ସାର୍‌ ଗାଈ ଦେଉନି କ୍ଷୀର, ଥାନାକୁ ଡାକି ଟିକେ ବୁଝାଅ ବୋଲି ମାଲିକଙ୍କ ଗୁହାରି…

ଶିମୋଗା,୮।୧୨: ପୋଲିସ ଷ୍ଟେସନରେ ସାଧାରଣତଃ ଚୋରି, ଡକାୟତି, ଧମକ, ଆକ୍ରମଣ, ହତ୍ୟା ଏବଂ ବଳାତ୍କାରର ମାମଲା ଆଦି ରୁଜୁ ହୋଇଥାଏ। କିନ୍ତୁ ବେଳେବେଳେ ଏପରି ମାମଲା ମଧ୍ୟ ପୋଲିସ ଷ୍ଟେଶନକୁ ଆସିଥାଏ, ଯାହା ଶୁଣିବା ପରେ ପୋଲିସ ମଧ୍ୟ ବିରକ୍ତ ହୋଇଥାନ୍ତି। ନିକଟରେ କର୍ନାଟକ ପୋଲିସକୁ ଏଭଳି ଏକ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଛି। ଜଣେ ବ୍ୟକ୍ତି ତାଙ୍କ ଗାଈ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ନିକଟକୁ ଯାଇଥିଲେ। ସେ ପୋଲିସକୁ କହିଛନ୍ତି ଯେ ତାଙ୍କ ଗାଈ ୪ ଦିନ ହେଲା କ୍ଷୀର ଦେଉନାହିଁ। ତେଣୁ ତାଙ୍କ ଗାଈ ବିରୋଧରେ ଏକ ମାମଲା ରୁଜୁ ହେବା ଉଚିତ।

ଖବର ଅନୁଯାୟୀ, କର୍ନାଟକର ଶିମୋଗା ଜିଲାର ସିଡଲିପୁରା ଗାଁର ଏହି ମଜାଦାର ଘଟଣା ଘଟିଛି। ଏହି ଗ୍ରାମରେ ରହୁଥିବା କୃଷକ ରମୈୟା ଏଭଳି ଅଭିଯୋଗ ନେଇ ହୋଲେହେନ୍ନେୁର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଯେତେବେଳେ ସେ ତାଙ୍କ ଅଭିଯୋଗ ପୋଲିସକୁ କହିଥିଲେ, ସେତେବେଳେ ପୋଲିସର ହସି ହସି ବେଦମ୍‌ ହୋଇଯାଇଥିଲେ। ତାଙ୍କ ଗାଈ ଗତ ୪ ଦିନ ଧରି କ୍ଷୀର ଦେଉନାହିଁ। ସେ ପ୍ରତିଦିନ ଗାଈକୁ ଭଲ ଖାଇବାକୁ ମଧ୍ୟ ଦେଉଛନ୍ତି। ଗାଈକୁ ପୋଲିସ ଷ୍ଟେସନକୁ ଡାକି ବୁଝାଇବାକୁ ରମୈୟା ଜିଦ ଧରିଥିଲେ।

ସେ ପୋଲିସକୁ କହିଥିଲେ ଯେ ଗାଈକୁ ପ୍ରତିଦିନ ସକାଳ ୮ ଟାରୁ ପୂର୍ବାହ୍ନ ୧୧ ଟା ଏବଂ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତି। ଖାଦ୍ୟ ଖାଇବା ପରେ ମଧ୍ୟ ଗାଈ କ୍ଷୀର ଦେଉ ନାହିଁ ଏବଂ ଯାହା ଭୁଲ ବୋଲି ସେ କହିଥିଲେ। ସାର୍‌ ମୋ ଗାଈକୁ ଟିକେ ପୋଲିସ ଷ୍ଟେଶନକୁ ଡାକି କ୍ଷୀର ଦେବା ପାଇଁ ବୁଝାନ୍ତୁ ବୋଲି ରମୈୟା କହିଥିଲେ।

ପୋଲିସ ପ୍ରଥମେ ରମୈୟାଙ୍କ ଅଭିଯୋଗ ଶୁଣିଥିଲା। ଅଭିଯୋଗ ଶୁଣିବା ପରେ ପୋଲିସ ତାଙ୍କୁ ବୁଝାଇବା ସହିତ କହିଥିଲେ ଯେ ଏଭଳି ମାମଲାର ସମାଧାନ ପୋଲିସ ଷ୍ଟେଶନରେ ହୁଏନାହିଁ। ଏଭଳି ମାମଲା ରୁଜୁ କରାଯାଏ ନାହିଁ। ତେବେ କିପରି ଏହି ସମସ୍ୟାର ସମାଧାନ ହେବ ସେସମ୍ପର୍କରେ ବୁଝାଇ ସୁଝାଇ ଘରକୁ ପଠାଇ ଦେଇଥିଲା। ତେବେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri