ପଞ୍ଜାବର ପରିସ୍ଥିତି ଉପରେ ଆମର ନଜର, କାନାଡାର ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ନେଇ ଭାରତ କହିଲା ମିଥ୍ୟା ତଥ୍ୟରେ ବିଶ୍ୱାସ କରନ୍ତୁନି…

ଅଟଓ୍ବା,୨୬।୩ : କାନାଡାର ବୈଦେଶିକ ମନ୍ତ୍ରୀ ମେଲିନି ଜଲି ସଂସଦରେ ଏକ ବିବୃତ୍ତିରେ କହିଛନ୍ତି ଯେ ପଞ୍ଜାବର ପରିସ୍ଥିତି ଉପରେ କାନାଡା ତୀକ୍ଷଣ ନଜର ରଖିଛି ଏବଂ କାନାଡାରେ ରହୁଥିବା ସମ୍ପ୍ରଦାୟକୁ ଏହା ବିଷୟରେ ଅବଗତ କରାଇବ। ଏଥି ସହିତ ପଞ୍ଜାବ ସମ୍ବନ୍ଧରେ ବୈଦେଶିକ ନେତାଙ୍କ ବିବୃତ୍ତି ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭୁଲ ଏବଂ ବିଭ୍ରାନ୍ତିକର ତଥ୍ୟକୁ ବିଶ୍ୱାସ କରନ୍ତୁନାହିଁ। ଆମେ ଆପଣଙ୍କୁ କହି ରଖୁଛୁ ଯେ ପଞ୍ଜାବ ପୋଲିସ ଅମୃତପାଲ ସିଂଙ୍କ ଅନେକ ସହଯୋଗୀଙ୍କୁ ଗିରଫ କରିଛି, ୱାରିସ ପଞ୍ଜାବ ଡେ ମୌଳବାଦୀ ନେତା ଏବଂ ପଳାତକ ଅମୃତପାଲଙ୍କୁ ଖୋଜା ଚାଲିଛି।

କାନାଡା ସଂସଦରେ ଭାରତୀୟ ମୂଳ ସାଂସଦ ଇକବିନ୍ଦର ଏସ ଗହିରଙ୍କ ପ୍ରଶ୍ନର ଉତ୍ତରରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲିନି ଜଲି କହିଛନ୍ତି ଯେ ପଞ୍ଜାବର ପରିବର୍ତ୍ତିତ ପରିସ୍ଥିତି ବିଷୟରେ ଆମେ ଅବଗତ ଏବଂ ଏହି ଘଟଣା ଉପରେ ନଜର ରଖିଛୁ। ଆମେ ଆଶା କରୁଛୁ ଶୀଘ୍ର ପରିସ୍ଥିତି ସ୍ବାଭାବିକ ଏବଂ ସ୍ଥିର ହୋଇଯିବ।

ଜଲି କହିଛନ୍ତି ଯେ କାନାଡିଆନମାନେ ସର୍ବଦା ସରକାରଙ୍କ ଉପରେ ଭରସା କରିପାରିବେ ଏବଂ ଆମେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଜାରି ରଖିଛୁ। ସାଂସଦ ଗହିର ମଧ୍ୟ ପଞ୍ଜାବରେ ଇଣ୍ଟରନେଟ ସେବାକୁ ସ୍ଥଗିତ ରଖିବା ପ୍ରସଙ୍ଗ ଉଠାଇ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଏହା ବିଷୟରେ ଗୃହକୁ ଜଣାଇବାକୁ ଦାବି କରିଛନ୍ତି।

ନିକଟ ଅତୀତରେ କାନାଡାରେ ହିନ୍ଦୁ ବିରୋଧୀ ଘଟଣା ମଧ୍ୟ ବୃଦ୍ଧି ପାଇଛି। ଅତୀତରେ ଖାଲିସ୍ତାନ ସମର୍ଥକମାନେ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଥିଲେ। ଭାରତୀୟ ଦୂତାବାସ ମଧ୍ୟ ଏହି ପ୍ରସଙ୍ଗରେ କାନାଡା ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଅନ୍ୟପକ୍ଷରେ ଅମୃତପାଲ ମାମଲାରେ ବୈଦେଶିକ ନେତା ତଥା ସଂସଦୀୟ ସଦସ୍ୟଙ୍କ ବିବୃତ୍ତି ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ବିଦେଶରେ ରହୁଥିବା ଲୋକଙ୍କୁ ନିବେଦନ କରିଛନ୍ତି ଯେ ମିଥ୍ୟା ତଥା ବିଭ୍ରାନ୍ତିକର ତଥ୍ୟକୁ ବିଶ୍ୱାସ ନ କରନ୍ତୁ। ପ୍ରଶାସନ ଜଣେ ପଳାତକଙ୍କୁ ଧରିବାକୁ ଚେଷ୍ଟା କରୁଛି ଏବଂ ଏହା ସହ ଜଡିତ ସମସ୍ତ ତଥ୍ୟ ସମୟ ସମୟରେ ସଂପୃକ୍ତ ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?