ଶ୍ରୀଅନନ୍ତ ବାସୁଦେବ ମନ୍ଦିର ରୋଷଘର ନିର୍ମାଣକୁ ବିରୋଧ

ପୁରୁଣା ଭୁବନେଶ୍ୱର,୨୩ା୬(ସୁବାସ ଚନ୍ଦ୍ର ପ୍ରଧାନ): ବିନ୍ଦୁସାଗର କୂଳରେ ରହିଛି ଶ୍ରୀଅନନ୍ତ ବାସୁଦେବ ମନ୍ଦିର। ରାଜ୍ୟ ସରକାର ଏକାମ୍ର ମେଗା ପ୍ରକଳ୍ପରେ ଏହି ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ୱକୁ ସାମିଲ କରିଛନ୍ତି। ମନ୍ଦିର ପରିସରରେ ରୋଷଘର ନିର୍ମାଣ ନେଇ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଟେଣ୍ଡର କରାଯାଇଛି। ତେବେ ରୋଷଘର ନିର୍ମାଣ ଟେଣ୍ଡରକୁ ନେଇ ପୂଜାପଣ୍ଡା ନିଯୋଗ ପକ୍ଷରୁ ବିରୋଧ କରାଯାଇଛି।
ଅନନ୍ତ ବାସୁଦେବ ମନ୍ଦିରରେ ଅନ୍ନଭୋଗ କିମ୍ବା ସଙ୍କୁଡ଼ି ଭୋଗ ହେଉ ନ ଥିବା ବେଳେ ଏଠାରେ କେବଳ ଶୁଖୁଲି ଭୋଗର ବ୍ୟବସ୍ଥା ରହିଛି, ଯାହାକୁ ଅତୀତରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଯୋଗାଇ ଆସୁଥିଲା। ଲିଙ୍ଗରାଜ ମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ଏଠାରେ ବଲ୍ଲଭ ଭୋଗ ପାଇଁ ଖଇ ଭୋଗ କରାଯାଇଥାଏ। ଲିଙ୍ଗରାଜ ମନ୍ଦିରରେ ବଡ଼ସିଂହାର ସରିବା ପରେ ଏଠାରେ ମନ୍ଦିର ପକ୍ଷରୁ ଯୋଗାଇ ଦିଆଯାଇଥିବା ସାମଗ୍ରୀରେ ତିଆରି ଲଡୁ ଭୋଗ ସମର୍ପଣ କରାଯାଇଥାଏ। ଅନନ୍ତ ବାସୁଦେବ ମନ୍ଦିର ପାଚେରିର ଉତ୍ତର ପାର୍ଶ୍ୱରେ ବିଏମ୍‌ସି ପକ୍ଷରୁ ୪୦ରୁ ଊର୍ଦ୍ଧ୍ୱ ରୋଷଘର ନିର୍ମାଣ କାର୍ଯ୍ୟ ଅର୍ଦ୍ଧାଧିକ ସରିଯାଇଥିଲା। ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବିରୋଧ ପରେ ଏହାକୁ ବନ୍ଦ କରାଯିବା ସହ ବିଏମ୍‌ସି ଏଥିରୁ ଓହରି ଯାଇଥିଲା। ଅର୍ଦ୍ଧନିର୍ମିତ ରୋଷଘର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସମ୍ପ୍ରତି ରାଜ୍ୟ ସରକାରଙ୍କ ମେଗା ପ୍ରକଳ୍ପରେ ସେତୁ ନିର୍ମାଣ ବିଭାଗ ପକ୍ଷରୁ ଏଠାରେ ରୋଷଘର ନିର୍ମାଣ ପାଇଁ ସବୁଜ ସଂକେତ ଦିଆଯାଇଛି, ଯାହାକୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ସହକାରୀ ଦେବୋତ୍ତର କମିଶନରଙ୍କ ନିକଟରେ ମାମଲା ୪/୨୦୧୩ ବଳବତ୍ତର ରହିଛି। ଏହା ସତ୍ତ୍ୱେ କିପରିି ବିଭାଗ ଏଠାରେ ରୋଷଘର ନିର୍ମାଣ କରିବାକୁ ଯାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri