Posted inଜାତୀୟ

ଦଳିତ ମୁସଲମାନ-ଖ୍ରୀଷ୍ଟିଆନମାନଙ୍କୁ ଅନୁସୂଚିତ ଜାତି ମାନ୍ୟତା ନାହିଁ…

ନୂଆଦିଲ୍ଲୀ,୧୦।୧୧ : ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଦେଶରେ ଅନୁସୂଚିତ ଜାତି (ଏସସି) ମାନ୍ୟତା ଦିଆଯାଇ ନାହିଁ। ସେମାନଙ୍କୁ ଏସସି ସଂରକ୍ଷଣ ଅଧୀନରେ ଚାକିରି ଏବଂ ଶିକ୍ଷା ଅନୁଷ୍ଠାନରେ କୌଣସି ସଂରକ୍ଷଣ ଦିଆଯାଇ ନଥାଏ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହା କହିଛନ୍ତି।

କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କେବଳ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ସମ୍ପ୍ରଦାୟର ଲୋକଙ୍କ ପାଇଁ ଉପଲବ୍ଧ। ସମ୍ବିଧାନ (ଅନୁସୂଚିତ ଜାତି) ଅର୍ଡର ୧୯୫୦ ଅନୁଯାୟୀ ଏହି ସଂରକ୍ଷଣ ପ୍ରଦାନ କରାଯାଇଛି ।

ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ଯେଉଁ ମାନଙ୍କୁ ଦଳିତ କୁହାଯାଉଥିଲା, କିନ୍ତୁ ପରେ ଇସଲାମ କିମ୍ବା ଖ୍ରୀଷ୍ଟିଆନ ଧର୍ମକୁ ଯାଇଥିଲେ, ଯେହେତୁ ଏହି ଦୁଇ ଧର୍ମରେ ସାମାଜିକ ଅସ୍ପୃଶ୍ୟତା ନାହିଁ। ତେଣୁ ଏସସି ମାନ୍ୟତା ନାହିଁ। ସମ୍ବିଧାନ (ଅନୁସୂଚିତ ଜାତି)ନିର୍ଦ୍ଦେଶ ୧୯୫୦କୁ ଅନେକ ଆବେଦନ ମାଧ୍ୟମରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର ପକ୍ଷ ଉପସ୍ଥାପନ କରି ଏଭଳି କହିଛନ୍ତି।

ଇସଲାମ କିମ୍ବା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ମଧ୍ୟ ସଂରକ୍ଷଣ ପ୍ରଦାନ କରାଯିବାକୁ ଏହି ନିବେଦନ କରାଯାଇଛି। କେନ୍ଦ୍ର କହିଛି ଯେ ଅନୁସୂଚିତ ଜାତି ସ୍ଥିତି ଏକ ସାମାଜିକ ପଛୁଆବର୍ଗ ଉପରେ ଧ୍ୟାନ ଦେଇଥାଏ। ଏହି ସୁବିଧା ୧୯୫୦ର ନିର୍ଦ୍ଦେଶ ଅନୁଯାୟୀ ସ୍ବୀକୃତିପ୍ରାପ୍ତ ସମ୍ପ୍ରଦାୟ ମଧ୍ୟରେ ସୀମିତ।

ଖ୍ରୀଷ୍ଟିଆନ କିମ୍ବା ମୁସଲମାନ ସମାଜ କେବେହେଲେ ସାମାଜିକ ଅତ୍ୟାଚାରର ସମ୍ମୁଖୀନ ହୋଇ ନାହାନ୍ତି। କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନ (ଅନୁସୂଚିତ ଜାତି)ନିର୍ଦ୍ଦେଶ, ୧୯୫୦ ଐତିହାସିକ ତଥ୍ୟ ଉପରେ ଆଧାରିତ। ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଖ୍ରୀଷ୍ଟିଆନ କିମ୍ବା ଇସଲାମ ସମାଜର ସଦସ୍ୟମାନେ ସାମାଜିକ ପଛୁଆ କିମ୍ବା ଅତ୍ୟାଚାରର ସମ୍ମୁଖୀନ ହୋଇନାହାଁନ୍ତି।

ସରକାର ଯୁକ୍ତି ଦର୍ଶାଇଥିଲେ ଯେ ଅତୀତରେ ଅନୁସୂଚିତ ଜାତିମାନଙ୍କର ଇସଲାମ କିମ୍ବା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାର ଅନ୍ୟତମ କାରଣ ହେଉଛି ଯେ ସେମାନେ ଅସ୍ପୃଶ୍ୟତାର ସମସ୍ୟାରୁ ମୁକ୍ତି ଚାହୁଁଥିଲେ। ଅସ୍ପୃଶ୍ୟତା ଖ୍ରୀଷ୍ଟିଆନ କିମ୍ବା ଇସଲାମରେ ଆଦୌ ନାହିଁ।

ସରକାର ସର୍ବୋଚ୍ଚ ଅଦାଲତକୁ କହିଛନ୍ତି ଯେ ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଅନୁସୂଚିତ ଜାତି ମାନ୍ୟତା ଦିଆଯାଇପାରିବ କି ନାହିଁ ଏହି ଆୟୋଗ ପରୀକ୍ଷା କରିବ ପାଇଁ ପୂର୍ବତନ ସିଜେଆଇ କେ କେ ବାଲାକ୍ରିଷ୍ଣନଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଶନ ଗଠନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?