ଭୂତାଣୁମୁକ୍ତ ହେବ ରେଳଯାତ୍ରା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): କରୋନା ବିରୋଧରେ ଲଢେଇକୁ ସୁଦୃଢ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳପଥ। ପ୍ରଥମେ ଆଇସୋଲେଶନ କୋଚ୍‌, ଏବେ ପୋଷ୍ଟ୍‌ କୋଭିଡ୍‌-୧୯ କୋଚ୍‌ ପ୍ରସ୍ତୁତ କରିଛି ରେଲ୍‌ଓ୍ବେ। ଏଥିରେ ଟଚ୍‌ ଫ୍ରି ଉପକରଣ ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ରହିଛି। କପର-କୋଟେଡ୍‌ ଡୋର୍‌, ଝରକା ଖିଡ୍‌କି ଏବଂ ବାଡ଼ ସହ ବଗିରେ ଯାତ୍ରୀଙ୍କ ସୁରକ୍ଷିତ ତଥା ଭୂତାଣୁମୁକ୍ତ ଯାତ୍ରା ପାଇଁ ପ୍ଲାଜ୍‌ମା ବାୟୁ ବିଶୋଧକ ଆଦିର ବ୍ୟବହାର ହୋଇଛି। କପୁରତାଲାସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ ଏହି ପୋଷ୍ଟ୍‌ କୋଭିଡ୍‌ କୋଚ୍‌ର ଏକ ମଡେଲ ପ୍ରସ୍ତୁତ କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କୋଭିଡ୍‌ ଭୂତାଣୁ ଦୀର୍ଘସ୍ଥାୟୀ ହେବାନେଇ ପୂର୍ବାନୁମାନ କରିଛି। ଏଭଳିସ୍ଥଳେ ଭବିଷ୍ୟତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ସୁରକ୍ଷିତ ଯାତ୍ରାକୁ ନିଶ୍ଚିନ୍ତ କରିବାକୁ ଏପରି ପଦକ୍ଷେପ ଆରମ୍ଭ କରିଛି। ଆଗାମୀଦିନରେ ଏହି ସ୍ବତନ୍ତ୍ର ନିରାପଦ କୋଚ୍‌ ରେଳଯାତ୍ରାକୁ ସୁରକ୍ଷିତ କରିବା ସହ କୋଭିଡ୍‌ ସଂକ୍ରମଣକୁ ଅନେକାଂଶରେ ରୋକିବାରେ ସହାୟକ ହେବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, ଏହି ନୂଆ କୋଚ୍‌ରେ ହ୍ୟାଣ୍ଡ୍‌ ଫ୍ରି ଆମେନିଟିଜ୍‌ ବା ରେଳଡବା ଭିତରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ନ ଛୁଇଁ ସେସବୁର ବ୍ୟବହାର କରାଯାଇପାରିବ। ଗୋଡ଼ରେ ଚାପିଦେଲେ ପାଣି ଟ୍ୟାପ୍‌ ଖୋଲିବ ଏବଂ ସାବୁନ ବ୍ୟବହାର କରିହେବ। ଶୌଚାଳୟର ଦ୍ୱାରଗୁଡିକୁ ଯାତ୍ରୀମାନେ ସହଜରେ ଗୋଡଦ୍ୱାରା ଖୋଲିପାରିବେ। ପାଇଖାନାର ଫ୍ଲସ୍‌ ଭାଲ୍‌ଭ ଗୋଡଦ୍ୱାରା ଚାଳିତ ହେବ। ପ୍ରତ୍ୟେକ କମ୍ପାର୍ଟମେଣ୍ଟର ଦ୍ୱାରକୁ କହୁଣି ସାହାଯ୍ୟରେ ଖୋଲାଯାଇପାରିବ। ସେହିଭଳି ପୋଷ୍ଟ କୋଭିଡ କୋଚର ହ୍ୟାଣ୍ଡରେଲ୍‌ ଓ ଲ୍ୟାଚ୍‌ଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି। ତମ୍ବାର ଜୀବାଣୁନାଶକ ଗୁଣ ଥିବାରୁ ଏହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯିବେ। ତମ୍ବାର ଆୟନ ପ୍ରଭାବରେ ଭୂତାଣୁର ପାଥୋଜେନ୍‌ ବିସ୍ଫୋରିତ ହୋଇ ଏହାର ଡିଏନ୍‌ଏ ଓ ଆରଏନ୍‌ଓକୁ ନଷ୍ଟ କରିଥାଏ। ତେଣୁ ରେଳଡବାରୁ ଭୂତାଣୁ ନଷ୍ଟ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାବ୍ୟତୀତ ନୂଆ କୋଚ୍‌ରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜ୍‌ମା ବିଶୋଧକ ବ୍ୟବସ୍ଥା କରାଯାଇଥିବାରୁ ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଓ ଜୀବାଣୁମୁକ୍ତ ହେବା ସହିତ ଡବା ଭିତରର ପରିବେଶକୁ ନିରାପଦ ରଖିବ। ଏହି ଶୀତତାପ ନିୟନ୍ତ୍ରକ ଭିତରେ ଆୟନଯୁକ୍ତ ପବନ ବ୍ୟବହାର କରାଯାଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହାଦ୍ୱାରା ଡବା ଭିତରେ ଆୟନର ଉପସ୍ଥିତି ୧୦୦ ଗୁଣରୁ ୬ ହଜାର ଗୁଣ ବଢିପାରିବ ଏବଂ ସଂକ୍ରମଣର ଆଶଙ୍କା ରହିବ ନାହିଁ। ଏଥିସହ ଏସବୁ କୋଚ୍‌ରେ ଟିଟାନିୟମ ଡାଇଅକ୍ସାଇଡ ପ୍ରଲେପର ବ୍ୟବହାର କରାଯାଇଛି। ଏହି ପ୍ରଲେପରେ ଥିବା କ୍ଷୁଦ୍ରରୁ କ୍ଷୁଦ୍ର ଟିଟାନିୟମ ଡାଇଅକ୍ସାଇଡ ବିଶୋଧକଭାବେ କାର୍ଯ୍ୟକରିବ। ଏହା ପରିବେଶ ଅନୁକୂଳ ହୋଇଥିବାବେଳେ ଜୀବାଣୁ, ଭୂତାଣୁ, ଫଙ୍ଗସ୍‌ ଏବଂ ଅନ୍ୟାନ୍ୟ କ୍ଷତିକାରକ କୀଟାଣୁ ନିପାତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ୱାସ୍‌ ବେସିନ, ଶୌଚାଳୟ, ସିଟ୍‌ ଓ ବର୍ଥ, ସ୍ନାକ ଟେବୁଲ, ଗ୍ଲାସ ୱିଣ୍ଡୋ, ଚଟାଣ ତଥା ଡବା ମଧ୍ୟରେ ଯାତ୍ରୀ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ସ୍ଥାନରେ ଏହି ପ୍ରଲେପ ଦିଆଯିବ। ଏହା ଏକବର୍ଷ ପର୍ଯ୍ୟନ୍ତ କାମ କରିବ। ଏହାଦ୍ୱାରା ରେଳଯାତ୍ରା ସମ୍ପୂର୍ଣ୍ଣ ରୋଗ ନିରୋଧକ ଓ ନିରାପଦ ହୋଇପାରିବ ବୋଲି ଭାରତୀୟ ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରା ଚାନ୍ଦା ମାଗି ୪ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର ଅଫିସ,୧୯ା୧୦: ଦଶହରା ଚାନ୍ଦା ମାଗିବା ୫ଅଗ୍ନିଶମ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଚାନ୍ଦା ମାଗିବା ଅଭିଯୋଗରେ ବ୍ରହ୍ମପୁରରେ କାର୍ଯ୍ୟରତ ଅଗ୍ନିଶମ ବିଭାଗର ୪ କର୍ମଚାରୀ ଓ...

କାର୍ତ୍ତି ଚିଦାମ୍ବରମ୍‌ଙ୍କ ଓଡ଼ିଶା ଲିଙ୍କ୍‌: ଝାରସୁଗୁଡ଼ାରେ ସିବିଆଇ

ଝାରସୁଗୁଡ଼ା ଅଫିସ,୧୭।୫: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ବଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍‌ଙ୍କ ଲିଙ୍କ୍‌ରେ ଝାରସୁଗୁଡ଼ାରେ ସିବିଆଇ ରେଡ୍‌ କରୁଛି। ଏକକାଳୀନ ୬ଟି...

୨୦୦ ହେଲାନି, ଏବେ ୨୦୦୦ ଉପରେ ଆଖି: ପୂର୍ବପରି ଖତ ଖାଇଯିବା ନେଇ ଆଶଙ୍କା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜଧାନୀରେ ରାହାଗିରି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ୨୦୧୬ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ୨ଟି ସଂସ୍ଥା ସିଏସ୍‌ଆର୍‌ ଫଣ୍ଡ୍‌ରୁ ୨୦୦ ସାଇକେଲ ପ୍ରଦାନ କରିଥିଲେ।...

ଖାଲିଥିବା ଅକ୍ସିଜେନ୍‌ ସିଲିଣ୍ଡର ଭର୍ତ୍ତି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଉତ୍ସର୍ଗୀକୃତ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର (ଡିସିଏଚ୍‌ସି), ଉତ୍ସର୍ଗୀକୃତ କୋଭିଡ୍‌ ହସ୍ପିଟାଲ (ଡିସିଏଚ୍‌) ଏବଂ କୋଭିଡ୍‌ କେୟାର ସେଣ୍ଟର(ସିସିସି)ଗୁଡ଼ିକରେ ଥିବା ଖାଲି ଅକ୍ସିଜେନ ସିଲିଣ୍ଡରକୁ ତୁରନ୍ତ...

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର, ୧ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’...

ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍‌ ପାଇଥିବା ବେଳେ ଭାଜପାର...

‘ସଫଳତା ଲାଗି ଆତ୍ମବିଶ୍ୱାସ ଲୋଡ଼ା’

ବନ୍ତ,୮।୧୦(ଡି.ଏନ.ଏ.)-ରୁଚି ଥିବା ଖେଳକୁ ଛାଡ଼ିବା ଠିକ୍‌ ନୁହେଁ। ଖେଳରେ ଉତ୍‌ଥାନ ପତନ ଲାଗି ରହିଥାଏ। ଆତ୍ମବିଶ୍ୱାସ ରଖି ଧୈର୍ଯ୍ୟର ସହ ଆଗକୁ ଗଲେ ଭବିଷ୍ୟତରେ ଜଣେ...

‘ଅଗ୍ନି ପ୍ରାଇମ୍‌’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୧୮ା୧୨: ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅନ୍ତର୍ଗତ ଭଦ୍ରକସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଶନିବାର ପୂର୍ବାହ୍ନ ୧୧ଟା ୬ମିନିଟ୍‌ରେ ଅଗ୍ନି ପ୍ରାଇମ...

Advertisement
Archives

Model This Week