ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଟିକିରି, ୩୦।୧୨(ଡି.ଏନ୍‌.ଏ.): ଅନେକ ଦିନର ଦାବି ପରେ ରାୟଗଡ଼ା ଜିଲା କାଶୀପୁରରେ ଖୋଲାଯାଇଥିବା ଏକଲବ୍ୟ ବିଦ୍ୟାଳୟକୁ ଏବେ ୫୦ କି.ମି. ଦୂରକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବିରୋଧରେ ଶୁକ୍ରବାର କାଶୀପୁର ବ୍ଲକର ଶତାଧିକ ଲୋକ, ରାଜନେତାଙ୍କ ସମେତ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଏକାଠି ହୋଇ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। କାଶୀପୁର ବ୍ଲକ କାର୍ଯ୍ୟାଳୟରେ ଏବିଡିଓ ପଦ୍ମିନୀ କହଁରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ।
ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟବେକ୍ଷକ ଦଳ ଓ ସ୍ଥାନୀୟ ତହସିଲଦାର ମିଳିତଭାବେ କାଶୀପୁରସ୍ଥ ନୋକଟି ଘାଟି ମନ୍ଦିର ନିକଟରେ ଥିବା ସରକାରୀ ଜାଗା ସ୍କୁଲ ପାଇଁ ଚିହ୍ନଟ କରିଥିଲେ। ଏହା ସତ୍ତ୍ୱେ ବିଦ୍ୟାଳୟଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହାକୁ ଅଞ୍ଚଳବାସୀ ବିରୋଧ କରୁଛନ୍ତି ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି। କାଶୀପୁର ସଦରରେ ସ୍କୁଲ କରା ନ ଗଲେ ଅଞ୍ଚଳବାସୀ ସରକାର ଓ ପ୍ରଶାସନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି। ପ୍ରଶାସନ ଓ ରାଜନେତାଙ୍କ ଦୁର୍ବଳତା ଏବଂ ମନମୁଖି କାର୍ଯ୍ୟ ବର୍ତ୍ତମାନ ଲୋକଲୋଚନକୁ ଆସିବାରେ ଲାଗିଛି। ହଜାର ହଜାର ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦିଆଯାଉଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ପ୍ରତିବାଦ ଓ ଦାବିପତ୍ର ପ୍ରଦାନ ବେଳେ ତଳଝିରି ପଞ୍ଚାୟତର ହିଂଦା ମାଝି, ଜୟ ସିଂ ମାଝି, ମୁନୁଷଗାଁ ପଞ୍ଚାୟତର ଜୟ ମାଝି, ଖୁରିଗାଁ ପଞ୍ଚାୟତର ସାମାଜିକ କର୍ମୀ ବିଶ୍ୱମ୍ବର ନାଏକ, କାଶୀପୁର ପଞ୍ଚାୟତର ପାଇଲ ମାଝି, ମହେଶ୍ୱର ମାଝି, ପୁରନ୍ଦର ନାଏକ, ଜଗବନ୍ଧୁ ନାଏକ, ମିଥୁନ ନାଏକ, ଭାଲୁ ବୈଦ୍ୟଙ୍କ ସହ ୧୬ ପଞ୍ଚାୟତର ଲୋକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଟ୍ରଲର-କଣ୍ଟେନର ହେଲେ ମୁହାଁମୁହିଁ : ଚାଲିଗଲା ଜୀବନ

ଜମନକିରା,୨୨।୭:(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଧୀନ ବଡ଼ରମା ଘାଟିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ମଙ୍ଗଳବାର ଭୋରରେ ଏକ...

ହୋଟେଲରୁ ବଡ଼ ଧରଣର ଚୋରି

ରାୟଗଡ଼ା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ୧୦୦ ମିଟର ଦୂର ସାଇରାମ ରେଷ୍ଟୁରାଣ୍ଟ ନାମକ ଏକ ହୋଟେଲରୁ ମଙ୍ଗଳବାର ଭୋର ୩ଟାରେ ଏକ ବଡ଼ଧରଣର ଚୋରି...

ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ବାରିପଦା,୨୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜନୈକ ସ୍ବାମୀ ଜଣକ ସ୍ତ୍ରୀକୁ ପଥରରେ...

ବିଲରେ ହଳ କରୁଥିବାବେଳେ ଘୋଷାଡ଼ି ନେଲା ବଳଦ: ଚାଲିଗଲା ଚାଷୀଙ୍କ ଜୀବନ

ପାଟଣା ୨୩।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳୀ ପଞ୍ଚାୟତ ନିକଟ ବିଲରେ ମଙ୍ଗଳବାର ସକାଳୁ ହଳ କରୁଥିବାବେଳେ ଅଘଟଣ ଘଟି ଜଣେ ବୃଦ୍ଧ...

ପୁଣି ଅଜଣା ରୋଗ ନେଲା ଶିଶୁର ଜୀବନ

କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବିଚଳଚୁଆଁ ଗାଁରେ ମଙ୍ଗଳବାର ପୁଣି ଅଜଣା ରୋଗରେ ଜଣେ ୩ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ...

ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇଲେ ସିଆର୍‌ପିଏଫ ଯବାନ

ମାଲକାନଗିରି,୨୩।୭: ମହାନତା ଦେଖାଇଛନ୍ତି ସିଆର୍‌ପିଏଫ ଯବାନ। ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇ ହସ୍ପିଟାଲ ପଠାଇଛନ୍ତି। ଏଭଳି ଏକ ଘଟଣା...

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

କୋରୁକୋଣ୍ଡା,୨୩ା୭(ଶିବଦତ୍ତ ସାହୁ): ଲଗାଣ ବର୍ଷାରେ ମାଲକାନଗିରି ଜିଲାର ବହୁଅଞ୍ଚଳକୁ ଯାତାୟାତ ବନ୍ଦ ହୋଇଯାଇଥିବା ବେଳେ କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅରଙ୍ଗୀଠାରୁ ବାୟାପଡା ଯିବାକୁ ଥିବା...

ଟଙ୍କା ନ ଦେଲେ ହେଉନି ନଳକୂପ ମରାମତି

ରାୟଗଡା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗଠନ ହେବାର ୩୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଜିଲାର ପାନୀୟ ଜଳ ସମସ୍ୟା ଦୂର ହୋଇପାରିନାହିଁ। ପାନୀୟ ଜଳ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri