Posted inଖେଳ

ସିଏସ୍‌କେର ଅନ୍ୟ ସଦସ୍ୟମାନେ ନେଗେଟିଭ୍‌

ନୂଆଦିଲ୍ଲୀ, ୨ା୯ (ପି.ଟି.)- ଗତ ସପ୍ତାହରେ କୋଭିଡ୍‌-୧୯ ଟେଷ୍ଟରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ୧୩ ଜଣ ସଦସ୍ୟଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଏମାନଙ୍କୁ ଛାଡ଼ି ଦଳର ଅନ୍ୟ ସମସ୍ତ ସଦସ୍ୟଙ୍କର ଫଳାଫଳ ନେଗେଟିଭ୍‌ ଆସିଛି। ଏହି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟିମ୍‌ର ସିଇଓ କେ.ଏସ୍‌. ବିଶ୍ୱନାଥନ ମଙ୍ଗଳବାର ସୂଚନା ଦେଇଛନ୍ତି। କୋଭିଡ୍‌-୧୯ ଟେଷ୍ଟରେ ଯେଉଁ ୧୩ ଜଣଙ୍କର ପଜିଟିଭ ଆସିଥିଲା ସେମାନଙ୍କ ମଧ୍ୟରେ ଭାରତୀୟ ସିମ୍‌ ବୋଲର ଦୀପକ ଚହର ଏବଂ ଭାରତ ଏ’ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ୍‌ ଥିଲେ। ସେମାନେ ସମସ୍ତେ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ସମସ୍ତଙ୍କର ସେପ୍ଟେମ୍ବର ୩ରେ ଆଉଥରେ ଟେଷ୍ଟ ହେବ। ଟ୍ରେନିଂ ସେପ୍ଟେମ୍ବର ୪ ଅର୍ଥାତ ଶୁକ୍ରବାର ଆରମ୍ଭ ହୋଇପାରେ ବୋଲି ବିଶ୍ୱନାଥନ କହିଛନ୍ତି। ଟିମ୍‌ ବର୍ତ୍ତମାନ ଦୁବାଇରେ ଅବସ୍ଥାନ କରୁଛି। ପ୍ରୋଟୋକଲ ଅନୁସାରେ ଦୀପକ ଓ ଋତୁରାଜଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଦୁଇଥର ନେଗେଟିଭ୍‌ ଟେଷ୍ଟ ପରେ ସେମାନେ ଦଳରେ ଯୋଗ ଦେଇ ପାରିବେ। ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ପାରିବାରିକ ବିପତ୍ତି ଯୋଗୁ ସିନିୟର କ୍ରିକେଟର ସୁରେଶ ରାଇନା ଆଇପିଏଲ୍‌ରୁ ଓହରି ଘରବାହୁଡ଼ା କରିଛନ୍ତି। ତାଙ୍କର ବଦଳ ଖେଳାଳି ଭାବେ ଦଳରେ କାହାକୁ ନିଆଯିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଖବର ଅନୁସାରେ ସେପ୍ଟେମ୍ବର ୧୯ରେ ସିଏସ୍‌କେ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଲକିପରଙ୍କ ଦମ୍‌ଦାର ପ୍ରଦର୍ଶନ, ଇରାନର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଇଙ୍ଗଲଉଡ୍‌,୨୨ା୬: ଚଳିତ ଫିଫା ବିଶ୍ୱକପ୍‌ରେ ସୋମବାର ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ୦-୦ ଗୋଲରେ ଇରାନ ଡ୍ର’ ରଖିଛି। ଏଥିସହିତ ଦଳ ନକ୍‌ଆଉଟ୍‌ ରାଉଣ୍ଡ ଅଭିମୁଖେ…

ଜର୍ମାନୀକୁ ବଡ଼ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଡିଫେଣ୍ଡର

ଇଙ୍ଗଲଉଡ୍‌,୨୨ା୬- ଜର୍ମାନୀର ଡିଫେଣ୍ଡର ନିକୋ ସ୍କଲଟରବେକ ଚଳିତ ବିଶ୍ୱକପ୍‌ ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଗତ ରବିବାର ଆଇଭରୀ କୋଷ୍ଟ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମ ଆଙ୍କଲରେ ଆଘାତ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଟିମ ଇଣ୍ଡିଆକୁ ଘାରିଲାଣି 2026 ଟି-20 ବିଶ୍ୱକପରୁ ବାହାରି ଯିବାର ଭୟ; ଗୋଟିଏ ପରାଜୟ ବଢାଇଲା ଟେନସନ

ନୂଆଦିଲ୍ଲୀ,୨୨।୬: ଜୁନ ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ଏହି ଫଳାଫଳ ଗ୍ରୁପ ୧ ପଏଣ୍ଟ ଟେବୁଲର ଗତିଶୀଳତାକୁ ସମ୍ପୂର୍ଣ୍ଣ…

ପିତୃ ଦିବସରେ ବାପାଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଏହି କ୍ରିକେଟର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ…

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri