ଚରଣାମୃତ ଭଳି ମିଳୁଛି ଅକ୍ସିଜେନ

ନୂଆଦିଲ୍ଲୀ,୨୭ା୪: ନୋଭେଲ କରୋନା ଭାଇରସ୍‌ର ପ୍ରଚଣ୍ଡ ପ୍ରହାର ଓ ଏହାର ମୁକାବିଲାରେ ବିଫଳତା ଭାରତୀୟ ଅର୍ଥନୀତିକୁ ଉଜାଡ଼ିଦେଇଛି। ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖି ଛିଡ଼ା ନ ହେଉଣୁ ସ୍ଥିତି ସୁଧୁରିଯାଇଛି ବୋଲି ତରବରିଆ ଭାବେ ପ୍ରଚାର କରିଦିଆଯିବାରୁ ଘାତକ ଭୂତାଣୁ ପୁଣି ମୁଣ୍ଡ ଟେକି ଚୋଟ ମାରିବାକୁ ସୁଯୋଗ ପାଇଛି। ଆସନ୍ନ ବିପଦ ପ୍ରତି ଶାସକ ବର୍ଗ ଆଖି ବୁଜିଦେବାରୁ ସାରା ଦେଶ କୁପରିଣାମ ଭୋଗୁଛି। କରୋନା ଉପରେ ବିଜୟ ଲାଭର ମିଥ୍ୟା ଆସ୍ଫାଳନ ଦେଶରେ ଅଭୂତପୂର୍ବ ଜରୁରୀ ପରିସ୍ଥିତିକୁ ଜନ୍ମ ଦେଇଛି। ଅକ୍ସିଜେନ ସଙ୍କଟ ଯୋଗୁ ରୋଗୀ ଅଣନିଃଶ୍ୱାସୀ ହୋଇ ମରୁଥିବାବେଳେ ହସ୍ପିଟାଲଗୁଡ଼ିକରେ ଘଟୁଥିବା ଅଗ୍ନିକାଣ୍ଡ ଅନେକ ଚିକିତ୍ସାଧୀନ ସଂକ୍ରମିତଙ୍କ ଜୀବନ ନେଉଛି। ସରକାରୀ ଅପାରଗତା ଯୋଗୁ ଏହାକୁ ରୋକାଯାଇପାରୁ ନାହିଁ। ଫଳରେ ସ୍ବାସ୍ଥ୍ୟ ସେବା ଓ ଜୀବନ ଧାରଣ ଭଳି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ସୁନିଶ୍ଚିତ କରିବା ପାଇଁ ନ୍ୟାୟପାଳିକାକୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସ୍ବପ୍ନ ଦେଖୁଥିବା ଦେଶର ଏହି ବିକଳ ଚିତ୍ର ବୟାନ କରୁଛି ସ୍ଥିତି କେତେ ସାଂଘାତିକ।
ରାଜଧାନୀ ଦିଲ୍ଲୀ ଓ ଆର୍ଥତ୍କ ରାଜଧାନୀ ମୁମ୍ବାଇ ସମେତ ଅନେକ ରାଜ୍ୟର ହସ୍ପିଟାଲଗୁଡ଼ିକ ସାମ୍ନାରେ ଧାଡ଼ି ଧାଡ଼ି ହୋଇ ଆମ୍ବୁଲାନ୍ସ ଛିଡ଼ାହୋଇଛି। ଯଦି କେଉଁଠି ଶଯ୍ୟା ଖାଲି ହେଉଛି, ପୂର୍ବରୁ ଜଗିଥିବା ରୋଗୀ ପ୍ରାଣ ବିକଳରେ ମାଡ଼ିବସୁଛନ୍ତି। ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ଅକ୍ଷମତା ପ୍ରକାଶ କରି ଡାକ୍ତର କାନ୍ଦିପକାଉଛନ୍ତି। କେତେକ ଡାକ୍ତରଖାନା ସାମ୍ନାରେ ବ୍ୟାନର ଝୁଲାଇ ଘୋଷଣା କରାଯାଇଛି ‘ଦୟାକରି ଆମ ପାଖକୁ ଆସନ୍ତୁ ନାହିଁ, ଏଠାରେ ଅକ୍ସିଜେନ ଉପଲବ୍ଧ ନୁହେଁ।’ ଏଥିରୁ ବୁଝାପଡ଼ୁଛି ଯେ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି। ବିଦେଶକୁ ଭାକ୍ସିନ ରପ୍ତାନି ହେଉ କି ଦେଶରେ ବିଶାଳ ସମାଗମର ଆୟୋଜନ, ସବୁକିଛି ସାବାସି ନେବା ଉପଲକ୍ଷେ ଥିଲା ଗୋଟେ ଗୋଟେ ବିଜ୍ଞାପନ, ପ୍ରଦର୍ଶନ ନଚେତ୍‌ ପ୍ରହସନ। ଭାରତ ବିଶ୍ୱର ନୂଆ ହଟ୍‌ସ୍ପଟ୍‌ ପାଲଟିଥିବାବେଳେ ସାମ୍ପ୍ରତିକ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତିକୁ ଦେଖି ପାକିସ୍ତାନ ଓ ଚାଇନା ମଧ୍ୟ ନୂଆଦିଲ୍ଲୀକୁ ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି, ଯାହାଙ୍କୁ ଶତ୍ରୁରାଷ୍ଟ୍ର ବୋଲି ମନେ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ, କହିଲା କଂଗ୍ରେସ…

ଅହମଦାବାଦ, ୨୭।୯ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଏଏପିକୁ କଂଗ୍ରେସ ଘେରିଛି। କଂଗ୍ରେସର ଶକ୍ତି ସିଂ ଗୋହିଲ କହିଛନ୍ତି ଭାରତ ଯୋଡ ଯାତ୍ରାର ସଫଳତା...

୨୫ ହଜାର କୋଟିର ମନିଲଣ୍ଡରିଂ ମାମଲା: ପାଓ୍ବାରଙ୍କ ବିରୋଧରେ ଇଡିର ତନାଘନା

ନୂଆଦିଲ୍ଲୀ,୨୫ା୯(ପି.ଟି.): ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଏବେ ମନି ଲଣ୍ଡରିଂ ମାମଲାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ସେ ଓ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସହ...

ଖ୍ୟାତି ଆଣି ଦେଇଥିଲା ହାଇପ୍ରୋଫାଇଲ ମାମଲା

ନୂଆଦିଲ୍ଲୀ,୯ା୯ : ୯୬ତମ ଜନ୍ମଦିନ ପାଳନର ମାତ୍ର ୬ ଦିନ ପୂର୍ବରୁ ଖ୍ୟାତନାମା ଆଇନଜୀବୀ ରାମ ଜେଠମାଲାନିଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ସେ ଦେଶର...

ସକାଳ ଖରାରେ ବସନ୍ତୁ ମାତ୍ର ୫ ମିନିଟ୍‌…

ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ପ୍ରତିଦିନ ସକାଳେ...

କମଲନାଥଙ୍କ ପରେ ଏବେ ଅଭଦ୍ର ଟିପ୍ପଣି ଦେଇ ଚର୍ଚ୍ଚାରେ ଶିବରାଜଙ୍କ ମନ୍ତ୍ରୀ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନ ପରେ ଏବେ ବିବାଦ ଥମିନାହିଁ । କନ୍ତୁ ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ...

ରାତିରେ ଦେଖାଯାଉଛି ଓମିକ୍ରନ୍‌ର ଏମିତି କିଛି ଲକ୍ଷଣ

ନୂଆଦିଲ୍ଲୀ,୧୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି । ହେଲେ ଏହାର ନିର୍ଦ୍ଦିଷ୍ଟ ଲକ୍ଷଣ...

୩ ବର୍ଷ ଅକାମୀ ଥିବା ହାର୍ଟ ପୁଣି କାମ କଲା…

ନୋଏଡ଼ା,୬।୧୦: କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଏବେ ଭାରତରେ ଘଟିଛି। ହାର୍ଟ କାମ କରିବା ବନ୍ଦ କରିବାର ୩...

ପୋଲିସର ସାହସିକତାକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୨ା୧୦(ପି.ଟି.): ଜାତୀୟ ପୋଲିସ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଷ୍ଟକର ପରିବେଶରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀମାନଙ୍କ ସାହସିକତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପୋଲିସ ବଳ...

Advertisement
Archives

Model This Week