ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍ ବ୍ରାଣ୍ଡ୍ ଅର୍ଗାନେଲ୍ ଫାର୍ମସ୍ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍ ଷ୍ଟୋର ଉଦ୍ଘାଟନ ହୋଇଛି ା ଏହି ଷ୍ଟୋର କମ୍ପାନୀର ବଜାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ସହିତ ସମଗ୍ର ଓଡ଼ିଶାରେ ଜୈବିକ ଓ ପ୍ରାକୃତିକ ଉପାୟରେ ଉତ୍ପାଦିତ ଖାଦ୍ୟକୁ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି ା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏମ୍ଜିଏମ୍ ଗ୍ରୁପ ପ୍ରତିଷ୍ଠାତା ରାଜୀବ ଲୋଚନ ମହାନ୍ତି ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ା ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ା ଓଡ଼ିଶାର ଦୁଇ ସଫଳ ଉଦ୍ୟୋଗୀ ପୁନମ ମହାପାତ୍ର ଏବଂ ତନୁଜ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଅର୍ଗାନେଲ୍ ଫାମର୍ସ’ ଏକ ସମନ୍ବିତ ଏବଂ ସ୍ଥାୟୀ କୃଷି ପଦ୍ଧତିକୁ ଅନୁସରଣ କରୁଛି ା ବୌଦ୍ଧ ଜିଲାରେ କମ୍ପାନୀର ୪୦୦ ଏକରରୁ ଅଧିକ ଚାଷ ଜମିରେ ୭୦ରୁ ଅଧିକ ସାହିୱାଲ ଗାଈ, ୨୦୦ରୁ ଅଧିକ ମହୁମାଛି ବାକ୍ସ ଏବଂ ୧,୨୦୦ରୁ ଅଧିକ କୁକୁଡା ପାଳନ କରାଯାଉଛି ା ଏହାସହ ପାଟିଆରେ କମ୍ପାନୀର ନିଜସ୍ବ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ୍ ରହିଛି, ଯାହା ଚାଷଜମିରୁ ଗ୍ରାହକଙ୍କ ପର୍ଯ୍ୟନ୍ତ ସାମଗ୍ରୀର ଗୁଣବତ୍ତା ସୁନିଶ୍ଚିତ କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ା

