Posted inଭଦ୍ରକ

କଲେଜ ଫି’ ବୃଦ୍ଧିକୁ ବିରୋଧ: ରାଜପଥ ଅବରୋଧ କଲେ ଛାତ୍ରୀଛାତ୍ର

ଆରଡ଼ି, ୯।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସାଅଁାଳପୁର ନିକଟସ୍ଥ ଆଇଜିଏମ୍‌ କଲେଜରେ ଫି’ ବୃଦ୍ଧି ପ୍ରତିବାଦରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ଏହାକୁ ବିରୋଧ କରି ପ୍ରଥମେ କଲେଜ ପରିସରରେ ହୋହଲ୍ଲା କରିଥିଲେ। ଏହାପରେ ସେମାନେ କଲେଜରୁ ବାହାରି ଆଖଣ୍ଡଳମଣି-ଭଦ୍ରକ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଥିଲା। ଖବର ପାଇ ଧୂଷୁରୀ ଥାନାର ସବଇନ୍ସପେକ୍ଟର ମହାପ୍ରସାଦ ନାୟକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଛାତ୍ର ଓ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ା ଛାତ୍ରୀଛାତ୍ର କଲେଜ ଫି’ କମାଇବାକୁ ଅଡ଼ି ବସିଥିଲେ। ଫଳରେ କଲେଜ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଫି’ ହ୍ରାସ କରିବା ପରେ ଛାତ୍ରୀଛାତ୍ର ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?