ବିକଳ୍ପ ଦିଶିଲାଣି

ବିହାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ୨୦୨୦ରୁ ଚାଲିଆସିଥିବା ମେଣ୍ଟ ସରକାର ୯ ଅଗଷ୍ଟରେ ଭାଙ୍ଗିଯାଇଛି। ନିଜେ ନୀତୀଶ କୁମାର ଏହା ଘୋଷଣା କରି ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହା ପରେ ଲାଲୁପ୍ରସାଦଙ୍କ ପୁତ୍ର ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବଙ୍କ ଘରକୁ ଯାଇ ନୀତୀଶ ଆଲୋଚନା କରିଥିଲେ। ବିହାର ବିଧାନସଭାର ସମୁଦାୟ ଆସନ ସଂଖ୍ୟା ୨୪୩ ଥିବାବେଳେ ଜେଡିୟୁର ୪୫ ସହିତ ଆର୍‌ଜେଡିର ୭୯ ଆସନ ମିଶିଗଲେ ମୋଟ ୧୨୪ ହେଉଛି, ଯାହାକି ସରକାର ଗଠନ ଲାଗି ଯଥେଷ୍ଟ। ଏଥିସହିତ କଂଗ୍ରେସର ୧୯ ଜଣ ବିଧାୟକ ମଧ୍ୟ ସରକାରରେ ସାମିଲ ହେବେ। ଅବଶ୍ୟ ଯଦି କଂଗ୍ରେସ ମିଶେ ତେବେ ତାହା ଏହି ଦୁଇ ଦଳର ମେଣ୍ଟ ପାଇଁ କ୍ଷତିକାରକ ହୋଇପାରେ। ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ବିହାରରେ ନୂଆ ମହାଗଠବନ୍ଧନ ସରକାର ୧୦ ଅଗଷ୍ଟରେ ଶପଥ ନେବ। ଏହି ଘଟଣା କେବଳ ବିହାରରେ ସୀମିତ ରହୁ ନାହିଁ, ଏହା ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। କାରଣ ଭାଜପାର ଦେଶବ୍ୟାପୀ କ୍ଷମତା ଦଖଲ ଲାଗି ହେଉଥିବା ଅଭିଯାନକୁ ଏହାଦ୍ୱାରା ଘୋର ଆଘାତ ପହଞ୍ଚତ୍ଛି।
ଇତିହାସ କହୁଛି ଯେ, ନୀତୀଶ କେବେହେଲେ ଜେଡିୟୁକୁ ଏକାକୀ ସଂଖ୍ୟାଗରିଷ୍ଠ କରି ବିଧାନସଭାରେ ଜିତାଇପାରି ନ ଥିଲେ। ତଥାପି ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ ଅତି ଚତୁର ଓ ଅଭିଜ୍ଞ ରାଜନେତା ଭାବେ ଦେଶରେ ପରିଚିତ। ତାଙ୍କ ବିରୋଧରେ କେବେହେଲେ କୌଣସି ଦୁର୍ନୀତି ଅଭିଯୋଗ ଆସିନାହିଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ଅସ୍ତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୀତୀଶଙ୍କ ବିରୋଧରେ ବ୍ୟବହାର କରିବା ସମ୍ଭବପର ହୋଇ ନ ପାରେ। ହୁଏତ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇପାରେ ଯେଉଁଥିରେ ୨୦୨୪ରେ ମୋଦିଙ୍କ ବିରୋଧୀମାନେ ସମସ୍ତେ, ବାଧ୍ୟବାଧକତାମୂଳକ, ସଚ୍ଚୋଟ ଓ ନିର୍ମଳ ଭାବମୂର୍ତ୍ତି ଥିବା ରାଜନେତା ହେବେ। ଅନ୍ୟପଟେ ଯେଉଁମାନେ ମୋଦିଙ୍କ ସମର୍ଥକ ରହିବେ ସେମାନେ ସମସ୍ତେ ଦୁର୍ନୀତିଗ୍ରସ୍ତ ଓ କଳଙ୍କିତ ଭାବେ ପରିଚିତ ହେବେ। କାରଣ ସେମାନେ ଇଡି ଓ ସିବିଆଇକୁ ଭୟ କରି ମୋଦିଙ୍କ ସମ୍ମୁଖରେ ଆଣ୍ଠେଇବାକୁ ବାଧ୍ୟ ହେବେ।
ବିହାରରେ ଗତ କିଛି ମାସ ହେବ ଜେଡିୟୁ ଓ ଭାଜପା ମଧ୍ୟରେ ଫାଟ ହୋଇଥିବା ବିଷୟ ପଦାକୁ ଆସିଥିଲା। ନିକଟରେ ଶେଷ ହୋଇଥିବା ନୀତି ଆୟୋଗ ବୈଠକରେ ନୀତୀଶ ଯୋଗ ନ ଦେବା ଏହି ଆଶଙ୍କାକୁ ଦୃଢ଼ୀଭୂତ କରିଥିଲା। ୯ ଅଗଷ୍ଟର ଘଟଣାକ୍ରମ ଦେଖିଲେ ନୀତୀଶ ତାଙ୍କ ବିଧାୟକ ଓ ଏମ୍‌ପିମାନଙ୍କ ସହିତ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା କ’ଣ ରହିବ ସେ ନେଇ ଏକ ବୈଠକ କରିଥିଲେ। ସେଥିରେ ନେତାମାନେ କହିଥିଲେ, ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ଆସନ ସଂଖ୍ୟା କମ୍‌ କରିବା ଲାଗି ଭାଜପା ଷଡ଼ଯନ୍ତ୍ର କରିଥିଲା। ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ନେତା ଚିରାଗ ପାଶ୍ୱାନ ଭାଜପାର ବିଦ୍ରୋହୀ ପ୍ରାର୍ଥୀଙ୍କୁ ଜେଡିୟୁ ଲଢ଼ୁଥିବା ନିର୍ବାଚନମଣ୍ଡଳୀରେ ଛିଡ଼ା କରାଇଥିଲେ। ଅର୍ଥାତ୍‌ ପୁନଶ୍ଚ ବିହାରରେ ନୀତୀଶଙ୍କ ଶାସନ ଚାଲୁ ବୋଲି ଭାଜପା ଚାହୁଁ ନ ଥିଲା। ଏସବୁ ଭିତିରି କଥା ଜଣାପଡ଼ିବା ପରେ ଭାଜପାକୁ ଜେଡିୟୁ ସନ୍ଦେହ କରିଆସୁଥିଲା। ନିର୍ବାଚନରେ ଭାଜପା ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରିପାରି ନ ଥିବା ହେତୁ ବାଧ୍ୟହୋଇ ଜେଡିୟୁ ସହିତ ମିଶି ସରକାର ଗଢ଼ିଥିଲା। ସେତେବେଳେ ସମସ୍ତଙ୍କ ଧାରଣା ହୋଇଥିଲା ଯେ, ଜେଡିୟୁ ଅଳ୍ପସଂଖ୍ୟକ ହୋଇଥିବା ସତ୍ତ୍ୱେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସାଇ ମୋଦି ତାଙ୍କ ଉଦାର ମନୋଭାବ ଦର୍ଶାଇଥିଲେ। ଆଜି କିନ୍ତୁ ବାସ୍ତବ ଚିତ୍ର ପଦାକୁ ଆସିଛି। ଏବେ ନୀତୀଶ ଓ ତେଜସ୍ବୀଙ୍କ ମଧ୍ୟରେ କଥାବାର୍ତ୍ତା ଶେଷ ହୋଇ ସରକାର ଗଠନ ହେବାକୁ ଯାଉଛି। ଫଳରେ ନୀତୀଶ ମୁଖ୍ୟମନ୍ତ୍ରୀ ହେବେ ଓ ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ବାଚସ୍ପତି ପଦବୀ ଆର୍‌ଜେଡିକୁ ଯିବ ବୋଲି କୁହାଯାଉଥିବା ବେଳେ ସରକାରରେ କଂଗ୍ରେସ ସାମିଲ ହେଉଥିବାରୁ ତାହାକୁ କିଛି ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିହାରରେ ଜେଡିୟୁ ଏବଂ ଆର୍‌ଜେଡି ମିଳିତ ସରକାର ଗଠନ କରିଥିଲେ ମଧ୍ୟ ତାହା ଦୀର୍ଘବର୍ଷ ତିଷ୍ଠିପାରି ନ ଥିଲା। ହେଲେ ଏବର ରାଜନୈତିକ ସ୍ଥିତି ଦେଖିଲେ ଭାଜପାର ଗତିରୋଧ କରିବା ଲାଗି ଜେଡିୟୁ ଓ ଆର୍‌ଜେଡି ହାତ ମିଳାଇବାକୁ ନିଷ୍ପତ୍ତି ନେଇଛନ୍ତି।
