ଜୟପୁର, ୭ା୮ (ପବନ ପାଣିଗ୍ରାହୀ): ଏକ ହତ୍ୟା ମାମଲାରେ କୋଟପାଡ ପୋଲିସ ନୀରବ ରହିଥିବା ନେଇ ସୋମବାର କୋରାପୁଟ ଏସ୍ପି ଅଭିନବ ସୋନକାରଙ୍କ ନିକଟରେ ଅଭିଯୋଗ ହୋଇଛି। କୋଟପାଡ ଥାନା ଯମୁନାଗୁଡା ଗ୍ରାମବାସୀ ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏସ୍ପି ଅଭିଯୋଗ ଶୁଣାଣି ବେଳେ ତାଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ା ଗତ ୧୩ା୭ା୨୩ରେ ଗ୍ରାମର ଶିବରାମ ମାଝୀଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମୃତଦେହକୁ ଜମି ଭିତରେ ଅଭିଯୁକ୍ତମାନେ ପୋତି ଦେଇଥିଲେ। ଶିବରାମଙ୍କ ବାପା ଗୁରୁ ମାଝୀ ଘଟଣା ନେଇ କୋଟପାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଗ୍ରାମବାସୀ ଓ ପରିବାର ଲୋକେ ବାରମ୍ବାର କୋଟପାଡ ଥାନାକୁ ଯାଇ ମଧ୍ୟ ନ୍ୟାୟ ମିଳିଲା ନାହିଁ କି ମାମଲାର ଠିକ୍ ତଦନ୍ତ ହୋଇପାରିଲା ନାହିଁ ା ଶେଷରେ ଏନେଇ ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଛି। ମାମଲାକୁ ଗୁରୁତର ସହ ନେଇ ଶିବରାମଙ୍କ ପରିବାରକୁ ଏସ୍ପି ନ୍ୟାୟ ଦେବାକୁ ଅନୁରୋଧ କରାଯାଇଛି ା ଏସ୍ପି ସୋନକାର ଏହାର ଠିକ୍ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ା
Posted inHome Left, ଆମ ଜିଲା ଖବର, କୋରାପୁଟ View All
ବାତ୍ୟା ପ୍ରଭାବିତଙ୍କ ପାଇଁ ସେବା ପ୍ରୟାସ: କନ୍ୟାସାହି ଗାଁରେ ଛାତ୍ରଛାତ୍ରୀଙ୍କ ରିଲିଫ-ରନ୍ଧନ ଖାଦ୍ୟ ବଣ୍ଟନ
ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ସ୍ଥିତ ରାମଜୀ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଓ ଭାରତ…
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି
ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍କିପର ସବିତା ପୁନିଆଙ୍କୁ…
ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…
ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…
ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…
ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍…
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…
ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର
ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ଓ ଭାରତ ସ୍କାଉଟ ଆଣ୍ଡ…
ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ
ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…
ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ
ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

