ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବିଶ୍ୱମାନର ଶିକ୍ଷା ଦେବା ଆମ ପ୍ରତିବଦ୍ଧତା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨।୯(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୃଥକ୍‌ ଭାବେ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ମୁଙ୍ଗ୍‌ ଚିଆଙ୍ଗ, ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନ୍‌ଡ୍ରିଲର ସିଇଓ ମାର୍ଟିନ ସ୍କୋରିଟର ଏବଂ ଦକ୍ଷତା, ଉଦ୍ୟମିତା ଓ ଗବେଷଣା ଉପରେ କାମ କରୁଥିବା ୱାଧୱାନୀ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରମେଶ ୱାଧ୍‌ୱାନୀଙ୍କୁ ଭେଟି ଶିକ୍ଷା ଓ ଦକ୍ଷତା ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ଏହି ବୈଠକ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀ ସହ ଉକ୍ତ ବିଶ୍ୱବିଦ୍ୟାଳୟ ସହିତ ସମ୍ପର୍କକୁ ଆଗକୁ ବଢ଼ାଇବା ତଥା ଭାରତ ଓ ଆମେରିକା ମଧ୍ୟରେ ଶିକ୍ଷା ସମ୍ପର୍କକୁ ମଜଭୁତ କରିବା ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି। ଜାତୀୟ ଶିକ୍ଷାନୀତି ଭାରତ ଓ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସହଯୋଗ ଓ ସମନ୍ବୟ ସ୍ଥାପନ ପାଇଁ ନୂଆ ମାର୍ଗ ପ୍ରଶସ୍ତ କରିଛି। ଭାରତର ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ସହ ଏକାଡେମିକ୍‌ ସହଯୋଗ ସ୍ଥାପନ, ଟ୍ବିନିଂ, ଜଏଣ୍ଟ ଏବଂ ଡୁଆଲ୍‌ ଡିଗ୍ରୀ କାର୍ଯ୍ୟକ୍ରମର ବିକାଶ ସହିତ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଲମ୍ବା ଅବଧି ପାଇଁ ଇଣ୍ଟର୍ନଶିପର ସୁଯୋଗ ସୃଷ୍ଟିକରି ସେମିକଣ୍ଡକ୍ଟରରେ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଭାଗୀଦାରି ବୃଦ୍ଧିର ସମ୍ଭାବନା ଉପରେ ଆଲୋଚନା ହୋଇଛି। ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନ୍‌ଡ୍ରିଲର ସିଇଓଙ୍କ ମଧ୍ୟରେ ବୈଷୟିକ ଜ୍ଞାନକୌଶଳର ସମସ୍ତ ଦିଗ, ବିଶେଷକରି ଏକବିଂଶ ଶତାବ୍ଦୀର ଶିକ୍ଷା ଉପରେ ପ୍ରଯୁକ୍ତିବିଦ୍ୟା ଶିକ୍ଷାର ଭୂମିକା ଉପରେ ଫଳପ୍ରଦ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ ରମେଶ ୱାଧ୍‌ୱାନୀଙ୍କ ସହ ଅନୁଷ୍ଠିତ ପୃଥକ୍‌ ବୈଠକରେ କେନ୍ଦ୍ରମନ୍ତ୍ରୀ ଦକ୍ଷତା, ଉଦ୍ୟମିତା, ଗବେଷଣା, ଉଦ୍ଭାବନ ଏବଂ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ୱାଧ୍‌ୱାନୀ ଫାଉଣ୍ଡେଶନର ସଫଳତା ଉପରେ ଅବଗତ ହୋଇ ଖୁସି ବ୍ୟକ୍ତ କରିଛନ୍ତି। ବୃହତ୍‌ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ସହ ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଦିଗରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri