ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ ଆୟୋଜିତ ଏକ ଜାତୀୟ ସ୍ତରୀୟ ଏନଜିଓ ସମ୍ମିଳନୀରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଅନୁଷ୍ଠାନକୁ ସମ୍ମାନିତ କରାଯାଇଛି। ହୋଟେଲ ସିଲଭର କ୍ଲାଉଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ନିଷ୍ଠା ପରିବାର’ ଜାତୀୟ ସମ୍ମାନ ଲାଭ କରିଛି ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବହୁ ବରିଷ୍ଠ ପଦାଧିକାରୀ, ଦେଶର ବିଭିନ୍ନ ରାଜ୍ୟର ସଂଗଠନ ଏବଂ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ନିଷ୍ଠା ପରିବାରର ସଭାପତି ଅଶ୍ୱିନୀ ତ୍ରିପାଠୀ ଓ ସଂଯୋଜକ ଭୋଳାନାଥ ସାହୁ ଏହି ପ୍ରତିଷ୍ଠିତ ସମ୍ମାନ ଗ୍ରହଣ କରିଥିଲେ । ଓଡ଼ିଶାରୁ ଏସବିଟିସି ଉପନିର୍ଦ୍ଦେଶକ ସ୍ୱରୂପ କୁମାର ଦାଶ ଓ ମୟୁରଭଞ୍ଜ ରକ୍ତ ଭଣ୍ଡାର ଅଧିକାରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

‘ନିଷ୍ଠା ପରିବାର’ ତରଫରୁ ଅତିଥିମାନଙ୍କୁ ସମ୍ବଲପୁରୀ ଗାମୁଛା ଏବଂ “ଦ ଜର୍ଣି ଅଫ ନିଷ୍ଠା” ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ଗ୍ରହଣ କରିବା ପରେ ସଭାପତି ଅଶ୍ୱିନୀ ତ୍ରିପାଠୀ କହିଛନ୍ତି ଯେ, ଏହି ସମ୍ମାନ ରକ୍ତଦାନ କ୍ଷେତ୍ରରେ କାମ କରିବା ପାଇଁ ଅନୁଷ୍ଠାନକୁ ଆହୁରି ଅଧିକ ପ୍ରେରଣା ଯୋଗାଇବ।

ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ରକ୍ତ ସଞ୍ଚାର ସେବା, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ସହଯୋଗରେ, ଗୁଜରାଟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରକ୍ତ ସଞ୍ଚାର ସେବା ଏବଂ ଗୁଜରାଟ ରାଜ୍ୟ ରକ୍ତ ସଞ୍ଚାର ପରିଷଦ ମିଳିତ ଭାବେ ଆୟୋଜନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

ଗ୍ରାମରେ ପଶିଗଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ଚାଉଳ ଖାଇଲା, ଜଙ୍ଗଲରେ ୩ ହାତୀଙ୍କୁ ନେଇ ଆତଙ୍କ!

ବଣାଇଁ,୧୭।୯(ପ୍ରଦୀପ ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ଏକ ଗୋଠଛଡା ଦନ୍ତା ହଠାତ୍ ଘରେ ପଶି ଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଘୂରିବୁଲୁଥିବା…

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

ଓରାଙ୍ଗ୍‌ଉଟାନଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍; ୩ ରକ୍ତହୀନତାରେ ପୀଡ଼ିତ

ଭୁବନେଶ୍ୱର/ବାରଙ୍ଗ,୧୭।୯(ବନ୍ଦନା ସେଠୀ/ଲିଙ୍ଗରାଜ ରାଉତ): ଓଡ଼ିଶାରୁ ଉଦ୍ଧାର କରାଯାଇଥିବା ୫ଟି ଶାବକ ଓରାଙ୍ଗ୍‌ଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନେମିଆ) ରୋଗରେ ପୀଡ଼ିତ ଥିବା ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନ…

ପ୍ରଶଂସା ସାଉଁଟିଛନ୍ତି ପୁରୁଷୋତ୍ତମପୁର ସବ୍‌ଇନ୍ସପେକ୍ଟର , ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଆଜି…

ପୁରୁଷୋତ୍ତମପୁର,୧୭ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ସିନିୟର ସବଇନ୍ସପେକ୍ଟର ସୁଶାନ୍ତ କୁମାର ମିଶ୍ରଙ୍କ ବଦଳି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?