନ, ପିପିଇ କିଟ୍‌ ଓ ଅନ୍ୟ ଜରୁରୀ ଉପକରଣ ଅଛି। ତେଣୁ ଲକ୍‌ଡାଉନ୍‌ ଶେଷ ବିକଳ୍ପ ହେବା ଉଚିତ। ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଉପରେ ଫୋକସ୍‌ ରହିବା ଉଚିତ। ରାଜ୍ୟଗୁଡ଼ିକ କୋଭିଡ୍‌-୧୯ ପ୍ରୋଟୋକଲକୁ କଡ଼ାକଡ଼ି କଲେ ଓ ତାକୁ ସମସ୍ତେ ମାନିଲେ ଲକ୍‌ଡାଉନ୍‌ ଜାରି କରିବାକୁ ପଡ଼ିବ ନାହିଁ। ଲୋକେ ଅନାବଶ୍ୟକ ଭାବେ ବାହାରକୁ ବାହାରନ୍ତୁ ନାହିଁ। ସମସ୍ତେ ଭାକ୍ସିନ ନିଅନ୍ତୁ ବୋଲି ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମହାମାରୀ ବିରୋଧରେ ଅଦମ୍ୟ ଉଦ୍ୟମ କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟସେବା କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ବିରୋଧୀ ଦଳଗୁଡ଼ିକ ତାଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ଏହାକୁ ଏକ ଫମ୍ପା ଭାଷଣ ବୋଲି ଅଭିହିତ କରିଛି। ଦଳର ମୁଖପାତ୍ର ଅଜୟ ମାକେନ କହିଛନ୍ତି, ହସ୍ପିଟାଲରେ ଶଯ୍ୟା, ଅକ୍ସିଜେନ ମିଳୁ ନ ଥିବାରୁ ଏସବୁ ଉପଲବ୍ଧ କରାଇବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ମୋଦି ତାହା ଜଣାଇବା କଥା। ହେଲେ ମହାମାରୀରେ ଲୋକେ ମରୁଥିବାବେଳେ ସେ ଦେଶ ସୁରକ୍ଷା ଦାୟିତ୍ୱରୁ ଓହରିଯାଇ ଏନ୍‌ଜିଓ, ଶିଶୁ ଓ ଯୁବପିଢ଼ି ଉପରେ ବୋଝ ଲଦି ଦେଇଛନ୍ତି। ସେହିପରି ଭାରତର କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ମତରେ ଗତବର୍ଷର ଲକ୍‌ଡାଉନ୍‌ ଦେଶ ପାଇଁ ବିପର୍ଯ୍ୟୟ ଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ ଭାଷଣ ଏକ ସ୍ବୀକାରୋକ୍ତି। ସେ ରାଜ୍ୟଗୁଡ଼ିକ ଉପରେ ବୋଝ ଲଦିଦେଇଛନ୍ତି। କେନ୍ଦ୍ର ସରକାର କ’ଣ କରୁଛନ୍ତି ସେନେଇ ମୋଦି ପଦୁଟିଏ କହିଲେ ନାହିଁ। ସେହିପରି ତୃଣମୂଳ କଂଗ୍ରେସ ମୁଖପାତ୍ର ଡେରେକ୍‌ ଓ’ବ୍ରିଏନ୍‌ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରିଛନ୍ତି, ଆପଣ କ୍ଷମତାକୁ ଲୋଭ କଲେ। ତା’ପରେ ଖାଲି କଥା କହି ଲୋକଙ୍କୁ ବୋକା ବନାଇଲେ। ବହୁତ ହୋଇଗଲା, ଭାକ୍ସିନ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଶିବସେନାର ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ମୋଦି ଶୃଙ୍ଖଳା ଓ ସାହସ ଦେଖାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ୫ ରାଜ୍ୟର ବିଧାନସଭା ନିର୍ବାଚନ ବେଳେ ଏହା କାହିଁକି ପ୍ରଯୁଜ୍ୟ ହେଲା ନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ କ୍ୟାବିନେଟ ସହଯୋଗୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖପାତ୍ର ନଓ୍ବାବ୍‌ ମଲିକ୍‌ କହିଛନ୍ତି, ମୋଦି ପ୍ରବାସୀ ଶ୍ରମିକ ଓ ଅନ୍ୟ ଦୁର୍ବଳ ବର୍ଗଙ୍କ ପାଇଁ ରିଲିଫ୍‌ ପ୍ୟାକେଜ ଘୋଷଣା କରିବେ ବୋଲି ଲୋକେ ଆଶା କରିଥିଲେ। ହେଲେ ସେ ସମସ୍ତଙ୍କୁ ନିରାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?