ପଛୁଆ ବର୍ଗଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଅକ୍ଷମଣୀୟ: ଭାଜପା

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଦେଶର ସମ୍ବିଧାନ ଓ ଆଇନର ଊର୍ଦ୍ଧ୍ୱରେ କେହି ନୁହନ୍ତି। କିନ୍ତୁ ଗାନ୍ଧୀ ପରିବାର ନିଜକୁ ଦେଶର ଆଇନର ଊର୍ଦ୍ଧ୍ୱରେ ବୋଲି ମନେକରିବା ଦୁର୍ଭାଗ୍ୟଜନକ। ଏକ ଜାତୀୟ ରାଜନୈତିକ ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଛୁଆ ବର୍ଗଙ୍କୁ ଅପମାନିତ କଲା ଭଳି ଟିପ୍ପଣୀ ଅକ୍ଷମଣୀୟ ା ତୁରନ୍ତ ସେ କ୍ଷମାପ୍ରାର୍ଥନା କରିବା ଉଚିତ ବୋଲି ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ା ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ ପଛୁଆ ବର୍ଗ ପ୍ରତି ଅଶାଳୀନ ମନ୍ତବ୍ୟ ରାହୁଲଙ୍କ ଦାୟିତ୍ୱହୀନତାକୁ ପ୍ରମାଣିତ କରିଛି, ଯାହା ଦେଶ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ କୋର୍ଟ ତାଙ୍କୁ ଦୋଷୀ ଭାବେ ଦଣ୍ଡ ପ୍ରଦାନ ମଧ୍ୟ କରିଛନ୍ତି ା ଏହା ସତ୍ତ୍ୱେ ମଧ୍ୟ ଗାନ୍ଧୀ ନିଜ ଭୁଲକୁ ସ୍ବୀକାର କରି ଦେଶବାସୀଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ପରିବର୍ତ୍ତେ ନିଜ ସାମନ୍ତବାଦୀ ମାନସିକତାକୁ ପ୍ରତିଫଳିତ କରୁଛନ୍ତି ବୋଲି ସେ କହିଛନ୍ତି।
ଅତୀତରେ ଜନଜାତି ଓ ଦଳିତ ବର୍ଗଙ୍କୁ ଉପେକ୍ଷିତ କରି ସେମାନଙ୍କୁ ବିକାଶ ଧାରାରୁ ବଞ୍ଚିତ ରଖି ଆସିଥିବା କଂଗ୍ରେସ ଦଳ ଆଜି ପଛୁଆ ବର୍ଗ ବିରୋଧୀ ବୋଲି ପ୍ରମାଣିତ ହୋଇଛି ା ରାହୁଲ ଗାନ୍ଧୀ କେବଳ ଭାରତୀୟ ଜନତା ପାର୍ଟିକୁ ନୁହେଁ ବରଂ ବିଦେଶ ମାଟିରେ ମଧ୍ୟ ଦେଶକୁ ଅପମାନିତ କରିବାକୁ ପଛାଉନାହାନ୍ତି ା ବର୍ତ୍ତମାନ ବିରୋଧୀ ଦଳର ମାନ୍ୟତା ହରାଇଥିବା କଂଗ୍ରେସ ଦଳର ଅନ୍ୟ ନେତୃବୃନ୍ଦମାନେ ଗାନ୍ଧୀଙ୍କ ବକ୍ତବ୍ୟକୁ ସମ୍ମାନ ଜଣାଇବା ସହିତ ସମର୍ଥନ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସୁରଥ କହିଛନ୍ତି ା
ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିବାର ଅଧିକାର ରହିଛି ା କିନ୍ତୁ ସମାଲୋଚନା ଆଳରେ ପଦ ମର୍ଯ୍ୟାଦାର ସମ୍ମାନକୁ ହତ୍ୟା କରି ଖରାପ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରିବା ରାହୁଲଙ୍କ ଭଳି ଜଣେ ରାଷ୍ଟ୍ରୀୟ ନେତାଙ୍କଠାରୁ ଆଶା କରାଯାଏ ନାହିଁ ା କର୍ନାଟକ ନିର୍ବାଚନ ସାମ୍ନା କରିବା ପୂର୍ବରୁ କଂଗ୍ରେସ ଦଳ ରାହୁଲଙ୍କୁ ମୋହରା କରି ନିର୍ବାଚନ ବୈତରଣୀ ପାରିହେବା ପାଇଁ ଅପଚେଷ୍ଟା କରୁନାହିିଁ ତ ବୋଲି ସୁରଥ ପ୍ରଶ୍ନ କରିଛନ୍ତି ା
କୋର୍ଟ ନିଷ୍ପତ୍ତିକୁ ରାଜନୈତିକ ରଙ୍ଗ ଦେଇ ଭାଜପା ଉପରେ ଦୋଷ ଲଦିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ଓବିସି ବିରୋଧୀ ବକ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ନ ମାଗିଲେ ଭାଜପା ତରଫରୁ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ସୁରଥ କହିଛନ୍ତି। ଖବରଦାତା ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri