ନୂଆ ଶ୍ରମ ଆଇନକୁ ବିରୋଧ

ଭୁବନେଶ୍ୱର(ବ୍ୟୁରୋ)/ ନୂଆଦିଲ୍ଲୀ, ୨୫।୬: ଦେଶରେ ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ନୂଆ ଶ୍ରମ ଆଇନ ଲାଗୁ ହୁଏ, ତା’ହେଲେ ଶ୍ରମିକମାନେ ବ୍ୟାପକ କ୍ଷତି ସହିବେ ବୋଲି ସଙ୍ଗଠନଗୁଡିକ ପକ୍ଷରୁ ଆଶଙ୍କା କରାଯାଉଛି। ମୁଖ୍ୟତଃ ଏହି ଆଇନ ବଡ଼ ବଡ଼ ଶିଳ୍ପପତିଙ୍କ ସ୍ବାର୍ଥ ରକ୍ଷା ଲାଗି କରାଯାଉଥିବା ଚର୍ଚ୍ଚା ହେଉଛି। ସେହିପରି ଏହି ଆଇନ ଲାଗୁହେବା ନେଇ ରାଜ୍ୟ ସରକାରଙ୍କ ନିକଟକୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ନ ଥିବା ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଅଲ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଏଆଇଟିୟୁସି) ରାଜ୍ୟ ସଭାପତି ଅଶୋକ ଦାସ କହିଛନ୍ତି, କେନ୍ଦ୍ର ଆଣୁଥିବା ନୂଆ ଶ୍ରମ ଆଇନ ସମ୍ପୂର୍ଣ୍ଣ ଶ୍ରମିକ ବିରୋଧୀ। ସାମଗ୍ରିକ ଭାବେ ଏହି ଆଇନ ଶ୍ରମିକ ସମାଜକୁ କୌଣସି ପ୍ରକାର ସାହାଯ୍ୟ କରିବ ନାହିଁ। ଧର୍ମଘଟ, ମୂଲଚାଲ ଆଇନକୁ ଉଠାଇ ଦିଆଯାଇଛି। ସରକାରଙ୍କ ବନ୍ଧୁ କମ୍ପାନୀଗୁଡିକ ଲାଗି ଏହି ଆଇନ ସାହାଯ୍ୟକାରୀ ହେବ। ଶ୍ରମିକମାନେ ବିଭିନ୍ନ ଦୁର୍ଦ୍ଦଶା ଭୋଗିବେ।
ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଆଇଏନ୍‌ଟିୟୁସି) ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଶ୍ରମ ଆଇନକୁ ୪ଟି ଶ୍ରମ କୋଡ୍‌ ଅନୁଯାୟୀ ଭାଗ କରାଯାଇଛି। ଏହା ଶ୍ରମିକଙ୍କ ସ୍ବାର୍ଥ ବିରୋଧୀ। ଏହି ଆଇନରେ ଶ୍ରମିକଙ୍କ ଲାଗି ଯେଉଁସବୁ ଅଧିକାର ଥିଲା, ତାହା ରହିଛି ବୋଲି କେନ୍ଦ୍ର ସରକାର କହୁଥିଲେ ମଧ୍ୟ ସେଥିରେ ସତ୍ୟତା ନାହିଁ। ମାଲିକ ଏବଂ ଶ୍ରମିକଙ୍କ ପାଇଁ ଉର୍ଦ୍ଦିଷ୍ଟ ଆଇନର ସଂଜ୍ଞାକୁ ଯେଭଳି ମିଶ୍ରଣ କରିଦିଆଯାଇଛି, ତାହା ଭବିଷ୍ୟତରେ ଅଧିକ ସମସ୍ୟା ସୃଷ୍ଟି କରିବ। ଆନ୍ଦୋଳନ କରିବା ଲାଗି ଯାହା ଆଇନ ଥିଲା ସେଥିରେ ପରିବର୍ତ୍ତନ କରିଦିଆଯାଇଛି। ଏହାଦ୍ୱାରା ଶ୍ରମିକମାନେ ଆଗକୁ ଆନ୍ଦୋଳନ କରିପାରିବେ ନାହିଁ। ଟ୍ରିବ୍ୟୁନାଲ କୋର୍ଟ ଆଉ ରଖିବେ ନାହିଁ। ସେହିପରି ଯେଉଁ ୪ଟି ଶ୍ରମିକ କୋଡ୍‌ କରୁଛନ୍ତି, ସେଥିରେ ଇନସ୍ପେକ୍ଟର ରହିବେ ନାହିଁ। ଅର୍ଥାତ୍‌ ବଡ଼ ବଡ଼ ଫ୍ୟାକ୍ଟ୍ରି ଆଉ ଇନ୍‌ସ୍ପେକ୍ସନ ହେବନାହିଁ। କେଉଁ ଶିଳ୍ପ ସଂସ୍ଥା ଇନ୍‌ସ୍ପେକ୍ସନ ହେବ ନ ହେବ ସେକଥା କେନ୍ଦ୍ରର ଲେବର କମିଶନର ନିଷ୍ପତ୍ତି ନେବେ। ଆଗରୁ ଟ୍ରିବ୍ୟୁନାଲ କୋର୍ଟ ଥିବା ସତ୍ତ୍ୱେ ସେଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଜ୍‌ ନିଯୁକ୍ତି ଦେଉ ନ ଥିଲେ। ଯଦି ଆଦୌରୁ ଟ୍ରିବ୍ୟୁନାଲ ନ ରହିବ ତେବେ ଯାହା ଅବସ୍ଥା ହେବ। ମୁଖ୍ୟତଃ ଶିଳ୍ପପତିଙ୍କ ସ୍ବାର୍ଥ ରକ୍ଷା ଲାଗି ୪ଟି ଲେବର କୋଡ୍‌ କରିଛନ୍ତି।
ସେଣ୍ଟର ଅଫ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ(ସିଆଇଟିୟୁ) ରାଜ୍ୟ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ୪୪ ଶ୍ରମ ଆଇନ ମଧ୍ୟରୁ ୧୫ଟି ଉଚ୍ଛେଦ କରି ଦେଇଥିବା ବେଳେ ୨୯ଟି ଆଇନକୁ ୪ଟି କୋଡ୍‌ରେ ପରିବର୍ତ୍ତନ କରିଛନ୍ତି। ଆସିବାକୁ ଥିବା ନୂଆ ଶ୍ରମ ଆଇନରେ ଅନେକ ଆମେଣ୍ଡମେଣ୍ଟ କରିଦେଇଛନ୍ତି। ବିଭିନ୍ନ କଥାକୁ ୪ଟି କାଟାଗୋରିରେ ବିଭକ୍ତ କରିଦେଇଛନ୍ତି। ବର୍ତ୍ତମାନ ଯେଉଁ ନିୟମ ଲାଗୁ କରିବାକୁ ଯାଉଛନ୍ତି, ସେନେଇ ଆମମାନଙ୍କୁ ଏପର୍ଯ୍ୟନ୍ତ କିଛି ଜଣାଇ ନାହାନ୍ତି କି ଏ ବାବଦରେ ଆଲୋଚନା କରିନାହାନ୍ତି। ସେମାନେ ସରକାରୀ ଭାବେ ମଧ୍ୟ କିଛି ସୂଚନା ଦେଇନାହାନ୍ତି। ଶୁଣୁଥିଲୁ ଉକ୍ତ ରୁଲ୍‌ ଫ୍ରେମ୍‌ ଆସିଲେ ଯାହା କିଛି ହେବ। ଉକ୍ତ ଆଇନ ବାବଦରେ ଯେତିକି ଜାଣିଛି ସେମାନେ ଗୋଟେ ନିୟମ ଆଣୁଛନ୍ତି, ଯେଉଁଥିରେ ଉଲ୍ଲେଖ ଅଛି ୧୪ ଦିନ ପୂର୍ବରୁ ଶ୍ରମିକଙ୍କୁ ଆନ୍ଦୋଳନର ନୋଟିସ ଦେବାକୁ ପଡିବ। ଆଉ ଗୋଟିଏରେ ଉଲ୍ଲେଖ ଅଛି ୬୦ ଦିନ ପୂର୍ବରୁ ଆନ୍ଦୋଳନ ସମ୍ପର୍କିତ ନୋଟିସ ଦେବାକୁ ପଡ଼ିବ। ଏହାଦ୍ୱାରା କ’ଣ ହେବ ଶ୍ରମିକମାନେ ୧୪ଦିନ ନୋଟିସ ନେଲେ ସେମାନେ ୬୦ ଦିନ କଥା କହିବେ। ଶ୍ରମିକମାନେ ୬୦ ଦିନ ନୋଟିସ ନେଲେ ସେମାନେ ୧୪ ଦିନିଆ କଥା କହିବେ। ଏଭଳି ବିଭ୍ରାନ୍ତି କରିବା ଭଳି ଅନେକ ନିୟମ ରହିଥିବା ସେ କହିଛନ୍ତି।
ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌) ରାଜ୍ୟ ସଭାପତି ପୃଥ୍ବୀରାଜ ପଣ୍ଡା କହିଛନ୍ତି, ସେଥିରେ ୪ଟି ଲେବର କୋଡ୍‌ ଅଛି, ସେଥିରୁ ୨ଟିକୁ ସମର୍ଥନ କରିଛୁ। ତାହା ଶ୍ରମିକଙ୍କ ସ୍ବାର୍ଥ ଲାଗି ଥିବାରୁ ସମର୍ଥନ କରିଛୁ। ଏ ବାବଦରେ ସରକାରଙ୍କୁ ଲିଖିତ ଭାବେ ଦେଇଛୁ। ଆମେ ଚାହୁଁଛୁ ଯେଉଁ ୨ଟି ଲେବର କୋଡ୍‌କୁ ବିରୋଧ କରୁଛୁ ତାହାକୁ ସଂଶୋଧନ କଲେ ଠିକ୍‌ ହେବ। ସେନେଇ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲେଖିକି ଦେଇଛୁ। ଯଦି ତାହା ପରିବର୍ତ୍ତନ କରା ନ ଯାଏ ତେବେ ଦିଲ୍ଲୀରେ ଧାରଣା ଦେବୁ। କର୍ମଚାରୀମାନଙ୍କ ଲାଗି ପୂର୍ବରୁ ଯେଉଁ ଇଏସ୍‌ଆଇ, ଇପିଏଫ୍‌ ଆଦି ଥିଲା ସେହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି। ସେହିପରି ଅନେକ କଥାରେ ପରିବର୍ତ୍ତନ କରିଛନ୍ତି। ଏହାକୁ ଆମେଣ୍ଡମେଣ୍ଟ କରିବାକୁ କହୁଛୁ ବୋଲି ସେ କହିଛନ୍ତି।
ଏହି ଆଇନ ଲାଗୁ କରିବାକୁ ଆମେ ବାଧ୍ୟ
ଶ୍ରମ କମିଶନର ଏନ୍‌. ଥିରୁମାଲା ନାଏକ କହିଛନ୍ତି, ଏହି ଆଇନ କେତେବେଳେ ଆସିବ ସେନେଇ କିଛି ଜଣାନାହିଁ। ଆଜି ନ ହେଲେ କାଲି ଆସିବ ବୋଲି କୁହାଯାଉଛି। ସବୁକିଛି ପ୍ରସ୍ତୁତ ହୋଇ ଥିବାବେଳେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହାକୁ ଲାଗୁ କରିଦିଆଯିବ। ପୂର୍ବରୁ ଯେଉଁ ୪୪ଟି ଆଇନ ଥିଲା ସେଥିରେ ପରିବର୍ତ୍ତନ ହୋଇ ୪ଟି କୋଡ୍‌ କରିଦିଆଯାଇଛି। ସବୁ ମିଶାଇ ଗୋଟିଏ ଆଇନ କରାଯାଇଛି। ପୂର୍ବରୁ ଯେତେ କାଗଜ ଦରକାର ପଡୁଥିଲା ଏବେ ଆଉ ସେମିତି କିଛି ଦରକାର ପଡିବ ନାହିଁ। ବହୁ ସମସ୍ୟା ମଧ୍ୟ ଏହା ଭିତରେ ରହିଛି। ହେଲେ ଏହି ଆଇନ ଲାଗୁ କରିବାକୁ ଆମେ ବାଧ୍ୟ। ତେଣୁ ଆଇନ ଆସିବା ମାତ୍ରେ ଆମେ ଲାଗୁ କରିବାକୁ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?