ଏସ୍‌ବିଆଇର ନୂଆ ଗ୍ରାହକ ସେବା ନମ୍ବର

ମୁମ୍ବାଇ,୧୦।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ନୂଆ ଗ୍ରାହକ ସେବା ଟୋଲ ଫ୍ରି ନମ୍ବର ୧୮୦୦-୧୨୩୪ ଓ ୧୮୦୦-୨୧୦୦ ର ଜାରି କରାଯାଇଛି। ଏହାଦ୍ୱାରା ବ୍ୟାଙ୍କର ଖାତା ଧାରକମାନେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ସେବା ଓ ଅଭିଯୋଗର ସମାଧାନ ପାଇପାରିବେ। ଏହି ଟୋଲ ଫ୍ରି ନମ୍ବର ବ୍ୟବହାର କରି ଗ୍ରାହକମାନେ ବ୍ୟାଙ୍କିଙ୍ଗ ସେବା ଯଥା ଆକାଉଣ୍ଟ ବାଲାନ୍ସ, ଶେଷ ନେଣଦେଣ ବିବରଣୀ, ଏଟିଏମ୍‌ କାର୍ଡ ବନ୍ଦ କରିବା, ଏଟିଏମ୍‌ କାର୍ଡ ପୁନର୍ବାର ମଗେଇବା, କାର୍ଡର ପ୍ରେରଣ ସ୍ଥିତି,ଏଟିଏମ୍‌ କାର୍ଡର ପିନ୍‌ ତିଆରି କରିବା, ଚେକ୍‌ ବହି ପ୍ରେରଣ ସ୍ଥିତି ଯାଞ୍ଚ, ନୂଆ ଚେକ୍‌ ବହି ମଗେଇବା, ଟିଡିଏସ୍‌ ଓ ଜମା ସୁଧର ସାର୍ଟିଫିକେଟ ଇମେଲ ମାଧ୍ୟମରେ ମଗେଇବା ଆଦି ଅନେକ ସୁବିଧା ପାଇପାରିବେ। ଭାରତର ସବୁଠୁ ବଡ ବ୍ୟାଙ୍କ ଭାବେ ଜଣା ଏସ୍‌ବିଆଇ ନିଜର ଗ୍ରାହକଙ୍କୁ ଉତ୍କୃଷ୍ଟ ଧରଣର ସେବା ଅତି ସହଜରେ ଯୋଗାଇବାର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାରର ବ୍ୟାଙ୍କିଙ୍ଗ ସେବାକୁ ଏହି ନୂଆ ଟୋଲ ଫ୍ରି ନମ୍ବରରେ ଯୋଗାଇବାର ବ୍ୟବସ୍ଥା କରିଛି। ଏହି ପରିବର୍ତ୍ତନରେ ମୁଖ୍ୟତଃ ଅନେକଗୁଡ଼ାଏ ନୂଆ ସେବାର ଆରମ୍ଭ ସହ ଗ୍ରାହକ ସେବା କେନ୍ଦ୍ରର ଆଇଭିଆର ଓ କାର୍ଯ୍ୟନିର୍ବାହୀମାନଙ୍କ ଦ୍ୱାରା ଅଭିଯୋଗର ଶୀଘ୍ର ସମାଧାନ ଉପରେ ଧ୍ୟାନ ଦିଆଯାଇଛି। ଏସ୍‌ବିଆଇର ଗ୍ରାହକ ଯୋଗାଯୋଗ କେନ୍ଦ୍ରକୁ ନୂତନ ପ୍ରଯୁକ୍ତି ଓ କାର୍ଯ୍ୟଶୈଳୀ ଦ୍ୱାରା ବିଶ୍ବରେ ସର୍ବୋତ୍ତମ କରିବାର ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri