ଡବ୍ଲ୍ୟୁଏଫ୍‌ପି ସଫଳତା ପଛରେ ଓଡ଼ିଆ ପୁଅ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ୨୦୨୦ ମସିହା ଲାଗି ନୋବେଲ ଶାନ୍ତି ପୁରସ୍କାର ପାଇଛି ୱାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମ(ଡବ୍ଲ୍ୟୁଏଫ୍‌ପି)। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ କାର୍ଯ୍ୟ କରୁଥିବା ଡବ୍ଲ୍ୟୁଏଫ୍‌ପିକୁ ନୋବେଲ ପୁରସ୍କାର ଦୌଡ଼ରେ ସାମିଲ କରିଥିବା କେତେଜଣ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ପୁଅ ପ୍ରଣବ ଖୈତାନ। ଡବ୍ଲ୍ୟୁଏଫ୍‌ପିର ଆଡ୍‌ଭାଇଜରି କାଉନ୍‌ସିଲ୍‌ ସଦସ୍ୟ ଥିବା ପ୍ରଣବ କାର୍ଯ୍ୟକ୍ରମର ସଫଳତା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଣବଙ୍କ ପରିବାର ବର୍ତ୍ତମାନ ରାଉରକେଲାରେ ରହୁଛନ୍ତି। ସେ ୨୦୦୯ରେ ରାଉରକେଲା ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ ପରେ ଆମେରିକାର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏବେ ସେ ଗୁଗଲ୍‌ରେ ସିନିୟର ଇଞ୍ଜିନିୟରିଂ ଲିଡ୍‌ ଭାବେ କାର୍ଯ୍ୟ କରୁଥିବାବେଳେ ଡବ୍ଲ୍ୟୁଏଫ୍‌ପିର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜି ଲିଡର ମଧ୍ୟ ରହିଛନ୍ତି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ଲାଭ ଓ ଉପଯୋଗିତା ଯେପରି ସମଗ୍ର ବିଶ୍ୱରେ ପହଞ୍ଚାଇବା ଲକ୍ଷ୍ୟନେଇ ଡବ୍ଲ୍ୟୁଏଫ୍‌ପି ସହ ହାତ ମିଳାଇଥିଲେ ପ୍ରଣବ। ତାଙ୍କ ଉଦ୍ୟମ ଯୋଗୁ ଆଜି ଜାତିସଂଘର ଏହି ବିଶ୍ୱସ୍ତରୀୟ ସଂସ୍ଥା କୋଟି କୋଟି ଲୋକଙ୍କ କ୍ଷୁଧା ଦୂର କରିପାରିଛି। ପ୍ରଣବଙ୍କ ଦ୍ୱାରା ନିର୍ମିତ ସ୍ବତନ୍ତ୍ର ଏଆଇ ଟେକ୍ନୋଲୋଜି ମାଧ୍ୟମରେ ମାତ୍ର ୨୪ରୁ ୭୨ଘଣ୍ଟା ଭିତରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା ଅଞ୍ଚଳର କ୍ଷୟକ୍ଷତି ଆକଳନ କରିହେଉଛି। କଠିନ ପରିସ୍ଥିତିରେ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ନିକଟରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯାଇପାରୁଛି। ଏହାଦ୍ୱାରା ଡବ୍ଲ୍ୟୁଏଫ୍‌ପିର ସହଯୋଗର ହାତ ଜରୁରୀ ଲୋକଙ୍କ ନିକଟରେ ପହଞ୍ଚତ୍ପାରୁଛି। ତେବେ ନିଜର ଏହି ସଫଳତା ପାଇଁ ଏନ୍‌ଆଇ ରାଉରକେଲା ସହ ସମସ୍ତ ଶିକ୍ଷକ ଏବଂ ପରିବାର ଲୋକଙ୍କୁ ପ୍ରଣବ ଶ୍ରେୟ ଦେଇଛନ୍ତି। ୨୦୩୦ ସୁଦ୍ଧା ବିଶ୍ୱରେ କ୍ଷୁଧା ଦୂର କରିବା, ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଓ ପୋଷଣ ଅଭାବ ଭଳି ସମସ୍ୟାକୁ ଦୂରୀଭୂତ କରିବା ୱାର୍ଲଡ ଫୁଡ୍‌ ପ୍ରୋଗ୍ରାମର ମୁଖ୍ୟ ଲକ୍ଷ୍ୟ ହୋଇଥିବାବେଳେ ପ୍ରଣବ ଗୁଗଲ ଟିମ୍‌ ସହ ମିଶି ଏହି ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ପ୍ରଣବଙ୍କ ଏହି ସଫଳତା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?