ମହାରାଷ୍ଟ୍ରରେ ଶିବସେନା ମଧ୍ୟରେ ଫାଟ କରି ଭାଜପା ଫାଇଦା ନେବା ପରେ ଧରିନେଇଥିଲା ସେହିଭଳି ସୂତ୍ର ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରୟୋଗ କରି ଦଳର ଉପସ୍ଥିତି ଦେଶବ୍ୟାପୀ ଜାହିର କରିବ। ଭାଜପା ଟାର୍ଗେଟରେ ବିହାର ଓ ଝାଡ଼ଖଣ୍ଡ ରହିଥିଲା। ଗୋଆରେ ଭାଜପା ନେତୃତ୍ୱାଧୀନ ସରକାର ଚାଲିଥିଲେ ମଧ୍ୟ ସଂଖ୍ୟା କମ୍‌ ଥିବାରୁ କଂଗ୍ରେସ ବିଧାୟକଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ପ୍ରୟାସ କରିଥିଲା। ହେଲେ ଭାଜପା ସବୁଆଡ଼ୁ ବିଫଳ ହୋଇଥିଲା। ଏବେ ଭାଜପାକୁ ଜେଡିୟୁ ଠେଲି ଦେଇ ବିରୋଧୀ ଦଳରେ ଥିବା ଆର୍‌ଜେଡିକୁ ଆପଣାଇ ନେବା ପରେ ଆଲୋଚନା ହେଉଛି ଯେ, କିଛି ମାସ ପରେ ଜାତୀୟ ରାଜନୀତି ଏକ ନୂଆ ମୋଡ଼ ନେଇପାରେ। ସେହି ମୋଡ଼ ଆଣିପାରନ୍ତି ନୀତୀଶ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୩ ମସିହାରେ ନୀତୀଶ କୁମାର ଚାହିଁଥିଲେ ପ୍ରଧାନମନ୍ତ୍ରୀ ଭାବେ ଅଣକଂଗ୍ରେସ ଦଳଗୁଡ଼ିକ ତାଙ୍କୁ ପ୍ରାର୍ଥୀ କରାନ୍ତୁ। ତେବେ ସେହି ବର୍ଷ ୯ ଜୁନ୍‌ରେ ଗୋଆଠାରେ ଅନୁଷ୍ଠିତ ଭାଜପା ଜାତୀୟ କାର୍ଯ୍ୟକାରିଣୀରେ ମୋଦିଙ୍କ ନାମ ଘୋଷଣା ହେବା ପରେ ନୀତୀଶ ଅସନ୍ତୁଷ୍ଟ ହୋଇ ମେଣ୍ଟ ଭାଙ୍ଗିଥିଲେ। ପରବର୍ତ୍ତୀ ସମୟରେ ନୀତୀଶଙ୍କ ଜେଡିୟୁ ଓ ଆର୍‌ଜେଡି ମିଶିଥିବା ସତ୍ତ୍ୱେ ପୁନର୍ବାର ନୀତୀଶ ଭାଜପା ଆଡ଼କୁ ଢଳିଥିଲେ। ଏବେ ମୋଦିଙ୍କ ବିପକ୍ଷରେ ଜଣେ ଟାଣୁଆ ନେତା ପ୍ରଦର୍ଶିତ ହୋଇପାରୁ ନ ଥିବାରୁ ବିରୋଧୀ ଗୋଷ୍ଠୀ ଦୁର୍ବଳ ହୋଇଯାଉଛି। କିନ୍ତୁ ଦେଶର ଅର୍ଥନୀତିରେ ପ୍ରବଳ ଦୁରବସ୍ଥା ଓ ଧର୍ମକୁ ନେଇ ଲାଗି ରହିଥବା ଦ୍ୱେଷ ଯୋଗୁ ସାଧାରଣ ନାଗରିକ ଅସନ୍ତୁଷ୍ଟ ହୋଇ ପଡ଼ିଲେଣି। ହୁଏତ ଏହି ବାତାବରଣକୁ ହିସାବକୁ ନେଇ ଚତୁର ନୀତୀଶ ଏକ ନୂଆ ରାଜନୈତିକ ସମୀକରଣ କରାଇପାରିଲେ ବୋଲି ଭାବୁଛନ୍ତି। ସବୁଆଡ଼େ ପ୍ରଶ୍ନ ହେଉଛି ‘ମୋଦିଙ୍କ ବିରୋଧରେ କିଏ’? ଏଇ ପ୍ରଶ୍ନରୁ ଉତ୍ତର ମିଳିପାରେ ଯେ ଭାରତରେ ମୋଦିଙ୍କ ବିକଳ୍ପ ଖୋଜା ହେଲାଣି। ନୀତୀଶ ସେହି ବିକଳ୍ପ ଭାବେ ଦେଖୁଥିବା ସ୍ବପ୍ନରେ ସଫଳ ହେବେ କି ନାହିଁ ୨୦୨୪ରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?