ଆତ୍ମହତ୍ୟା ନୁହେଁ , ହତ୍ୟା ବୋଲି କହିଲେ ବିରୋଧୀ

ଭୁବନେଶ୍ବର,୨୧।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଙ୍ଗଳବାର ବେକରେ ଫାଶ ଲଗାଇ ଜେଲ ପରିସରରେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହା ହତ୍ୟା ବୋଲି ଅଭିଯୋଗ ଉଠିବା ଆରମ୍ଭ ହୋଇଛି। ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀ ତଥା ଏବକାର ବିଧାୟକ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ଆସୁଥିବାରୁ ଜାଣିଶୁଣି ଗୋବିନ୍ଦଙ୍କୁ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଉଭୟ ଭାଜପା ଏବଂ କଂଗ୍ରେସ ଅଭିଯୋଗ କରୁଛନ୍ତି। ଏହି ଘଟଣାରେ କଂଗ୍ରେସ ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଏହା ସିଧାସଳଖ ହତ୍ୟା ବୋଲି ଭାଜପା କହିଛି। ଅନ୍ୟପଟେ ଏହି ବିଷୟ ଏବେ କୋର୍ଟରେ ଥିବା ଯୋଗୁ ବର୍ତ୍ତମାନ କିଛି କହିବାକୁ ବିଜେଡି ମନା କରିଦେଇଛି।
ଭାଜପା ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି, ଅପରାଧୀମାନଙ୍କୁ ନେଇ ଏ ସରକାର ଚାଲିଛି। ଯିଏ ଅପରାଧ କରେ ତାକୁ ଏଠାରେ ଆଶ୍ରୟ ମିଳେ। ଏହି ସରକାରରେ ସବୁ କିଛି ସମ୍ଭବ। ଏପରି କ୍ଷେତ୍ରରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହାର ତଦନ୍ତ ହେବା ଦରକାର। ଇତିଶ୍ରୀ ଓ ବେବିନା କ୍ଷେତ୍ରରେ ଯାହା ଘଟିଥିଲା, ତା’ର ପୁନରାବୃତ୍ତି ପୁଣି ଓଡ଼ିଶା ମାଟିରେ ହେଲା। ଅର୍ଚ୍ଚନା ନାଗ ମାମଲାରେ ମଧ୍ୟ ସେହିଭଳି କିଛି ଘଟିବ। ଅର୍ଚ୍ଚନା ନାଗ ମଧ୍ୟ ଜେଲରେ ଆତ୍ମହତ୍ୟା କରିବେ। ରାଜ୍ୟରେ ଘଟିଯାଇଥିବା ବଡ଼ ଅପରାଧରେ ଶାସକ ବିଜେଡିର ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତିର ଯଥେଷ୍ଟ ପ୍ରମାଣ ରହିଛି। ନିଜ ନେତା ଓ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସାକ୍ଷୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ରାଜ୍ୟ ସରକାର ପଛାଉନାହାନ୍ତି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମଧ୍ୟ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ମୁଖ୍ୟ ସାକ୍ଷୀଙ୍କୁ ହତ୍ୟା କରାଯାଇଥିଲା ବୋଲି ସ୍ମୃତି କହିଛନ୍ତି।
କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମମିତା ମେହେର ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିଲେ। ପୂର୍ବତନ ମନ୍ତ୍ରୀ ଗୋବିନ୍ଦଙ୍କୁ କିଛିଦିନ ଭିତରେ ମୁକ୍ତ କରି ଦେବେ ବୋଲି କଥା ଦେଇଥିଲେ। ହେଲେ ଶେଷରେ ତାଙ୍କ ହାତ ଛାଡ଼ିଦେିଛନ୍ତି। ଯେତେବେଳେ ମୁକ୍ତି ପାଇବାର ବାଟ ବନ୍ଦ ଥିବା ଦେଖିଲେ ଗୋବିନ୍ଦ ପ୍ରବଳ ମାନସିକ ଚାପରେ ଥିଲେ। ଅପରପକ୍ଷରେ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଗୋବିନ୍ଦଙ୍କୁ ଜେଲରେ ଜ୍ୱାଇଁପୁଅ ଭାବେ ଚର୍ଚ୍ଚା ମଧ୍ୟ ମିଳୁଥିଲା। ତେଣୁ ଗୋବିନ୍ଦ ସାହୁ ଆତ୍ମହତ୍ୟା କଲା ବେଳେ ଜେଲ କର୍ମଚାରୀମାନେ କେମିତି ଦେଖିପାରିଲେ ନାହିଁ। ଗୋବିନ୍ଦଙ୍କ ମୃତ୍ୟୁ ଘଟିବାରୁ ମମିତା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ତାଙ୍କ ମୃତ୍ୟୁ ପଛରେ ନିଶ୍ଚିତ ଭାବେ ଗୋଟିଏ ବଡ଼ ଷଡ଼ଯନ୍ତ୍ର ଥିବା ସନ୍ଦେହ ହେଉଛି। ଏହା ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଥାଇପାରେ। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସାଲୁଜା ଦାବି କରିଛନ୍ତି। ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଗୋବିନ୍ଦ ସାହୁ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ମାରି ଦିଆଯାଇଛି।
ଅନ୍ୟପଟେ ବିଜେଡି ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, ଏହି ବିଷୟ ଏବେ କୋର୍ଟରେ ବିଚାରାଧୀନ ଅବସ୍ଥାରେ ଅଛି। ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଘଟଣା କୋର୍ଟରେ ରହିଛି। ସେ କାହିଁକି ଆତ୍ମହତ୍ୟା କଲେ ତା’ର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କିଛି ଜଣାପଡ଼ିବ ନାହିଁ। ତା’ର ତଦନ୍ତ ଚାଲିଛି। ତେଣୁ ଏବେଠାରୁ କିଛି କହିବା ଠିକ୍‌ ହେବ ନାହିଁ ବୋଲି ଶତପଥୀ କହିଛନ୍ତି। ସୂଚନାଯୋଗ୍ୟ, ଗୋବିନ୍ଦ ସାହୁ ମଙ୍ଗଳବାର ସକାଳେ ଜେଲ ପରିସରରେ ବେକରେ ଗାମୁଛା ବାନ୍ଧି ଏକ ଗଛରୁ ଝୁଲିପଡ଼ିଥିଲେ ବୋଲି କୁହାଯାଉଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ କେବଳ ଜେଲ ଓ୍ବାର୍ଡରଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ପୋଲିସ ମହାନିର୍ଦ୍ଦେଶକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?