Odisha Elections 2024

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ ଦଳର ସିଂହଭାଗ ନେତା ଓ ନେତ୍ରୀ ଗ୍ରହଣ କରିପାରି ନ ଥିବା ଦେଖିବାକୁ ମିଳିଛି। ଫଳରେ ଗଣଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ, ମହିଳା ଓ ଯୁବନେତା। ପୌର ପରିଷଦର ୧୯ଜଣ କାଉନସିଲର ଓ ରାୟଗଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ବିଜେଡି ପ୍ରାଥମିକ ସଦସ୍ୟତା ଓ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ଏହାର ନକଲ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ଏହା ଏବେ ଅନସୂୟାଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ସମସ୍ତେ ନିଜ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ରାଜ୍ୟ ସମ୍ପାଦକ ଅମିୟ ସ୍ବାଇଁ, ଚନ୍ଦ୍ରକାନ୍ତ ସାମଲ, ବିଜୁ ମହିଳା ଜନତା ଦଳ ଜିଲା ସଭାନେତ୍ରୀ ଶ୍ରମିତା ପାଢ଼ୀ, ବିଜୁ ଯୁବ ଜନତା ଦଳ ଜିଲା ସଭାପତି ଅବିନାଶ ବିଶୋୟୀ ପ୍ରମୁଖ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ସେହିପରି ପୌର ପରିଷଦର ୧୯ଜଣ କାଉନସିଲର ଓ ରାୟଗଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି।
ସ୍ଥାନୀୟ ଏକ ହୋଟେଲରେ ଖବରଦାତା ସମ୍ମିଳନୀ କରି ସମସ୍ତ ପ୍ରାର୍ଥୀ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ପ୍ରାର୍ଥୀ ଚୟନ କ୍ଷେତ୍ରରେ ସ୍ଥାନୀୟ ନେତା, କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ବିନା ମତାମତରେ କେଉଁ ଆଧାରରେ ପ୍ରାର୍ଥୀ ଚୟନ କରାଯାଇଛି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ଏପରିକି ତୃଣମୂଳ ସ୍ତରରେ କାମ କରୁଥିବା କର୍ମୀ ଓ ପୁରୁଖା ନେତାଙ୍କୁ ଅଣଦେଖା କରି ଦଳ ଏଭଳି ପ୍ରାର୍ଥୀ ଚୟନ କରିଛି ବୋଲି ଅଭିଯୋଗ କରାଯାଇଛି।
ପ୍ରାର୍ଥୀ ଘୋଷଣା ପରେ ଦଳର ବରିଷ୍ଠ, ମହିଳା ଓ ଯୁବନେତାମାନେ ଦଳ ଛାଡ଼ିବା ଆଗାମୀ ଦିନରେ ଦଳ ଉପରେ ବିପରୀତ ପ୍ରଭାବ ପକାଇବା ନେଇ ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ଏ ନେଇ ବିଜେଡି ଜିଲା ସଭାପତି ସୁଧୀର ଦାସଙ୍କୁ ପଚାରିବାରୁ ବିଜେଡି ଏକ ଶୃଙ୍ଖଳିତ ଦଳ ଏବଂ ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳରୁ ଇସ୍ତଫା ଦେଇଥିବା ନେତାଙ୍କ ବିଷୟରେ ବିଚାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ଭୋଟ ଦେଲେ ତଥାଗତ

ଢେଙ୍କାନାଳ,୨୫।୫(ରତନ ନାୟାର): ତେଙ୍କାନାଳ ଜିଲାରେ ଶନିବାର ସମସ୍ତ ବୁଥରେ ଭୋଟ ଗ୍ରହଣ ହେଉଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାରେ ୨୦. ୯୨ ପ୍ରତିଶତ ମତଦାନ ହୋଇଛି।...

କେନ୍ଦ୍ରାପଡ଼ାରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ମୋଦି ସରକାର ଆସିଲେ …

କେନ୍ଦ୍ରାପଡ଼ା,୨୫।୫: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ସ୍ମୃତି ଇରାନୀ ବିଜେଡି ଉପରେ ବର୍ଷିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମୋଦି ଚାଷୀଙ୍କୁ ୬ ହଜାର ଦେଲେ, ଏଠି...

ଦେଢ଼ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଲେ ସମ୍ବିତ ପାତ୍ର, କହିଲେ ‘ପ୍ରଥମେ ମତଦାନ, ପରେ ଜଳପାନ’

ପୁରୀ,୨୫।୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେଉଛି। ରାଜ୍ୟର ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ...

ଖରା, ଗୁଳୁଗୁଳି ସତ୍ତ୍ୱେ ଭୋଟରଙ୍କ ଉତ୍ସାହ: ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୫।୫: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଲମ୍ବା ଲାଇନରେ ଛିଡା ହୋଇ ଲୋକେ ନିଜ ମତଦାନ କରୁଛନ୍ତି। ପ୍ରବଳ ଖରା, ଗୁଳୁଗୁଳି ସତ୍ତ୍ୱେ ଉତ୍ସାହର...

୧୫୪, ୧୫୨ ବୁଥରେ ଇଭିଏମ୍‌ ଅଚଳ

ନିରାକାରପୁର,୨୫।୫(ମାନସଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ କ୍ଷେତ୍ରବାସୀ ସରକାରୀ ହାଇସ୍କୁଲରେ ନିର୍ବାଚନ ଚାଲିଥିବା ବେଳେ ୧୫୪ ନମ୍ବର ବୁଥ ୪୫ମିନିଟ ଏବଂ ୧୫୨ ନମ୍ବର...

ମତଦାନ କେନ୍ଦ୍ରରେ ଅଘଟଣ: ଭୋଟ ଦେବାକୁ ଆସିଥିବା ବୃଦ୍ଧାଙ୍କ ଚାଲିଗଲା ଜୀବନ

ଭୁବନେଶ୍ୱର,୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ଭୋଟରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନୟାଗଡ ଜିଲା ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ...

ନିଆଁରେ ଜଳିଗଲା ୧୭ ଦୋକାନ

ଟିଟିଲାଗଡ଼,୨୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଥାନା ଛକ ଫ୍ଲ୍ୟାଏ ଓଭର ବ୍ରିଜ ତଳେ ଥିବା...

ମହାନଦୀରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାମ ଅଧାପନ୍ତରିଆ

ଓଡ଼ଗାଁ,୨୫ା୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲାକୁ ମହାନଦୀରୁ ପିଇବା ପାଣି ଯୋଗାଣ ହେବ। ଏଥିରେ ନୟାଗଡ଼ ସମେତ ରଣପୁର ବ୍ଲକ୍‌ର ଜନସାଧାରଣ ଉପକୃତ ହେବେ। ଏଥିପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri