ଗହଳି ହେଲା, ସଂକ୍ରମଣ ବଢ଼ିଲା

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଲାଣି କରୋନା। କିଛିଦିନ ହେବ ସଂକ୍ରମଣ ଖସୁଥିବାବେଳେ ଏବେ ଉପରମୁହାଁ ହେଲାଣି ଗ୍ରାଫ୍‌। ଜୀବନଜୀବିକାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର କରୋନା କଟକଣାକୁ କୋହଳ କରିଥିଲେ। ହେଲେ ଲୋକମାନେ ଏହାର ଦୁରୁପଯୋଗ କରୁଥିବା ଦେଖାଯାଉଛି। କୋଭିଡ୍‌ ନିୟମକୁ ଉଲ୍ଲଂଘନ କରି ସହରର ଦୋକାନ ବଜାରଠାରୁ ଆରମ୍ଭ କରି ରାସ୍ତାଘାଟରେ ପ୍ରବଳ ଗହଳି କରୁଛନ୍ତି। ସାମାଜିକ ଦୂରତାକୁ ମାନୁ ନାହାନ୍ତି। ଫଳରେ ୨ଶହ ମଧ୍ୟରେ ରହୁଥିବା ସଂକ୍ରମଣ ଏବେ ୪ଶହ ମୁହଁା ହେବାରେ ଲାଗିଛି। ଏପରି ସ୍ଥିତି ଲାଗି ରହିଲେ ଭୁବନେଶ୍ୱରରେ ସଂକ୍ରମଣ ବ୍ୟାପିବା ସହ ପୂର୍ବ ପରିସ୍ଥିତି ଲେଉଟିବ ବୋଲି ଆଶଙ୍କା କରାଯାଉଛି। କେତେଜଣଙ୍କ ବେପରୁଆ ମନୋଭାବ ଯୋଗୁ ସମସ୍ତଙ୍କୁ ଭୋଗିବାକୁ ପଡୁଥିବାରୁ ଏହା ଉପରେ ପ୍ରଶାସନ ଓ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ସହରରୁ ୩୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୯ଜଣ କ୍ୱାରାଣ୍ଟାଇନ୍‌ରୁ ଓ ୩୨୦ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ପଟିଆ ଅଞ୍ଚଳରୁ ସର୍ବାଧିକ ୩୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀରୁ ୨୫, ଶୈଳଶ୍ରୀବିହାରରୁ ୧୧, ଖଣ୍ଡଗିରିରୁ ୧୮, ଚନ୍ଦ୍ରଶେଖରପୁରରୁ ୧୦, ରସୁଲଗଡ, ମଞ୍ଚେଶ୍ୱର, ପୁରୁଣା ଭୁବନେଶ୍ୱର, ଶ୍ରୀରାମ ନଗର ଓ ଶହୀଦନଗରରୁ ୯ଜଣ ଲେଖାଏ, ଡୁମୁଡୁମାରୁ ୧୪, ବମିଖାଲ ଓ ପାତ୍ରପଡାରୁ ୮ଜଣ ଲେଖାଏ, ବଡଗଡରୁ ୭, ଆଚାର୍ଯ୍ୟବିହାର, ନୀଳାଦ୍ରିବିହାର ଓ ସାମନ୍ତରାପୁରରୁ ୬ଜଣ ଲେଖାଏ, ଆଇଗିଣିଆ, ୟୁନିଟ-୩ ଓ କଳିଙ୍ଗ ନଗରରୁ ୫ଜଣ ଲେଖାଏ, ଗାଡକଣ, ଗଜପତି ନଗର, ବିଜେବି ନଗର, ସତ୍ୟନଗର, ସୁନ୍ଦରପଦା, ଟଙ୍କପାଣିରୋଡ୍‌, ଚକେଇସିଆଣି, ପ୍ରଶାନ୍ତି ବିହାର ଓ ବାଣୀବିହାର ଅଞ୍ଚଳରୁ ୩ଜଣ ଲେଖାଏ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୩ହଜାର ୭୭ରେ ପହଞ୍ଚତ୍ଛି। ସେହିପରି ଗୋଟିଏ ଦିନରେ ପୁଣି ୫ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪୯୭ରେ ପହଞ୍ଚତ୍ଛି। ସେହିପରି ୨୪ ଘଣ୍ଟାରେ ୩୫୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଆରୋଗ୍ୟ ସଂଖ୍ୟା ୯୧ ହଜାର ୩୪୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୨୧୦ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ବିଭିନ୍ନ ଦୋକାନ ସିଲ ସହ ୩୦ହଜାର ଜରିମାନା ଆଦାୟ

ପ୍ରତିଦିନ ସହରରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢାଉ କରି ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ସହ ଦୋକାନ ସିଲ୍‌ କରୁଛି। ଶୁକ୍ରବାର ବିଏମ୍‌ସିର ୩ଟି ଜୋନ୍‌ରେ ଚଢାଉ କରି କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଗଜପତି ନଗରସ୍ଥିତ ଏକ ଓମ୍‌ଫେଡ୍‌ ଷ୍ଟଲ, ୟୁନିଟ-୨ ମାର୍କେଟ ବିଲ୍ଡିଂରେ ମମତା ଡ୍ରେସେସ୍‌ ଦୋକାନ, ସୌଭାଗ୍ୟ ନଗରସ୍ଥିତ ଗୋଲ୍‌ଡେନ୍‌ ଚିଲି ଫାଷ୍ଟଫୁଡ୍‌କୁ ସିଲ୍‌ କରାଯାଇଛି। ଦକ୍ଷିଣ ଜୋନ୍‌ରେ ୬ଟି ଫାଷ୍ଟଫୁଡ୍‌ ଦୋକାନ ସିଲ୍‌ କରିବା ସହ ୧୧ହଜାର ଟଙ୍କା ଓ ଦକ୍ଷିଣ ପଶ୍ଚିମ ଜୋନରୁ ୬ହଜାର ଟଙ୍କା ଜରିମାନା କରାଯାଇଛି। ୩ ଜୋନ୍‌ରୁ ସମୁଦାୟ ୩୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଏମ୍‌ସି (ଏନ୍‌ଫୋର୍ସମେଣ୍ଟ)ର ଅତିରିକ୍ତ କମିଶନର ଲିଲନ୍‌ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଏହି ଚଢାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?