ରୂପ ବଦଳାଉଛି କରୋନା ଭୂତାଣୁ

କଟକ ଅଫିସ,୧୫ା୭: ଲୁଚକାଳି ଖେଳୁଛି କରୋନା ଭୂତାଣୁ। ବାରମ୍ବାର ରୂପ ବଦଳାଉଛି। ସମାନ ମଣିଷ ଦେହରେ କେତେବେଳେ ରିପୋର୍ଟ ପଜିଟିଭ ତ ଆଉ କେତେବେଳେ ନେଗେଟିଭ ଆସୁଛି। ଗତ ୪ ତାରିଖରେ ସୁସ୍ଥ ହୋଇ ଫେରିଥିବା ଏସ୍‌ସିବିର ଜଣେ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଏହାର ୮ ଦିନ ପରେ ପୁଣି ପଜିଟିଭ ଆସିଛି। ଏହାପରେ ତାଙ୍କୁ କୋଭିଡ ହସ୍ପିଟାଲ ପଠାଯାଇଛି। ସେହିପରି ୬ ଦିନ ତଳେ ଜଣେ ନିମୋନିଆ ରୋଗୀଙ୍କ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ମେଡିସିନ ୱାର୍ଡର ୩ନଂ ୟୁନିଟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଲକ୍ଷଣ ଦେଖି ଚିକିତ୍ସା କରୁଥିବା ଡାକ୍ତର ସନ୍ଦେହରେ ଆର୍‌ଟିପିସିଆର୍‌ ଟେଷ୍ଟ କରାଇବାରୁ ରିପୋର୍ଟ ପଜିଟିଭ ଆସିଥିଲା। ଏହି ରୋଗୀଙ୍କୁ କୋଭିଡ ହସ୍ପିଟାଲ ପଠାଯିବା ସହ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଡାକ୍ତର ଓ ଷ୍ଟାଫ୍‌ଙ୍କୁ କ୍ୱାରାଣ୍ଟାଇନରେ ପଠାଯିବ। ସେହିପରି ପଲମୋନାରୀ ମେଡିସିନ ବିଭାଗରେ ସୋମବାର ଜଣେ ରୋଗୀଙ୍କ ଆଣ୍ଟିଜେନ ରିପୋର୍ଟ ନେଗେଟିଭ ଥିବାରୁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ପୁଣି ଥଣ୍ଡା ସର୍ଦି ହେବାରୁ ରୋଗୀ ଓ ତାଙ୍କ ସ୍ତ୍ରୀଙ୍କୁ ଆଇସୋଲେଶନ ୱାର୍ଡକୁ ପଠାଗଲା। ଏହା ବ୍ୟତୀତ ଗଞ୍ଜାମ ଜିଲାରୁ ୨ଜଣ ରୋଗୀ ସୁପର ସ୍ପେଶିଆଲିଟି ଆଉଟଡୋର ଆସିଥିଲେ। ସେମାନଙ୍କ ଆଣ୍ଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ବାହାରିଛି। ଏହି ୨ଜଣଙ୍କୁ ମଧ୍ୟ କୋଭିଡ ହସ୍ପିଟାଲ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ରେ ଦିବ୍ୟାଙ୍ଗଙ୍କୁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ବ୍ରହ୍ମପୁର ରୋଟାରୀ କ୍ଲବ ଇଷ୍ଟ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ମାଗଣା ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମ ସକ୍ଷମ-୨ ଶିବିର ପାଇଁ ପଞ୍ଜୀକରଣ ରବିବାର ଅନୁଷ୍ଠିତ ହୋଇଯାଇଛି। ଧର୍ମନଗର...

ପୁଣି ଫେରୁଛି କରୋନା…

ନୂଆଦିଲ୍ଲୀ, ୨୫।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ରାଜ୍ୟ କ୍ରିକେଟ ଦଳ ଚୟନ ଶିବିରରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ,୮।୮: କଟକଠାରେ ଶୁକ୍ରବାରଠାରୁ ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ଚୟନ ପାଇଁ ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ଭାଗ ନେବା...

୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ

କଟକ ଅଫିସ,୫।୮: ହାଇକୋର୍ଟରେ ବିଭିନ୍ନ ମାମଲାର ସିଧାପ୍ରସାରଣକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବିରୋଧ ଜାରି ରହିଛି। ଆସନ୍ତା ୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ...

କ୍ବାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ବିଧାୟକ

ବଡ଼ସାହି,୬ା୫(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ବଡ଼ସାହି ବିଧାୟକ ସନାତନ ବିଜୁଳି ମଙ୍ଗଳବାର ପରିଦର୍ଶନ କରିଛନ୍ତି। ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ...

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଉଦଳା,୨ା୧(ଡି.ଏନ୍‌.ଏ.)- ନୂଆ ବର୍ଷକୁ ସ୍ବାଗତ କରିବା ନିମନ୍ତେ ସମସ୍ତେ ମସଗୁଲ୍‌ ଥିବା ବେଳେ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଆମ୍ବଡିହା ଗ୍ରାମରେ ଏକ ଅଘଟଣ...

ଦଲାଲ୍‌ଙ୍କ କବ୍‌ଜାରେ ଜିଲା ମୁଖ୍ୟ ଚିକିତ୍ସାଳୟ : ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ

ନୟାଗଡ଼ ଅଫିସ,୩୦ା୯: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଶନିବାର ରାତିରେ ଜଣେ ମହିଳା ପିଲା ଚୋରି...

ମାଲବାହୀ ଟ୍ରେନ୍‌ରେ ନିଆଁ

ଗଞ୍ଜାମ,୧୪।୧(ଡି.ଏନ୍‌.ଏ.): ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଉକ୍ତ କୋଇଲା ବୋଝେଇ ଟ୍ରେନ୍‌ର ଦୁଇଟି ବଗିରୁ ଧୂଆଁ ବାହାରୁଥିବା...

Advertisement
Archives

Model This Week