ମନ୍ତ୍ରୀଙ୍କ ଭାଷଣକୁ ବିରୋଧ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡାଠାରେ ଶୁକ୍ରବାର ବିଜେଡି ସାଙ୍ଗଠନିକ ସଭା ଓ ପଦଯାତ୍ରା ପ୍ରସ୍ତୁତି ଶିବିର ଅବସରରେ ମନ୍ତ୍ରୀ ପ୍ରତାପ ଦେବ ଦେଇଥିବା ଭାଷଣକୁ ଭାଜପା କଡ଼ା ବିରୋଧ କରିଛି। ପ୍ରତାପ କହିଥିଲେ, ସାଢ଼େ ୪ କୋଟି ଓଡ଼ିଆଙ୍କର ଗୋଟିଏ ପରିଚୟ ଥିଲା ପ୍ରଭୁ ଜଗନ୍ନାଥ। ଏବେ ଆପଣମାନେ ଭାରତ ବର୍ଷର ଯେ କୌଣସି ଜାଗାକୁ ଯିବେ ଏବଂ ଓଡ଼ିଶାରୁ ବୋଲି ପରିଚୟ ଦେବେ, ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମୁହଁରୁ ପ୍ରଥମେ ନବୀନ ପଟ୍ଟନାୟକଙ୍କ ନାଁ ବାହାରିବ।
ଶିଳ୍ପମନ୍ତ୍ରୀ ପ୍ରତାପଙ୍କ ଏପରି ମନ୍ତବ୍ୟକୁ ଭାଜପା ନେତା ସମ୍ବିତ୍‌ ପାତ୍ର ନିନ୍ଦା କରିଛନ୍ତି। ଶନିବାର ଏନେଇ ସେ ଟୁଇଟ୍‌ କରି କହିଛନ୍ତି, ଏହା ଅହଂକାରର ଚରମ ପରିଚୟ। ମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ହିନ୍ଦୁଙ୍କ ଭାବନା ପ୍ରତି ହୀନମନ୍ୟତା ସୃଷ୍ଟି କରିଛନ୍ତି। ସେ ଯାହା କହିଛନ୍ତି କ’ଣ ମୁଖ୍ୟମନ୍ତ୍ରୀଙ୍କ ସହମତି ରହିଛି କି ବୋଲି ସମ୍ବିତ୍‌ ପ୍ରଶ୍ନ କରିଛନ୍ତି। ଯଦି ସହମତ ନାହାନ୍ତି ତା’ହାଲେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ତିରସ୍କାର କରନ୍ତୁ।
ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ ପ୍ରତାପଙ୍କ ଭାଷଣକୁ ନାପସନ୍ଦ କରିବା ସହ କହିଛନ୍ତି, ଏଭଳି ବକ୍ତବ୍ୟ ରଖି ଅହଂକାରର ଶୀର୍ଷରେ ବିଜେଡି ପହଞ୍ଚତ୍ଛି। ଜଗନ୍ନାଥଙ୍କ ବିକଳ୍ପ ଭାବେ ନିଜ ଦଳର ନେତାଙ୍କୁ ଦେଖିବା ଆରମ୍ଭ କରିଛନ୍ତି। ଏହାଠାରୁ କଦର୍ଯ୍ୟ ମାନସିକତା, ଚାଟୁକାରିତା ଆଉ କିଛି ବି ହୋଇ ନ ପାରେ। ଓଡ଼ିଶାବାସୀଙ୍କୁ ଏହାଠାରୁ ବଡ଼ ଅପମାନ ଆଉ କିଛି ହୋଇ ନ ପାରେ ବୋଲି ସେ କହିଛନ୍ତି।
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନତା ମଇଦାନ ସଭାକୁ କାଉଣ୍ଟର ଲାଗି ବରମୁଣ୍ଡାରେ ବିଜେଡି ସମାବେଶ କରିଥିଲା। ଏଥିରେ ଯୋଗଦେଇ ମନ୍ତ୍ରୀ ଦେବ ବିବାଦୀୟ ଭାଷଣ ରଖି ଆଲୋଚନାକୁ ଆସିଛନ୍ତି। ଗୋଟିଏପଟେ ବିଜେଡି ଏଭଳି କାଉଣ୍ଟର ସଭା କରିବା ପଛରେ ଭାଜପା ମୁଖିଆଙ୍କ ଗସ୍ତ ଭୟ ଲୁଚି ରହିଥିବା ନେଇ ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ବିବାଦୀୟ ମନ୍ତବ୍ୟ ଏହାକୁ ତେଜିବାରେ ସହାୟକ ହୋଇଛି। ଅନ୍ୟ ପକ୍ଷରେ ମନ୍ତ୍ରୀ ପ୍ରତାପ ଦେବ ଟୁଇଟ କରି କହିଛନ୍ତି ଯେ ବିରୋଧୀ ଅଯଥା ରାଜନୀତି କରୁଛନ୍ତି। ମୋର ଭାଷଣକୁ କଦର୍ଥ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ବିଷୟରେ ସୂଚନା ଦେଇଥିଲି।

 


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଧଳା ବାଘୁଣୀ ରୁପା ଜନ୍ମ କଲା ପ୍ରଥମ ଶାବକ

ବାରଙ୍ଗ,୧୧।୩(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ରୁପା ଶୁକ୍ରବାର ସକାଳେ ତାର ପ୍ରଥମ ଶାବକ ଜନ୍ମ ଦେଇଛି। ବାଘ ଶାବକର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏବେ ସ୍ବତନ୍ତ୍ର...

ପ୍ରଥମଦିନରେ ରାଜଧାନୀର ୮ କଲେଜରେ ନାମଲେଖା

ଭୁବନେଶ୍ବର,୮ା୭ (ଅନୁରାଧା ମହାରଣା): ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଯୁକ୍ତ୨ ପ୍ରଥମବର୍ଷ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ତେବେ ରାଜଧାନୀର ପ୍ରମୁଖ ୧୫ଟି କଲେଜ ମଧ୍ୟରୁ...

ମୋଦିଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଅକ୍ଷୟ: ପରିବେଶ ସୁରକ୍ଷା, ସ୍ବଚ୍ଛତା ଉପରେ ଗୁରୁତ୍ୱ

ପୁରୀ ଅଫିସ, ୧୭ା୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ମଙ୍ଗଳବାର ପୁରୀରେ ମୋଦିଙ୍କ ଫ୍ୟାନ ଭାବେ ପରିଚିତ ଅକ୍ଷୟ ଜୟସିଂ ନିଆର ଢ଼ଙ୍ଗରେ...

ଗୁଡ୍ଡୁ ମୁସଲିମ୍‌ ପୁରୀ ଆସିଥିବା ଚର୍ଚ୍ଚା

ଭୁବନେଶ୍ୱର,୨୧ା୪ (ବ୍ୟୁରୋ): ଉତ୍ତରପ୍ରଦେଶ ପ୍ରୟାଗରାଜର ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ତଥା ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌...

ଓମିକ୍ରନ ସଂକ୍ରମିତ ଦେଶରୁ ୨ ଦିନରେ ଓଡ଼ିଶା ଆସିଛନ୍ତି ୩୮୦

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ବିଶ୍ୱକୁ ଏବେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭୟ ରହିଥିବା ବେଳେ ଓଡ଼ିଶାକୁ ମଧ୍ୟ ଚିନ୍ତା ଘାରିଛି। ଓମିକ୍ରନ ସଂକ୍ରମଣ ଦେଶରୁ ଓଡ଼ିଶାକୁ...

ରାଜଧାନୀରୁ ସମ୍ବଲପୁରକୁ ଗଡ଼ିବନି ବସ୍‌

ସମ୍ବଲପୁର ଅଫିସ,୨୩ା୧୨: ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ସମ୍ବଲପୁରକୁ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ...

୧୫ ଯାଏ ରାଜ୍ୟସାରା ବର୍ଷା: ୧୪ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର...

ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍‌ଦାନୀ, ଟସର୍‌, ଚିକନ୍‌କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ...

Advertisement
Archives

Model This Week