Posted inଜାତୀୟ

ବିରୋଧି ଦଳ ୨୦୨୪ ନୁହେଁ ୨୦୨୯ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ, ଜାଭଡେକରଙ୍କ ପରାମର୍ଶ …

ମୁମ୍ବାଇ, ୩୦।୮ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ବିରୋଧୀଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ ଦେଶର ଲୋକଙ୍କ ପାଇଁ ସେ କରୁଥିବା କାର୍ଯ୍ୟକୁ ବୁଝିବା ଉଚିତ। ତେଣୁ ବିରୋଧୀଙ୍କୁ ମୁଁ ପରାମର୍ଶ ଦେଉଛି ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଚିନ୍ତା ନ କରି ୨୦୨୯ ପାଇଁ ବିଚାର ବିମର୍ଷ କରିବା ଉଚିତ।

ମହାରାଷ୍ଟ୍ରର ଥାଣେରେ ଏକ ଭାଜପା କାର୍ଯ୍ୟକ୍ରମରେ ମୋଦିଙ୍କ ୨୦ ବର୍ଷ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରକାଶ ଜାଭଡେକର କହିଛନ୍ତି ଯେ ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶର ପରିବେଶ ବଦଳି ଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ଦିନ ଛୁଟି ନେଇନାହାଁନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭିନ୍ନ ଚିନ୍ତାଧାରା ଏବଂ କାର୍ଯ୍ୟକ୍ରମ ସହିତ ଆସିଛନ୍ତି, ସିଧାସଳଖ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ଶାସନରେ ସ୍ବଚ୍ଛତା ଆଣିଛନ୍ତି।

ସେ କହିଛନ୍ତି ଯେ ମୋଦିଙ୍କ କାର୍ଯ୍ୟକୁ ଲୋକମାନେ ପସନ୍ଦ କରୁଥିବାରୁ ଭାଜପା ବାରମ୍ବାର ନିର୍ବାଚନରେ ସଫଳତା ହାସଲ କରୁଛି। ଗତ ୨୦ ବର୍ଷ ମଧ୍ୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ମୋଦି ଥରେ ମଧ୍ୟ ଅସୁସ୍ଥ ନ ହୋଇ ନିରନ୍ତର କାର୍ଯ୍ୟ କରୁଛନ୍ତି।

ହର ଘର ତିରଙ୍ଗା ଅଭିଯାନ ମାଧ୍ୟମରେ ଦେଶରେ ଦେଶପ୍ରେମର ପରିବେଶ ସୃଷ୍ଟି ହୋଇଥିଲା। ଭିଆଇପି ସଂସ୍କୃତି ଏବେ ଅତୀତ ହୋଇସାରିଛି। ୨୦୧୪ରେ ଏକ ଏଲଇଡି ବଲ ପାଇଁ ଭାରତୀୟଙ୍କୁ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ, ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହା ୭୦ ଟଙ୍କାରେ ଉପଲବ୍ଧ ହେଉଛି।

ଭାଜପା ବିଶ୍ୱର ସବୁଠୁ ବଡ ଦଳ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଯୋଗୁ ତାଙ୍କ ଦଳରେ ବର୍ତ୍ତମାନ ୧୧ କୋଟି ସଦସ୍ୟ ଅଛନ୍ତି। ସେ କହିଛନ୍ତି ଯେ ଘର, ଜଳ, ଖାଦ୍ୟ ଶସ୍ୟ, ରନ୍ଧନ ଗ୍ୟାସ, ଘରେ ଶୌଚାଳୟ ଯୋଗାଇବା ଏବଂ ଅଭାବୀ ଲୋକଙ୍କୁ ମାଗଣା ଚିକିତ୍ସା ଭଳି ମୋଦିଙ୍କ ବ୍ୟାପକ ନିଷ୍ପତ୍ତି ସାଧାରଣ ନାଗରିକଙ୍କ ପ୍ରତି ତାଙ୍କର ଚିନ୍ତାକୁ ଦର୍ଶାଉଛି। ଏହି କାରଣରୁ ଅନେକ ଗୃହିଣୀ ଭାଜପା କର୍ମୀ ହୋଇପାରିଛନ୍ତି ବୋଲି ଜାଭଡେକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri