ଓଲଟିଲା OSRTC ବସ୍‌

ବଣାଇଁ,୨୨ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ୧୦ ନମ୍ବର (କ) ରାଜ୍ୟ ରାଜପଥ ମୁଚୁରିନାଳି ଗ୍ରାମ ନିକଟରେ ସୁନ୍ଦରଗଡ଼ରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପୁରୀକୁ ଯାଉଥିବା OSRTC ଜଗନ୍ନାଥ ବସ୍‌ ପ୍ରାୟ ୧୨.୩୦ରେ ଭାରସାମ୍ୟ ରାସ୍ତାର ଖାଲ ତଳକୁ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଖସିପଡ଼ିଛି। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ମହିଳା ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଛନ୍ତି। ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଗୁରୁତରଙ୍କୁ ରାଉରକେଲାକୁ ପଠାଇଥିଲେ। କିନ୍ତୁ ଅଳ୍ପକେ ବର୍ତ୍ତିଛନ୍ତି ୫୫ ଜଣ ଯାତ୍ରୀ। ଯେଉଁ ସ୍ଥାନରେ ଗାଡ଼ିଟି ଓଲଟିଲା ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଯାହାଫଳରେ ବିଦ୍ୟୁତ ଖୁଣ୍ଟ ପଡ଼ିଯିବାରୁ କିଛି ଯାତ୍ରୀ ବିଦ୍ୟୁତ ଆଘାତ ପାଇ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ବିଦ୍ୟୁତ୍‌ ଆଘାତ ପାଇ ଜଂଘ ଓ ବେକ ପୋଡ଼ି ଯାଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସ୍‌ରେ ପଠାଇ ତଦନ୍ତ ଚଳାଇଛି। ଚାଳକ ସମ୍ପର୍କରେ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା RI, ୫୫୦୦ ଲାଞ୍ଚ ନେବାବେଳେ….

ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ସୂଚନା…

ଜଣେ ବରକୁ, ୩ କନ୍ୟା: କ୍ୟାମେରାମ୍ୟାନ୍‌ଙ୍କୁ ବିବାହ କଲେ ୩ YouTuber ଭଉଣୀ

ଆମରୋହା,୨୪।୭: ଉତ୍ତର ପ୍ରଦେଶର ଆମରୋହା ଜିଲାର ହସନପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ତିନି ଭଉଣୀ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଏହି ତିନି ଭଉଣୀ ହେଉଛନ୍ତି YouTuber…

ରାଇକିଆରେ ବାହୁଡ଼ା ଯାତ୍ରା, ଛେରା ପହଁରା ପାଇଁ ବିଡିଓ…

ରାଇକିଆ,୨୪ା୭(ପ୍ରଦୀପ ବେହେରା): ଆଜି ବାହୁଡ଼ା ଯାତ୍ରା। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିର ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ଆଉ ଧର୍ମେନ୍ଦ୍ରଙ୍କ ଇସ୍ତଫା ମାଗିବନି CJP? ଅଭିଜିତ କଲେ ଚମକାଇଲା ଭଳି ଖୁଲାସା

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍‌କୁ ନେଇ ଚାଲିଥିବା ବିବାଦ ମଧ୍ୟରେ CJP (କକରୋଚ ଜନତା ପାର୍ଟି) ନିଜର ଧାରଣା-ପ୍ରଦର୍ଶନ ଶେଷ କରିବ କି ନାହିଁ, ସେ ନେଇ…

ରାଜ୍ୟ ସଭାରେ ‘ବନ୍ଦେ ମାତରମ’ ବିଲ୍ ଆଗତ କଲେ ସରକାର, ଜାତୀୟ ସଙ୍ଗୀତକୁ ଅପମାନ କଲେ…

ନୂଆଦିଲ୍ଲୀ,୨୪ା୭: ଗୃହରେ ହଟ୍ଟଗୋଳ ପରେ, ରାଜ୍ୟ ସଭାର କାର୍ଯ୍ୟ ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହୋଇଥିଲା। ଏହାପରେ ‘ବନ୍ଦେ ମାତରମ୍’ର ସମ୍ମାନ ସମ୍ପର୍କରେ ସଂସଦର ଉଚ୍ଚ ସଦନ…

NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର, ପୁରୁଷବନ୍ଧୁଙ୍କୁ ବନ୍ଧୁଙ୍କୁ ମାଡ଼ ମାରି ବୁଦାରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୪ା୭: ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏକ ପବିତ୍ର ସହର ଚିତ୍ରକୂଟର ଦେବାଙ୍ଗନା ଉପତ୍ୟକା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ସତନାର…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri