Posted inଭଦ୍ରକ

କଲେଜ ଫି’ ବୃଦ୍ଧିକୁ ବିରୋଧ: ରାଜପଥ ଅବରୋଧ କଲେ ଛାତ୍ରୀଛାତ୍ର

ଆରଡ଼ି, ୯।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସାଅଁାଳପୁର ନିକଟସ୍ଥ ଆଇଜିଏମ୍‌ କଲେଜରେ ଫି’ ବୃଦ୍ଧି ପ୍ରତିବାଦରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ଏହାକୁ ବିରୋଧ କରି ପ୍ରଥମେ କଲେଜ ପରିସରରେ ହୋହଲ୍ଲା କରିଥିଲେ। ଏହାପରେ ସେମାନେ କଲେଜରୁ ବାହାରି ଆଖଣ୍ଡଳମଣି-ଭଦ୍ରକ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଥିଲା। ଖବର ପାଇ ଧୂଷୁରୀ ଥାନାର ସବଇନ୍ସପେକ୍ଟର ମହାପ୍ରସାଦ ନାୟକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଛାତ୍ର ଓ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ା ଛାତ୍ରୀଛାତ୍ର କଲେଜ ଫି’ କମାଇବାକୁ ଅଡ଼ି ବସିଥିଲେ। ଫଳରେ କଲେଜ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଫି’ ହ୍ରାସ କରିବା ପରେ ଛାତ୍ରୀଛାତ୍ର ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri