ଚରଣାମୃତ ଭଳି ମିଳୁଛି ଅକ୍ସିଜେନ

ନୂଆଦିଲ୍ଲୀ,୨୭ା୪: ନୋଭେଲ କରୋନା ଭାଇରସ୍‌ର ପ୍ରଚଣ୍ଡ ପ୍ରହାର ଓ ଏହାର ମୁକାବିଲାରେ ବିଫଳତା ଭାରତୀୟ ଅର୍ଥନୀତିକୁ ଉଜାଡ଼ିଦେଇଛି। ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖି ଛିଡ଼ା ନ ହେଉଣୁ ସ୍ଥିତି ସୁଧୁରିଯାଇଛି ବୋଲି ତରବରିଆ ଭାବେ ପ୍ରଚାର କରିଦିଆଯିବାରୁ ଘାତକ ଭୂତାଣୁ ପୁଣି ମୁଣ୍ଡ ଟେକି ଚୋଟ ମାରିବାକୁ ସୁଯୋଗ ପାଇଛି। ଆସନ୍ନ ବିପଦ ପ୍ରତି ଶାସକ ବର୍ଗ ଆଖି ବୁଜିଦେବାରୁ ସାରା ଦେଶ କୁପରିଣାମ ଭୋଗୁଛି। କରୋନା ଉପରେ ବିଜୟ ଲାଭର ମିଥ୍ୟା ଆସ୍ଫାଳନ ଦେଶରେ ଅଭୂତପୂର୍ବ ଜରୁରୀ ପରିସ୍ଥିତିକୁ ଜନ୍ମ ଦେଇଛି। ଅକ୍ସିଜେନ ସଙ୍କଟ ଯୋଗୁ ରୋଗୀ ଅଣନିଃଶ୍ୱାସୀ ହୋଇ ମରୁଥିବାବେଳେ ହସ୍ପିଟାଲଗୁଡ଼ିକରେ ଘଟୁଥିବା ଅଗ୍ନିକାଣ୍ଡ ଅନେକ ଚିକିତ୍ସାଧୀନ ସଂକ୍ରମିତଙ୍କ ଜୀବନ ନେଉଛି। ସରକାରୀ ଅପାରଗତା ଯୋଗୁ ଏହାକୁ ରୋକାଯାଇପାରୁ ନାହିଁ। ଫଳରେ ସ୍ବାସ୍ଥ୍ୟ ସେବା ଓ ଜୀବନ ଧାରଣ ଭଳି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ସୁନିଶ୍ଚିତ କରିବା ପାଇଁ ନ୍ୟାୟପାଳିକାକୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସ୍ବପ୍ନ ଦେଖୁଥିବା ଦେଶର ଏହି ବିକଳ ଚିତ୍ର ବୟାନ କରୁଛି ସ୍ଥିତି କେତେ ସାଂଘାତିକ।
ରାଜଧାନୀ ଦିଲ୍ଲୀ ଓ ଆର୍ଥତ୍କ ରାଜଧାନୀ ମୁମ୍ବାଇ ସମେତ ଅନେକ ରାଜ୍ୟର ହସ୍ପିଟାଲଗୁଡ଼ିକ ସାମ୍ନାରେ ଧାଡ଼ି ଧାଡ଼ି ହୋଇ ଆମ୍ବୁଲାନ୍ସ ଛିଡ଼ାହୋଇଛି। ଯଦି କେଉଁଠି ଶଯ୍ୟା ଖାଲି ହେଉଛି, ପୂର୍ବରୁ ଜଗିଥିବା ରୋଗୀ ପ୍ରାଣ ବିକଳରେ ମାଡ଼ିବସୁଛନ୍ତି। ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ଅକ୍ଷମତା ପ୍ରକାଶ କରି ଡାକ୍ତର କାନ୍ଦିପକାଉଛନ୍ତି। କେତେକ ଡାକ୍ତରଖାନା ସାମ୍ନାରେ ବ୍ୟାନର ଝୁଲାଇ ଘୋଷଣା କରାଯାଇଛି ‘ଦୟାକରି ଆମ ପାଖକୁ ଆସନ୍ତୁ ନାହିଁ, ଏଠାରେ ଅକ୍ସିଜେନ ଉପଲବ୍ଧ ନୁହେଁ।’ ଏଥିରୁ ବୁଝାପଡ଼ୁଛି ଯେ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି। ବିଦେଶକୁ ଭାକ୍ସିନ ରପ୍ତାନି ହେଉ କି ଦେଶରେ ବିଶାଳ ସମାଗମର ଆୟୋଜନ, ସବୁକିଛି ସାବାସି ନେବା ଉପଲକ୍ଷେ ଥିଲା ଗୋଟେ ଗୋଟେ ବିଜ୍ଞାପନ, ପ୍ରଦର୍ଶନ ନଚେତ୍‌ ପ୍ରହସନ। ଭାରତ ବିଶ୍ୱର ନୂଆ ହଟ୍‌ସ୍ପଟ୍‌ ପାଲଟିଥିବାବେଳେ ସାମ୍ପ୍ରତିକ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତିକୁ ଦେଖି ପାକିସ୍ତାନ ଓ ଚାଇନା ମଧ୍ୟ ନୂଆଦିଲ୍ଲୀକୁ ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି, ଯାହାଙ୍କୁ ଶତ୍ରୁରାଷ୍ଟ୍ର ବୋଲି ମନେ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri