ଅଳ୍ପ ଖର୍ଚ୍ଚରେ ଓ୍ବାଲ୍‌ ଡେକୋରେଶନ

ଘର ସଜାଇବା ଲାଗି କେବଳ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ
ଆବଶ୍ୟକ ତା’ ନୁହେଁ, ଆପଣ ଚାହିଁଲେ କମ୍‌ ଖର୍ଚ୍ଚରେ ଓ୍ବାଲ୍‌ ଡେକୋରେଶନ୍‌ କରିପାରିବେ। ଏଥିପାଇଁ କେଉଁ ସବୁ ସାମଗ୍ରୀ ବ୍ୟବହାର
କରିପାରିବେ ଜାଣି ରଖନ୍ତୁ ଟିପ୍ସ…

ଓ୍ବାଲ୍‌ ଡେକୋରେଶନ୍‌ ହ୍ୟାଙ୍ଗିଙ୍ଗ୍‌ ସବୁଠୁ ଭଲ ଅପ୍ସନ। କିନ୍ତୁ ଏଥିପାଇଁ କୌଣସି ଦାମୀ ପେଣ୍ଟିଂ କିଣିବାର ଆବଶ୍ୟକତା ନାହିଁ। ଆପଣ ଚାହିଁଲେ ଘରେ ଥିବା ପୁରୁଣା ଫଟୋ ଫ୍ରେମ୍‌ରେ କୌଣସି ସୁନ୍ଦର ପ୍ରିଣ୍ଟେଡ୍‌ ଓ୍ବାଲ୍‌ପେପର୍‌, କ୍ୟାଲେଣ୍ଡର ଆଦି କାଟି ପୁନର୍ବାର ବ୍ୟବହାର କରିପାରିବେ। ନିଜେ ମଧ୍ୟ ପେଣ୍ଟିଂ କିମ୍ବା ପ୍ୟାଚ୍‌ ଓ୍ବାର୍କ କରି କାନ୍ଥରେ ଲଗାଇ ପାରିବେ। ବିଶେଷ କରି ଲିଭିଂ ଏବଂ ଷ୍ଟଡି ରୁମ୍‌ ଓ୍ବାଲ୍‌ ଡେକୋରେଶନ୍‌ ଲାଗି ଏସବୁ ବେଶି ସୁନ୍ଦର ଲାଗିଥାଏ।
ଆପଣଙ୍କର ଆର୍ଟ କିମ୍ବା କ୍ରାଫ୍ଟ ଓ୍ବାର୍କ ଉପରେ ଜ୍ଞାନ ଥିଲେ କମ୍‌ ବଜେଟ୍‌ରେ ଘର ସଜାଇବା ଖୁବ୍‌ ସହଜ ହେବ। ଆପଣ ଥର୍ମୋକୁଲ୍‌ କିମ୍ବା ଆଇସ୍‌କ୍ରିମ୍‌ ଷ୍ଟିକ୍‌ରେ ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ ଫ୍ଲାଓ୍ବାର ଭେସ୍‌ ପ୍ରସ୍ତୁତ କରି ସେଥିରେ ସୁନ୍ଦର ରଙ୍ଗର ଫୁଲ ରଖି ପାରିବେ। ଏହା ମଧ୍ୟ ଆପଣଙ୍କ ଘରର କାନ୍ଥକୁ ଅଧିକ ସୁନ୍ଦର କରିବ।
ଡ୍ରଇଂ ରୁମ୍‌, ବଡ ହଲ୍‌ କିମ୍ବା ବାରଣ୍ଡାକୁ ରୟାଲ୍‌ ଲୁକ୍‌ ଦେବାକୁ ଚାହୁଁଥିଲେ ନିଜର କୌଣସି ସୁନ୍ଦର ଶାଢି କିମ୍ବା ଏମ୍ବ୍ରଏଡୋରି, ବୁଣା ହୋଇଥିବା ଅବା ଅନ୍ୟ କାମ ହୋଇଥିବା କପଡାକୁ ବଡ ଓ ଲମ୍ବା କାର୍ଡବୋର୍ଡ ଉପରେ ଲଗାଇ କାନ୍ଥରେ ଟଙ୍ଗାଇ ପାରିବେ।
ବର୍ତ୍ତମାନ ସମୟରେ ଘରର କାନ୍ଥ ସଜାଇବା ଲାଗି ଅନେକେ ବିଭିନ୍ନ ପ୍ରକାରର ଟାଇଲ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହା ଅଧିକ ଦାମୀ। ତେଣୁ ଏହା ପରିବର୍ତ୍ତେ ଆପଣ ଚାହିଁଲେ ଓ୍ବାଲ୍‌ ପେପର୍‌ ଲଗାଇ ପାରିବେ।
ସେହିପରି ଅଳ୍ପ ଖର୍ଚ୍ଚରେ ମିଳୁଥିବା ବିଭିନ୍ନ ଷ୍ଟିକର ଲଗାଇ ମଧ୍ୟ ପାରିବେ।
ସାମାନ୍ୟ ବୁଦ୍ଧି ପ୍ରୟୋଗ କରି ଆପଣ ବ୍ୟବହାର ନ ହେଉଥିବା କୌଣସି ସୁନ୍ଦର କପଡାକୁ ମଧ୍ୟ ଓ୍ବାଲ୍‌ ଡେକୋରେଶନ୍‌ ଲାଗି ବ୍ୟବହାର କରିପାରିବେ। କପଡ଼ାର ବେସ୍‌ ରଙ୍ଗ କାନ୍ଥ ରଙ୍ଗ ସହିତ ମ୍ୟାଚ୍‌ କରୁଥିଲେ ଡିଜାଇନ୍‌ ଅଧିକ ସୁନ୍ଦର ଏବଂ କଣ୍ଟ୍ରାଷ୍ଟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅରୁ ବୋହୂ ହେବା ପୂର୍ବରୁ ଜାଣି ନିଅନ୍ତୁ ଏହି ୪ କଥା

ବିବାହକୁ ନେଇ ପ୍ରାୟତଃ ସମସ୍ତଙ୍କ ମନରେ ଉତ୍ସାହ ଥାଏ । ମନର ମଣିଷ ବିଷୟରେ ଜାଣିବାକୁ ସମସ୍ତେ ଚେଷ୍ଟା କରନ୍ତି। ବର୍ତ୍ତମାନ ବିବାହ ପୂର୍ବରୁ ଦୁହେଁ...

ଫାଣ୍ଟୋମ ଭାଇବ୍ରେଶନ୍‌ ସିଣ୍ଡ୍ରୋମ

ଏବେ ହାଇଟେକ୍‌ ଯୁଗ। ଇଲେକଟ୍ରୋନିକ ଜିନିଷର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ମୋବାଇଲ ବ୍ୟବହାର ଏକ ସାଧାରଣ କଥା ପାଲଟି ଗଲାଣି। କାରଣ...

କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଚାହୁଁଥିଲେ କରନ୍ତୁ ଏପରି…

କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବାକୁ କାହାର ବା ଇଚ୍ଛା ନୁହେଁ। ହେଲେ ବେଳେବେଳେ କୌଣସି କାରଣ ବଶତଃ ସବୁ ଠିକ୍‌ ଥାଇ ବି ସୂଯୋଗ ହାତରୁ ଖସିଯାଏ।...

ସିଗାରେଟ୍‌ ପିଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ଶୁକ୍ରାଣୁ ହୋଇଥାଏ କମ୍‌

ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା...

କ୍ୟାନ୍‌ସର ଚିହ୍ନଟ କରିବ ହୀରା..

କ୍ୟାନ୍‌ସର ରୋଗୀଙ୍କ ମୃତ୍ୟୁ ମୁଖ୍ୟତଃ ବିଳମ୍ବରେ ରୋଗ ଚିହ୍ନଟ କାରଣରୁ ହୋଇଥାଏ। ହେଲେ ଏବେ ପ୍ରାରମ୍ଭିକ ଅବସ୍ଥାରେ କ୍ୟାନ୍‌ସରର ଚିହ୍ନଟ ସମ୍ଭବ, ଆଉ ଏହି ଚିହ୍ନଟ...

ମଧୁମେହ ନିୟନ୍ତ୍ରଣ କରେ ସେଓ ଚା’

ଫିଟ୍‌ ରହିବାକୁ ଏପର୍ଯ୍ୟନ୍ତ ସମସ୍ତେ ଗ୍ରୀନ୍‌ ଟି ଏବଂ କଫି ପିଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣନ୍ତି ଆପଲ୍‌ ବା ସେଓ ଚା’ ସ୍ବାସ୍ଥ୍ୟ ପାଇଁ...

ଅଛି କି ହାକୁଟି ସମସ୍ୟା…

ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ମାତ୍ର ଦିନ ସାରା ଯଦି ଏହି ପ୍ରକ୍ରିୟା...

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ନାନା ରୋଗ ଗ୍ରାସ କରୁଛି। ସେଥିମଧ୍ୟରୁ ହାର୍ଟରୋଗ ଅନ୍ୟତମ। ଯଦି ମେଦବହୁଳତା ଏବଂ ଡାଇବେଟିସ ଅଛି, ତେବେ...

Advertisement
Archives

Model This Week