ମୂଲ୍ୟାୟନ ସୂତ୍ରକୁ ବିରୋଧ

ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ଫଳାଫଳ ମୂଲ୍ୟାୟନ ପାଇଁ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ଯୋଜନାରେ ରହିଥିବା ଅଧିକାଂଶ ଅନୁଚ୍ଛେଦ ଅପ୍ରତ୍ୟାଶିତ ଏବଂ ଏହା ପିଲାମାନଙ୍କ ଭବିଷ୍ୟତ ସମ୍ଭାବନାକୁ କ୍ଷତି ପହଞ୍ଚାଇବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଆବେଦନ ଉପରେ ସୋମବାର ଶୁଣାଣି କରି ଉଭୟ ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ବୋର୍ଡକୁ ମଙ୍ଗଳବାର ସୁଦ୍ଧା ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲିକର ଏବଂ ଦୀନେଶ ମାହେଶ୍ୱରୀଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ବିଚାରାଧୀନ ସମସ୍ତ ପିଟିଶନର ଶୁଣାଣି ମଙ୍ଗଳବାର ହେବ। କେତେକ ପିଟିଶନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବାବେଳେ ଅନ୍ୟ ପିଟିଶନରେ ଉଭୟ ବୋର୍ଡର ମୂଲ୍ୟାୟନ ସୂତ୍ରକୁ ବିରୋଧ କରାଯାଇଛି।
ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଫଳାଫଳ ଲାଗି ମୂଲ୍ୟାୟନ ସୂତ୍ରରେ ସଂଶୋଧନ କରାଯାଇଥିବା ସିବିଏସ୍‌ଇ ଏବଂ ସିଆଇସିଏସ୍‌ଇ କର୍ତ୍ତ୍ୱୃପକ୍ଷ ସୋମବାର ସର୍ବୋଚ୍ଚ ଅଦାଲତଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି। ଛାତ୍ରୀଛାତ୍ରମାନଙ୍କ ଠାରୁ କୌଣସି ପ୍ରତିବାଦ ଆସିଲେ ତାହାର ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉଭୟ ବୋର୍ଡ କହିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ବିବାଦ ସମାଧାନ ପାଇଁ ଏକ ଧାରା ସଂଯୋଗ କରିଛି। ଏହି ଧାରା ଅନୁଯାୟୀ ଫଳାଫଳ ହିସାବକୁ ନେଇ ବିବାଦ ଉପୁଜିଲେ, ଏହାର ସମାଧାନ ଲାଗି ବୋର୍ଡ ଦ୍ୱାରା ନିଯୁକ୍ତ କମିଟିକୁ ପଠାଯିବ। ଫଳାଫଳ ଘୋଷଣା ପରେ ଯଦି ଛାତ୍ରୀଛାତ୍ର ଏଥିରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ପରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଅନ୍‌ଲାଇନ ନାମ ପଞ୍ଜୀକରଣ ସୁବିଧା ଯୋଗାଇ ଦିଆଯିବ। ସୁପ୍ରିମକୋର୍ଟଙ୍କ ଗତ ୧୭ ତାରିଖ ନିର୍ଦ୍ଦେଶ ଅନୁଯାୟୀ ବିବାଦ ସମାଧାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିବିଏସ୍‌ଇ ଘୋଷଣା କରିଥିବା ଚୂଡ଼ାନ୍ତ ଫଳାଫଳରେ ସଂଶୋଧନ ପାଇଁ ଛାତ୍ରୀଛାତ୍ର ଆବେଦନ କଲେ ତାହାର ସମାଧାନ କରାଯିବ। ମହାମାରୀ ସ୍ଥିତିରେ ସୁଧାର ଆସିଲେ ଇଚ୍ଛାଧୀନ ପରୀକ୍ଷା ହେବ। ପରୀକ୍ଷା ତାରିଖ ସମ୍ପର୍କରେ ପୂର୍ବରୁ ଜଣାଇଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କେବଳ ମୁଖ୍ୟ ବିଷୟର ପରୀକ୍ଷା ହେବ। ପରୀକ୍ଷାରେ ପିଲା ରଖିଥିବା ନମ୍ବରକୁ ଚୂଡ଼ାନ୍ତ ଧରାଯିବ ବୋଲି ସିବିଏସ୍‌ଇ ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିବା ସତ୍ୟପାଠରେ କହିଛି। ୨୦୨୧ ଜୁଲାଇ ୩୧ ସୁଦ୍ଧା ଚଳିତ ବର୍ଷର ଦ୍ୱାଦଶ ଫଳାଫଳ ଘୋଷଣା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଫଳକୁ ନେଇ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ପରୀକ୍ଷା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଯେକୌଣସି ସମୟରେ ହେବ ବୋଲି ସିିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ୱାଜ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ଘରୋଇ କିମ୍ବା ଦ୍ୱିତୀୟ ଥର ପରୀକ୍ଷା ଦେଉଥିବା କମ୍ପାର୍ଟମେଣ୍ଟ ପ୍ରାର୍ଥୀଙ୍କ କ୍ଷେତ୍ରରେ ଗତବର୍ଷ ସୁପ୍ରିମକୋର୍ଟ ଅନୁମୋଦନ କରିଥିବା ୨୦୧୯-୨୦ ଶିକ୍ଷାବର୍ଷ ମୂଲ୍ୟାୟନ ନୀତିରେ ଫଳାଫଳ ନିର୍ଦ୍ଧାରଣ କରାଯିବ।
ସେହିପରି ସିଆଇଏସ୍‌ସିଇ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଏହା ମୂଲ୍ୟାୟନ ସୂତ୍ରରେ ସଂଶୋଧନ କରିଛି। ଜୁଲାଇ ୩୧ କିମ୍ବା ଏହା ପୂର୍ବରୁ ଫଳାଫଳ ପ୍ରକାଶ ପାଇବ। ମାର୍କ ହିସାବରେ ତ୍ରୁଟି ଥିଲେ ପିଲା ସମ୍ପୃକ୍ତ ସ୍କୁଲ୍‌କୁ ଲିଖିତ ଆବେଦନ କରିବେ। ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଆବେଦନର ସମୀକ୍ଷା କରିବା ପରେ ଏହାକୁ ବୋର୍ଡକୁ ପଠାଇବେ। ଫଳ ପ୍ରକାଶନର ୭ ଦିନ ମଧ୍ୟରେ ଆବେଦନ ପତ୍ର ବୋର୍ଡରେ ପହଞ୍ଚତ୍ବା ଆବଶ୍ୟକ, ନଚେତ ଏହା ଗ୍ରହଣୀୟ ହେବନାହିଁ। ବୋର୍ଡ କର୍ତ୍ତୃପକ୍ଷ ଆବେଦନପତ୍ରର ସମୀକ୍ଷା କରିବା ପରେ ମାର୍କରେ ସଂଶୋଧନ ଆବଶ୍ୟକ ଅନୁଭବ କଲେ ଏ ନେଇ ସମ୍ପୃକ୍ତ ସ୍କୁଲ୍‌ ମୁଖ୍ୟଙ୍କୁ ଜଣାଇବେ। ବିବାଦ ସମାଧାନ ପାଇଁ ସିଆଇଏସ୍‌ସିଇ ଏକ ଇନ୍‌ହାଉସ୍‌ କମିଟି ଗଠନ କରିବ ବୋଲି ସତ୍ୟପାଠରେ କହିଛି। ସେହିପରି ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ପିଲା ଗୋଟିଏ କିମ୍ବା ଏକାଧିକ ବିଷୟରେ ଲିଖିତ ପରୀକ୍ଷା ଦେବା ପାଇଁ ଆବେଦନ କରିପାରିବେ। ସ୍ଥିତି ସୁଧୁରିଲେ ସେପ୍ଟେମ୍ବର ୧ ପୂର୍ବରୁ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସିଆଇଏସ୍‌ସିଇ କହିଛି। ଉକ୍ତ ଲିଖିତ ପରୀକ୍ଷାରେ ଛାତ୍ରୀଛାତ୍ର ରଖିଥିବା ନମ୍ବରକୁ ସେମାନଙ୍କର ଚୂଡ଼ାନ୍ତ ମାର୍କ ବିବେଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri