‘ଥ୍ରୀଲର’ରେ ଓଡ଼ିଆ ଯୁବକ ରକ୍‌

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର୍‌’ରେ ଓଡ଼ିଶା ଜନ୍ମିତ ଅପ୍‌ସରା ରାଣୀ ନାୟିକା ସାଜିଥିବାବେଳେ ଏବେ ଆଉଜଣେ ଓଡ଼ିଆଙ୍କୁ ରାମଗୋପାଳ ନାୟକ ଭାବେ ସୁଯୋଗ ଦେଇଛନ୍ତି। ସେ ହେଲେ ଓଡ଼ିଶା ଜନ୍ମିତ ମଡେଲ୍‌ ତଥା ଅଭିନେତା ରକ୍‌ କାଚି। ଏନେଇ ନିର୍ଦ୍ଦେଶକ ରାମଗୋପାଳ ମଙ୍ଗଳବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ରକ୍‌ କାଚି ଜଣେ ଓଡ଼ିଆ ଏବଂ ତାଙ୍କ ଘର ନବରଙ୍ଗପୁରରେ। ମୁଁ ଓଡ଼ିଶାକୁ ଚିହ୍ନିପାରିଛି ଏବଂ ଓଡ଼ିଶାରୁ ଆଉଜଣେ ପ୍ରତିଭାଙ୍କୁ ଆବିଷ୍କାର କରିଛି। ‘ଥ୍ରୀଲର’ରେ ରକ୍‌ଙ୍କୁ ଅପ୍‌ସରାଙ୍କ ବିପକ୍ଷରେ ନେଇଥିବା ସେ ଉକ୍ତ ଟୁଇଟ୍‌ରେ କହିଛନ୍ତି।
‘କ୍ଲାଇମାକ୍ସ’ ଏବଂ ‘ନେକେଡ୍‌’ ପରେ ‘ଥ୍ରୀଲର’ର ଶୁଟିଂ ଆରମ୍ଭ କରିଥିବା ରାମଗୋପାଳ ନିଜ ଟୁଇଟର ହ୍ୟାଣ୍ଡେଲରେ ଅପ୍‌ସରା ଓ ରକ୍‌ଙ୍କ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ତେବେ ଉଭୟଙ୍କର ଏହି ହଟ୍‌ ଫଟୋଶୁଟ୍‌କୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏପଟେ ‘ଥ୍ରୀଲର’ର ଲିଡ୍‌ରେ ସୁଯୋଗ ଦେଇଥିବାରୁ ରକ୍‌ ମଧ୍ୟ ଟୁଇଟରରେ ରାମଗୋପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସଫଳତାକୁ ସେ ଶବ୍ଦରେ ବର୍ଣ୍ଣନା କରିପାରିବେ ନାହିଁ ବୋଲି ଲେଖିଛନ୍ତି।
ଗତ କିଛିଦିନ ତଳେ ‘ଥ୍ରୀଲର୍‌’ରେ ଓଡ଼ିଶା ଜନ୍ମିତ ଅପ୍‌ସରା ରାଣୀଙ୍କୁ ନାୟିକା କରିଥିବା ରାମଗୋପାଳ ଘୋଷଣା କରିଥିଲେ। ତେବେ ଏନେଇ ସେ କରିଥିବା ଟୁଇଟ୍‌ ତାଙ୍କୁ ବିବାଦ ଘେରକୁ ଆଣିଦେଇଥିଲା। ଟୁଇଟ୍‌ରେ ସେ ଲେଖିଥିଲେ, ‘ ୧୯୯୯ ଝଡ଼ ପରେ ମୁଁ ଓଡ଼ିଶା ବିଷୟରେ ଶୁଣି ନ ଥିଲି। ତେବେ ଅପ୍‌ସରାଙ୍କୁ ଭେଟିବା ପରେ ମୁଁ ଅନୁଭବ କରୁଛି ଯେ ଓଡ଼ିଶା ସବୁ ପ୍ରକାରର ‘ହରିକେନ୍‌’ ସୃଷ୍ଟି କରିପାରେ। ଓଡ଼ିଶାରେ ଏଭଳି ସୁନ୍ଦରୀ ଅଛନ୍ତି ବୋଲି ଆଜି ଜଣାପଡ଼ିଲା।’ ରାମଗୋପାଳଙ୍କ ଏହି ଟୁଇଟ୍‌ ପରେ ସୋସିଆଲ ମିଡ଼ିଆରେ ଏକପ୍ରକାର ଝଡ଼ ସୃଷ୍ଟି ହୋଇଥିଲା। ଟୁଇଟରରେ ଥିବା ଓଡ଼ିଆମାନେ ରାମଗୋପାଳଙ୍କୁ ଓଡ଼ିଶା ସମ୍ପର୍କରେ ଜାଣି ନ ଥିବାରୁ ଟ୍ରୋଲ କରିଥିଲେ। ଏହାପରେ ନିଜର ପରବର୍ତ୍ତୀ ଟୁଇଟ୍‌ରେ ରାମଗୋପାଳ ନିଜ ଭୁଲ୍‌ ସୁଧାରି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଓଡ଼ିଶା ଏଭଳି ପ୍ରତିଭା ଦେବ ବୋଲି କେବେ ଭାବି ନ ଥିବା କହିଥିଲେ। ଏହାସହ ରାମଗୋପାଳଙ୍କ ଟୁଇଟର୍‌ ହ୍ୟାଣ୍ଡେଲରେ ଅପ୍‌ସରାଙ୍କ ଗଦା ଗଦା ଫଟୋ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଅପରାଜିତାଙ୍କ ବିପକ୍ଷରେ ଜିତିବା ନେଇ ଏମିତି କହିଲେ ମନ୍ମଥ ରାଉତରାୟ

ପୁରୀ,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେଡି ଟିକେଟ ଦେଇଛି। ଏହାକୁ ନେଇ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri