Advertisement
Posted inଜାତୀୟ

ଦେଶର ହିତ ପାଇଁ ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ରାହୁଲଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୨୧।୧୨ : ସମଗ୍ର ବିଶ୍ୱରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି। ନୂତନ ମାମଲା ଉପରେ ନଜର ରଖିବାକୁ ଏବଂ ଜିନୋମ ସିକ୍ୱେନ୍ସିଂକୁ ବୃଦ୍ଧି କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କହିଛନ୍ତି। ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟଙ୍କ ଏକ ଚିଠି ସାମ୍ନାକୁ ଆସିଛି ଯାହା ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସେ ଲେଖିଛନ୍ତି।

ଏଥିରେ ଭାରତ ଯୋଡା ଯାତ୍ରାରେ କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ ଉଭୟ ନେତାଙ୍କୁ ନିବେଦନ କରାଯାଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ ଯଦି ଏହା ସମ୍ଭବ ନୁହେଁ, ତେବେ ଦେଶର ହିତ ପାଇଁ ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବା ଉଚିତ।

ସେ ଚିଠିରେ କହିଛନ୍ତି ଯେ, କରୋନାଭାଇରସ ମହାମାରୀ ଏକ ସାଧାରଣ ଜରୁରୀକାଳୀନ ପରିସ୍ଥିତି ହୋଇଥିବାରୁ ଭାରତ ଯୋଡା ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ଜୟନ୍ତୀରେ ଭାଜପାକୁ ଟାର୍ଗେଟ କଲେ ସୋନିଆ: ଗାନ୍ଧୀଙ୍କ ନାମ ନେବା ସହଜ,ତାଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବା କଷ୍ଟକର

ନୂଆଦିଲ୍ଲୀ୨।୧୦: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବୁଧବାର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସମଗ୍ର ଭାରତରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ...

ଶହୀଦ ଯବାନଙ୍କ ବଳିଦାନକୁ ଭୁଲିବ ନାହିଁ ଦେଶ: ରାଜନାଥ ସିଂ

ନୂଆଦିଲ୍ଲୀ,୧୭।୬: ଗଲଓ୍ବାନ ଉପତ୍ୟକାରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୦ ।୯: ପାର୍ଲାମେଣ୍ଟରେ ରବିବାର କୃଷି ସହ ଜଡିତ ୩ ବିଧେୟକ ଉପରେ ଅନ୍ତିମ ମୋହର ଲାଗିଯାଇଛି । ବିପକ୍ଷଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସଭାରେ...

ଟିଏମ୍‌ସିରେ ସାମିଲ ହୋଇପାରନ୍ତି ଶତ୍ରୁଘ୍ନ ସିହ୍ନା

କୋଲକାତା,୧୬।୭: ୟଶବନ୍ତ ସିହ୍ନାଙ୍କ ପରେ ଆଉ ଜଣେ ରାଷ୍ଟ୍ରୀୟ ନେତା ଶତ୍ରୁଘ୍ନ ସିହ୍ନା ଖୁବ୍‌ଶୀଘ୍ର କଂଗ୍ରେସର ହାତଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ସାମିଲ ହୋଇପାରନ୍ତି। ଶତ୍ରୁଘ୍ନଙ୍କ ସହ...

ହେମନ୍ତଙ୍କ ବୋଟ୍‌ ପିକ୍‌ନିକ୍‌କୁ ଭାଜପାର ସମାଲୋଚନା

ନୂଆଦିଲ୍ଲୀ,୨୯।୮ : ଖଣି ଲିଜ୍‌ ମାମଲାରେ ସମ୍ପୃକ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ଲାଗି ନିର୍ବାଚନ କମିଶନ ସୁପାରିସ କରିଥିବାବେଳେ ରାଜ୍ୟପାଳଙ୍କ...

ଜ୍ୱାଇଁଙ୍କ ସହ ଫେରାର ହେଲେ ଶାଶୁ

ଚଣ୍ଡିଗଡ,୮।୭: ପଞ୍ଜାବର କାପୁରଥାଲା ଜିଲାର ଏକ ଗାଁରେ ୪୦ ବର୍ଷୀୟା ମହିଳା ତାଙ୍କ ଜ୍ୱାଇଁଙ୍କ ସହ ଫେରାର ହୋଇଯାଇଛନ୍ତି। ମହିଳାଙ୍କ ଝିଅର ବିବାହ ହେବାର ମାତ୍ର...

ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ହେଉଛି ଗତିରୋଧ: ମୋଦି

ଧର୍ମଶାଳା,୭।୧୧: ପୁଞ୍ଜି ନିବେଶ କ୍ଷେତ୍ରରେ ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ଗତିରୋଧ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳାରେ...

ମିଶନ ଆଦିତ୍ୟ: ଦେଢ଼ ନିୟୁତ କିମି ଅତିକ୍ରମ କରିବ ଆଦିତ୍ୟ ଏଲ୍‌-୧

ନୂଆଦିଲ୍ଲୀ,୮।୩: ଭାରତ ସରକାର ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ମିଶନ ଆଦିତ୍ୟ ଆରମ୍ଭ କରିଛନ୍ତି। ଏନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକ...

Advertisement
Archives

Model This Week