ଆତ୍ମହତ୍ୟା ନୁହେଁ , ହତ୍ୟା ବୋଲି କହିଲେ ବିରୋଧୀ

ଭୁବନେଶ୍ବର,୨୧।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଙ୍ଗଳବାର ବେକରେ ଫାଶ ଲଗାଇ ଜେଲ ପରିସରରେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହା ହତ୍ୟା ବୋଲି ଅଭିଯୋଗ ଉଠିବା ଆରମ୍ଭ ହୋଇଛି। ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀ ତଥା ଏବକାର ବିଧାୟକ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ଆସୁଥିବାରୁ ଜାଣିଶୁଣି ଗୋବିନ୍ଦଙ୍କୁ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଉଭୟ ଭାଜପା ଏବଂ କଂଗ୍ରେସ ଅଭିଯୋଗ କରୁଛନ୍ତି। ଏହି ଘଟଣାରେ କଂଗ୍ରେସ ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଏହା ସିଧାସଳଖ ହତ୍ୟା ବୋଲି ଭାଜପା କହିଛି। ଅନ୍ୟପଟେ ଏହି ବିଷୟ ଏବେ କୋର୍ଟରେ ଥିବା ଯୋଗୁ ବର୍ତ୍ତମାନ କିଛି କହିବାକୁ ବିଜେଡି ମନା କରିଦେଇଛି।
ଭାଜପା ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି, ଅପରାଧୀମାନଙ୍କୁ ନେଇ ଏ ସରକାର ଚାଲିଛି। ଯିଏ ଅପରାଧ କରେ ତାକୁ ଏଠାରେ ଆଶ୍ରୟ ମିଳେ। ଏହି ସରକାରରେ ସବୁ କିଛି ସମ୍ଭବ। ଏପରି କ୍ଷେତ୍ରରେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହାର ତଦନ୍ତ ହେବା ଦରକାର। ଇତିଶ୍ରୀ ଓ ବେବିନା କ୍ଷେତ୍ରରେ ଯାହା ଘଟିଥିଲା, ତା’ର ପୁନରାବୃତ୍ତି ପୁଣି ଓଡ଼ିଶା ମାଟିରେ ହେଲା। ଅର୍ଚ୍ଚନା ନାଗ ମାମଲାରେ ମଧ୍ୟ ସେହିଭଳି କିଛି ଘଟିବ। ଅର୍ଚ୍ଚନା ନାଗ ମଧ୍ୟ ଜେଲରେ ଆତ୍ମହତ୍ୟା କରିବେ। ରାଜ୍ୟରେ ଘଟିଯାଇଥିବା ବଡ଼ ଅପରାଧରେ ଶାସକ ବିଜେଡିର ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତିର ଯଥେଷ୍ଟ ପ୍ରମାଣ ରହିଛି। ନିଜ ନେତା ଓ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସାକ୍ଷୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ରାଜ୍ୟ ସରକାର ପଛାଉନାହାନ୍ତି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମଧ୍ୟ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ମୁଖ୍ୟ ସାକ୍ଷୀଙ୍କୁ ହତ୍ୟା କରାଯାଇଥିଲା ବୋଲି ସ୍ମୃତି କହିଛନ୍ତି।
କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମମିତା ମେହେର ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିଲେ। ପୂର୍ବତନ ମନ୍ତ୍ରୀ ଗୋବିନ୍ଦଙ୍କୁ କିଛିଦିନ ଭିତରେ ମୁକ୍ତ କରି ଦେବେ ବୋଲି କଥା ଦେଇଥିଲେ। ହେଲେ ଶେଷରେ ତାଙ୍କ ହାତ ଛାଡ଼ିଦେିଛନ୍ତି। ଯେତେବେଳେ ମୁକ୍ତି ପାଇବାର ବାଟ ବନ୍ଦ ଥିବା ଦେଖିଲେ ଗୋବିନ୍ଦ ପ୍ରବଳ ମାନସିକ ଚାପରେ ଥିଲେ। ଅପରପକ୍ଷରେ ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଗୋବିନ୍ଦଙ୍କୁ ଜେଲରେ ଜ୍ୱାଇଁପୁଅ ଭାବେ ଚର୍ଚ୍ଚା ମଧ୍ୟ ମିଳୁଥିଲା। ତେଣୁ ଗୋବିନ୍ଦ ସାହୁ ଆତ୍ମହତ୍ୟା କଲା ବେଳେ ଜେଲ କର୍ମଚାରୀମାନେ କେମିତି ଦେଖିପାରିଲେ ନାହିଁ। ଗୋବିନ୍ଦଙ୍କ ମୃତ୍ୟୁ ଘଟିବାରୁ ମମିତା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ତାଙ୍କ ମୃତ୍ୟୁ ପଛରେ ନିଶ୍ଚିତ ଭାବେ ଗୋଟିଏ ବଡ଼ ଷଡ଼ଯନ୍ତ୍ର ଥିବା ସନ୍ଦେହ ହେଉଛି। ଏହା ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଥାଇପାରେ। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସାଲୁଜା ଦାବି କରିଛନ୍ତି। ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଗୋବିନ୍ଦ ସାହୁ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ମାରି ଦିଆଯାଇଛି।
ଅନ୍ୟପଟେ ବିଜେଡି ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, ଏହି ବିଷୟ ଏବେ କୋର୍ଟରେ ବିଚାରାଧୀନ ଅବସ୍ଥାରେ ଅଛି। ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଘଟଣା କୋର୍ଟରେ ରହିଛି। ସେ କାହିଁକି ଆତ୍ମହତ୍ୟା କଲେ ତା’ର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କିଛି ଜଣାପଡ଼ିବ ନାହିଁ। ତା’ର ତଦନ୍ତ ଚାଲିଛି। ତେଣୁ ଏବେଠାରୁ କିଛି କହିବା ଠିକ୍‌ ହେବ ନାହିଁ ବୋଲି ଶତପଥୀ କହିଛନ୍ତି। ସୂଚନାଯୋଗ୍ୟ, ଗୋବିନ୍ଦ ସାହୁ ମଙ୍ଗଳବାର ସକାଳେ ଜେଲ ପରିସରରେ ବେକରେ ଗାମୁଛା ବାନ୍ଧି ଏକ ଗଛରୁ ଝୁଲିପଡ଼ିଥିଲେ ବୋଲି କୁହାଯାଉଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ କେବଳ ଜେଲ ଓ୍ବାର୍ଡରଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ପୋଲିସ ମହାନିର୍ଦ୍ଦେଶକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଯୋଗଦେଲେ ରାଜନାରାୟଣ ମହାପାତ୍ର

ଭୁବନେଶ୍ୱର,୧୭ା୪(ଅନିଲ ଦାସ)- ଯାଜପୁର ଜିଲା ଅନ୍ତର୍ଗତ ବଡ଼ଚଣା ନିର୍ବାଚନମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ...

Featured Video Play Icon

ରୁକୁଣା ରଥ କାହିଁକି ଅଣଲେଉଟା କହିଲେ ସେବାୟତ

ଭୁବନେଶ୍ୱର: ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

‘ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ନବୀନ’: ବିରୋଧୀ

ଭୁବନେଶ୍ୱର,୧୭।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ତେବେ ଏହାକୁ ନେଇ ବିରୋଧୀ ଦଳ ସମାଲୋଚନା କରିଛନ୍ତି ।...

ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି...

କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍‌, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!

ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ...

କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି, ଆହୁରି ୨ ରୁ ୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର, ୧୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବାୟୁମଣ୍ଡଳର ନିମ୍ନଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri