Posted inଭଦ୍ରକ

ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତିକୁ ଓଷ୍ଟାର ବିରୋଧ

ଭଦ୍ରକ ଅଫିସ, ୧୫।୫: ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରାଯିବ ବୋଲି ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଶନିବାର ଅପରାହ୍ନରେ ଭଦ୍ରକ ସହର ଅପର୍ତିବିନ୍ଧାସ୍ଥିତ ଅଫିସଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଓଷ୍ଟାର ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ଜିଲା ସମ୍ପାଦକ ପ୍ରଦୀପ୍ତ ଦାସ, ଅକ୍ଷୟ ହୋତା, ରମାକାନ୍ତ ପରିଡ଼ା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ପ୍ରକାଶ କରିଥିବା ସପ୍ତମ ବେତନ ପ୍ରଦାନର ପଦ୍ଧତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କୁ ଅନ୍ୟ ସରକାରୀ କର୍ମଚାରୀ ଭଳି ସପ୍ତମ ବେତନ ପ୍ରଦାନ କରିବାକୁ ସରକାର କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଥିଲେ। ଗତ ଫେବୃୟାରୀ ୧୧ରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସପ୍ତମ ବେତନ ଦିଆ ନ ଯାଇ କେବଳ ଶତପ୍ରତିଶତ ଦରମା ପାଇଥିବା ବିଦ୍ୟାଳୟକୁ ଦିଆଯିବ ବୋଲି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ତୁରନ୍ତ ଏହା ଉପରେ ହସ୍ତକ୍ଷେପ କରନ୍ତୁ ବୋଲି ସଂଘ ଦାବି କରିଛି। ଆସନ୍ତା ୧୭ ତାରିଖ ସୁଦ୍ଧା ନିଷ୍ପତ୍ତି ନ ନେଲେ ୫୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପୁନର୍ବାର ରାଜରାସ୍ତାକୁ ଓହ୍ଲାଇବେ। ଏହି ପଦ୍ଧତିରେ ଦରମା ଗ୍ରହଣ କରା ନ ଯିବା ସହ ରାଜ୍ୟର ସମସ୍ତ ଡିଇଓ ଅଫିସକୁ ଆଗାମୀ ଦିନରେ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବୈକୁଣ୍ଠ ବିଶ୍ୱାଳ, ପର୍ଶୁରାମ ପାତ୍ର, ପ୍ରଭାତ ପାଣିଗ୍ରାହୀ, ଶଶିଶେଖର କରଶର୍ମା, କମଳାକାନ୍ତ ନାୟକ, ହେମନ୍ତ ସୂତାର ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?