ନୂଆ ଶ୍ରମ ଆଇନକୁ ବିରୋଧ

ଭୁବନେଶ୍ୱର(ବ୍ୟୁରୋ)/ ନୂଆଦିଲ୍ଲୀ, ୨୫।୬: ଦେଶରେ ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ନୂଆ ଶ୍ରମ ଆଇନ ଲାଗୁ ହୁଏ, ତା’ହେଲେ ଶ୍ରମିକମାନେ ବ୍ୟାପକ କ୍ଷତି ସହିବେ ବୋଲି ସଙ୍ଗଠନଗୁଡିକ ପକ୍ଷରୁ ଆଶଙ୍କା କରାଯାଉଛି। ମୁଖ୍ୟତଃ ଏହି ଆଇନ ବଡ଼ ବଡ଼ ଶିଳ୍ପପତିଙ୍କ ସ୍ବାର୍ଥ ରକ୍ଷା ଲାଗି କରାଯାଉଥିବା ଚର୍ଚ୍ଚା ହେଉଛି। ସେହିପରି ଏହି ଆଇନ ଲାଗୁହେବା ନେଇ ରାଜ୍ୟ ସରକାରଙ୍କ ନିକଟକୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ନ ଥିବା ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଅଲ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଏଆଇଟିୟୁସି) ରାଜ୍ୟ ସଭାପତି ଅଶୋକ ଦାସ କହିଛନ୍ତି, କେନ୍ଦ୍ର ଆଣୁଥିବା ନୂଆ ଶ୍ରମ ଆଇନ ସମ୍ପୂର୍ଣ୍ଣ ଶ୍ରମିକ ବିରୋଧୀ। ସାମଗ୍ରିକ ଭାବେ ଏହି ଆଇନ ଶ୍ରମିକ ସମାଜକୁ କୌଣସି ପ୍ରକାର ସାହାଯ୍ୟ କରିବ ନାହିଁ। ଧର୍ମଘଟ, ମୂଲଚାଲ ଆଇନକୁ ଉଠାଇ ଦିଆଯାଇଛି। ସରକାରଙ୍କ ବନ୍ଧୁ କମ୍ପାନୀଗୁଡିକ ଲାଗି ଏହି ଆଇନ ସାହାଯ୍ୟକାରୀ ହେବ। ଶ୍ରମିକମାନେ ବିଭିନ୍ନ ଦୁର୍ଦ୍ଦଶା ଭୋଗିବେ।
ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଆଇଏନ୍‌ଟିୟୁସି) ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଶ୍ରମ ଆଇନକୁ ୪ଟି ଶ୍ରମ କୋଡ୍‌ ଅନୁଯାୟୀ ଭାଗ କରାଯାଇଛି। ଏହା ଶ୍ରମିକଙ୍କ ସ୍ବାର୍ଥ ବିରୋଧୀ। ଏହି ଆଇନରେ ଶ୍ରମିକଙ୍କ ଲାଗି ଯେଉଁସବୁ ଅଧିକାର ଥିଲା, ତାହା ରହିଛି ବୋଲି କେନ୍ଦ୍ର ସରକାର କହୁଥିଲେ ମଧ୍ୟ ସେଥିରେ ସତ୍ୟତା ନାହିଁ। ମାଲିକ ଏବଂ ଶ୍ରମିକଙ୍କ ପାଇଁ ଉର୍ଦ୍ଦିଷ୍ଟ ଆଇନର ସଂଜ୍ଞାକୁ ଯେଭଳି ମିଶ୍ରଣ କରିଦିଆଯାଇଛି, ତାହା ଭବିଷ୍ୟତରେ ଅଧିକ ସମସ୍ୟା ସୃଷ୍ଟି କରିବ। ଆନ୍ଦୋଳନ କରିବା ଲାଗି ଯାହା ଆଇନ ଥିଲା ସେଥିରେ ପରିବର୍ତ୍ତନ କରିଦିଆଯାଇଛି। ଏହାଦ୍ୱାରା ଶ୍ରମିକମାନେ ଆଗକୁ ଆନ୍ଦୋଳନ କରିପାରିବେ ନାହିଁ। ଟ୍ରିବ୍ୟୁନାଲ କୋର୍ଟ ଆଉ ରଖିବେ ନାହିଁ। ସେହିପରି ଯେଉଁ ୪ଟି ଶ୍ରମିକ କୋଡ୍‌ କରୁଛନ୍ତି, ସେଥିରେ ଇନସ୍ପେକ୍ଟର ରହିବେ ନାହିଁ। ଅର୍ଥାତ୍‌ ବଡ଼ ବଡ଼ ଫ୍ୟାକ୍ଟ୍ରି ଆଉ ଇନ୍‌ସ୍ପେକ୍ସନ ହେବନାହିଁ। କେଉଁ ଶିଳ୍ପ ସଂସ୍ଥା ଇନ୍‌ସ୍ପେକ୍ସନ ହେବ ନ ହେବ ସେକଥା କେନ୍ଦ୍ରର ଲେବର କମିଶନର ନିଷ୍ପତ୍ତି ନେବେ। ଆଗରୁ ଟ୍ରିବ୍ୟୁନାଲ କୋର୍ଟ ଥିବା ସତ୍ତ୍ୱେ ସେଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଜ୍‌ ନିଯୁକ୍ତି ଦେଉ ନ ଥିଲେ। ଯଦି ଆଦୌରୁ ଟ୍ରିବ୍ୟୁନାଲ ନ ରହିବ ତେବେ ଯାହା ଅବସ୍ଥା ହେବ। ମୁଖ୍ୟତଃ ଶିଳ୍ପପତିଙ୍କ ସ୍ବାର୍ଥ ରକ୍ଷା ଲାଗି ୪ଟି ଲେବର କୋଡ୍‌ କରିଛନ୍ତି।
ସେଣ୍ଟର ଅଫ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ(ସିଆଇଟିୟୁ) ରାଜ୍ୟ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ୪୪ ଶ୍ରମ ଆଇନ ମଧ୍ୟରୁ ୧୫ଟି ଉଚ୍ଛେଦ କରି ଦେଇଥିବା ବେଳେ ୨୯ଟି ଆଇନକୁ ୪ଟି କୋଡ୍‌ରେ ପରିବର୍ତ୍ତନ କରିଛନ୍ତି। ଆସିବାକୁ ଥିବା ନୂଆ ଶ୍ରମ ଆଇନରେ ଅନେକ ଆମେଣ୍ଡମେଣ୍ଟ କରିଦେଇଛନ୍ତି। ବିଭିନ୍ନ କଥାକୁ ୪ଟି କାଟାଗୋରିରେ ବିଭକ୍ତ କରିଦେଇଛନ୍ତି। ବର୍ତ୍ତମାନ ଯେଉଁ ନିୟମ ଲାଗୁ କରିବାକୁ ଯାଉଛନ୍ତି, ସେନେଇ ଆମମାନଙ୍କୁ ଏପର୍ଯ୍ୟନ୍ତ କିଛି ଜଣାଇ ନାହାନ୍ତି କି ଏ ବାବଦରେ ଆଲୋଚନା କରିନାହାନ୍ତି। ସେମାନେ ସରକାରୀ ଭାବେ ମଧ୍ୟ କିଛି ସୂଚନା ଦେଇନାହାନ୍ତି। ଶୁଣୁଥିଲୁ ଉକ୍ତ ରୁଲ୍‌ ଫ୍ରେମ୍‌ ଆସିଲେ ଯାହା କିଛି ହେବ। ଉକ୍ତ ଆଇନ ବାବଦରେ ଯେତିକି ଜାଣିଛି ସେମାନେ ଗୋଟେ ନିୟମ ଆଣୁଛନ୍ତି, ଯେଉଁଥିରେ ଉଲ୍ଲେଖ ଅଛି ୧୪ ଦିନ ପୂର୍ବରୁ ଶ୍ରମିକଙ୍କୁ ଆନ୍ଦୋଳନର ନୋଟିସ ଦେବାକୁ ପଡିବ। ଆଉ ଗୋଟିଏରେ ଉଲ୍ଲେଖ ଅଛି ୬୦ ଦିନ ପୂର୍ବରୁ ଆନ୍ଦୋଳନ ସମ୍ପର୍କିତ ନୋଟିସ ଦେବାକୁ ପଡ଼ିବ। ଏହାଦ୍ୱାରା କ’ଣ ହେବ ଶ୍ରମିକମାନେ ୧୪ଦିନ ନୋଟିସ ନେଲେ ସେମାନେ ୬୦ ଦିନ କଥା କହିବେ। ଶ୍ରମିକମାନେ ୬୦ ଦିନ ନୋଟିସ ନେଲେ ସେମାନେ ୧୪ ଦିନିଆ କଥା କହିବେ। ଏଭଳି ବିଭ୍ରାନ୍ତି କରିବା ଭଳି ଅନେକ ନିୟମ ରହିଥିବା ସେ କହିଛନ୍ତି।
ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌) ରାଜ୍ୟ ସଭାପତି ପୃଥ୍ବୀରାଜ ପଣ୍ଡା କହିଛନ୍ତି, ସେଥିରେ ୪ଟି ଲେବର କୋଡ୍‌ ଅଛି, ସେଥିରୁ ୨ଟିକୁ ସମର୍ଥନ କରିଛୁ। ତାହା ଶ୍ରମିକଙ୍କ ସ୍ବାର୍ଥ ଲାଗି ଥିବାରୁ ସମର୍ଥନ କରିଛୁ। ଏ ବାବଦରେ ସରକାରଙ୍କୁ ଲିଖିତ ଭାବେ ଦେଇଛୁ। ଆମେ ଚାହୁଁଛୁ ଯେଉଁ ୨ଟି ଲେବର କୋଡ୍‌କୁ ବିରୋଧ କରୁଛୁ ତାହାକୁ ସଂଶୋଧନ କଲେ ଠିକ୍‌ ହେବ। ସେନେଇ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲେଖିକି ଦେଇଛୁ। ଯଦି ତାହା ପରିବର୍ତ୍ତନ କରା ନ ଯାଏ ତେବେ ଦିଲ୍ଲୀରେ ଧାରଣା ଦେବୁ। କର୍ମଚାରୀମାନଙ୍କ ଲାଗି ପୂର୍ବରୁ ଯେଉଁ ଇଏସ୍‌ଆଇ, ଇପିଏଫ୍‌ ଆଦି ଥିଲା ସେହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି। ସେହିପରି ଅନେକ କଥାରେ ପରିବର୍ତ୍ତନ କରିଛନ୍ତି। ଏହାକୁ ଆମେଣ୍ଡମେଣ୍ଟ କରିବାକୁ କହୁଛୁ ବୋଲି ସେ କହିଛନ୍ତି।
ଏହି ଆଇନ ଲାଗୁ କରିବାକୁ ଆମେ ବାଧ୍ୟ
ଶ୍ରମ କମିଶନର ଏନ୍‌. ଥିରୁମାଲା ନାଏକ କହିଛନ୍ତି, ଏହି ଆଇନ କେତେବେଳେ ଆସିବ ସେନେଇ କିଛି ଜଣାନାହିଁ। ଆଜି ନ ହେଲେ କାଲି ଆସିବ ବୋଲି କୁହାଯାଉଛି। ସବୁକିଛି ପ୍ରସ୍ତୁତ ହୋଇ ଥିବାବେଳେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହାକୁ ଲାଗୁ କରିଦିଆଯିବ। ପୂର୍ବରୁ ଯେଉଁ ୪୪ଟି ଆଇନ ଥିଲା ସେଥିରେ ପରିବର୍ତ୍ତନ ହୋଇ ୪ଟି କୋଡ୍‌ କରିଦିଆଯାଇଛି। ସବୁ ମିଶାଇ ଗୋଟିଏ ଆଇନ କରାଯାଇଛି। ପୂର୍ବରୁ ଯେତେ କାଗଜ ଦରକାର ପଡୁଥିଲା ଏବେ ଆଉ ସେମିତି କିଛି ଦରକାର ପଡିବ ନାହିଁ। ବହୁ ସମସ୍ୟା ମଧ୍ୟ ଏହା ଭିତରେ ରହିଛି। ହେଲେ ଏହି ଆଇନ ଲାଗୁ କରିବାକୁ ଆମେ ବାଧ୍ୟ। ତେଣୁ ଆଇନ ଆସିବା ମାତ୍ରେ ଆମେ ଲାଗୁ କରିବାକୁ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ସୁଲୋଚନା-ସୁନୀତି

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଏଥିରେ ବିଏମ୍‌ସି ମେୟର ପଦ ଲାଗି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ଭାଜପା...

ସ୍ଥାୟୀ କମିଶନ ପ୍ରକ୍ରିୟା ଭେଦଭାବପୂର୍ଣ୍ଣ: ରିଭ୍ୟୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୩: ଭାରତୀୟ ସେନାରେ ସ୍ଥାୟୀ କମିଶନ ପ୍ରକ୍ରିୟାରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଗୁରତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଭେଦଭାବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି।...

ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର...

ଝାରସୁଗୁଡ଼ାରେ କମିଛି ମାଟ୍ରିକ ପାସ ହାର: ଗତବର୍ଷ ଥିଲା ୮୫.୪୮, ଏବର୍ଷ ରହିଛି…

ଝାରସୁଗୁଡ଼ା ଅଫିସ,୨୯ା୭: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଜିଲାର ୩୮ଟି ପରୀକ୍ଷା କେନ୍ଦ୍ରରେ...

ପ୍ରଜାପତି ମୁଣ୍ଡରେ କାଳିଆ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,୨୧ା୨: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଝରିଗୁମା ପଞ୍ଚାୟତର ଡେଙ୍ଗପଦର ଗ୍ରାମର ଭୀଷ୍ମସେନ ବିଷୋୟୀଙ୍କ ଅଗଣାରେ ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟିର ଚଉଡ଼ା...

ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା ଘଟଣା: ସିଜେଆଇଙ୍କ ଉଦ୍‌ବେଗ

ହାଇଦ୍ରାବାଦ,୨୬।୨: ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବଢ଼ୁଥିବାରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶନିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜୀବନ ହାରୁଥିବା ପିଲାମାନଙ୍କ...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବାଧ୍ୟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଆଇନ ରୁଲ୍ସ-୧୯୮୯ର ରୁଲ୍ସ-୫୦...

୯୪ ଲକ୍ଷ ୟୁଡିଆଇଡି କାର୍ଡ ଦିବ୍ୟାଙ୍ଗଙ୍କ ପାଇଁ ଜାରି, ପଶ୍ଚିମବଙ୍ଗ ଭାଗରେ ମାତ୍ର ୯…

ନୂଆଦିଲ୍ଲୀ,୬।୬ : ସାରା ଦେଶରେ ଦିବ୍ୟାଙ୍ଗଙ୍କ ପାଇଁ ଦିଆଯାଉଥିବା ୟୁଡିଆଇଡି କାର୍ଡକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। ସରକାରୀ ଆକଳନରୁ ଜଣାପଡିଛି ସମଗ୍ର...

Advertisement
Archives

Model This Week