Posted inଜାତୀୟ

ସରକାର ବଞ୍ଚାଇବାକୁ ଉଦ୍ୟମ: ରାୟପୁର ଗସ୍ତରେ ବିଧାୟକ

ରାଞ୍ଚି,୩୦।୮: ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ମୁଖ୍ୟ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବା ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। କିନ୍ତୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ସ୍ବୀକୃତି ଦେଇନାହାଁନ୍ତି। ଇତିମଧ୍ୟରେ ନିଜ ସରକାରକୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ମଙ୍ଗଳବାର ଅପରାହ୍ନରେ ମେଣ୍ଟ ବିଧାୟକମାନଙ୍କ ସହ ସୋରେନ ରାଞ୍ଚି ଏୟାରପୋର୍ଟରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ହେମନ୍ତ ସୋରେନ ବିଧାୟକଙ୍କ ସହ ୨ଟି ବସ୍‌କୁ ନେଇ ଏୟାରପୋର୍ଟକୁ ଯାଇଥିଲେ। ସେଠାରୁ ସମସ୍ତ ବିଧାୟକ ରାୟପୁର ଗସ୍ତ କରିବେ। ତେବେ ମୁଖ୍ୟମନ୍ତ୍ରୀ ରାୟପୁର ଯାଇ ନ ଥିବା ବେଳେ ସେ କେବଳ ବିଧାୟକଙ୍କ ସହ ବିମାନବନ୍ଦରକୁ ଯାଇଥିବା ଜଣାପଡ଼ିଛି। ଏହି ସମୟରେ ସୋରେନ କହିଛନ୍ତି, ‘ଆମେ ପ୍ରତ୍ୟେକ ଅସୁବିଧାର ସମ୍ମୁଖୀନ କରିବୁ। କୌଣସି ଅପ୍ରିତିକର ଘଟଣା ଘଟିବ ନାହିଁ। ଆମେ ସବୁକିଛି ପାଇଁ ପ୍ରସ୍ତୁତ, ପରିସ୍ଥିତି ଆମ ନିୟନ୍ତ୍ରଣରେ ରହିଛି ବୋଲି ସୋରେନ କହିଛନ୍ତି। ସମସ୍ତ ବିଧାୟକ ରାୟପୁରର ମେଫେୟାର ରିସର୍ଟକୁ ଯାଉଛନ୍ତି। ରିସର୍ଟ ବାହାରେ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେଫେୟାର ରିସର୍ଟରେ ସମସ୍ତ ୪୭ରୁମ ବୁକ ହୋଇଛି ଏବଂ ସମସ୍ତ ବିଧାୟକ ସନ୍ଧ୍ୟା ୭ଟାରେ ରାୟପୁରରେ ପହଞ୍ଚିବେ। ଅନ୍ୟପଟେ ସେପ୍ଟେମ୍ବର ୧ରେ ରାଞ୍ଚିରେ ଅପରାହ୍ନ ୪ଟାରେ କ୍ୟାବିନେଟ ବୈଠକ ଡକାଯାଇଛି ବୋଲି ସୋରେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ କୃଷି ଆଇନ ଖାରଜ ପାଇଁ ଅଣାଯିବ ବିଲ୍‌

ନୂଆଦିଲ୍ଲୀ,୨୨।୧୧: ୩ ବିବାଦୀୟ କୃଷି ଆଇନକୁ ଖାରଜ କରିବା ପାଇଁ ଏକ ବିସ୍ତୃତ ବିଲ ଅଣାଯିବ। କେନ୍ଦ୍ର ସରକାର ଏହି ବଲ୍‌କୁ ପ୍ରସ୍ତୁତ ହେବା ପରେ...

ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୧୨: ପାର୍ଲାମେଣ୍ଟ ଉପରେ ହୋଇଥିବା ଆକ୍ରମଣକୁ ୨୦ ବର୍ଷ ପୂରଣ ହୋଇଛି। ୨୦ ବର୍ଷ ତଳେ ୨୦୦୧ ଡିସେମ୍ବର ୧୩ରେ ଆତଙ୍କବାଦୀଙ୍କ ଦ୍ୱାରା ପାର୍ଲାମେଣ୍ଟ ଉପରେ...

ଘର ବାହୁଡା ହୋଇପାରନ୍ତି ଶିବପାଲ

ଲକ୍ଷ୍ନୌ,୨୦।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି କି ତାଙ୍କ ଦାଦା ଶିବପାଲ ଯାଦବ ପୁଣିଥରେ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଫେରିପାରନ୍ତି। କାରଣ...

୩ ଲଶ୍କର ଆତଙ୍କବାଦୀଙ୍କ ସହଯୋଗୀ ଗିରଫ, ପାଖରୁ ମିଳିଲା ଚାଇନା ପିସ୍ତଲ…

ଶ୍ରୀନଗର, ୨୨।୬ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ସୁରକ୍ଷାକର୍ମୀ ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର...

ମୁଁ ହିଁ ଦଳର ସ୍ଥାୟୀ ଅଧ୍ୟକ୍ଷ: ଅସନ୍ତୁଷ୍ଟଙ୍କୁ ସୋନିଆଙ୍କ ଉତ୍ତର

ନୂଆଦିଲ୍ଲୀ,୧୬ ।୧୦: କଂଗ୍ରେସ ଦଳରେ ସ୍ଥାୟୀ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ଆଲୋଚନା ସମାଲୋଚନା ଉପରେ ଫୁଲଷ୍ଟପ ଲଗାଇଛନ୍ତି ବର୍ତ୍ତମାନର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଉର ରହମାନ ଲଖଭିଙ୍କୁ ଟେରର ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ

ଇସ୍‌ଲାମାବାଦ,୮ ।୧: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର-ଇ-ତୋଏବାର କମାଣ୍ଡର ଜକିଉର ରହମାନ ଲଖଭିଙ୍କୁ ପାକିସ୍ତାନର ଏକ କୋର୍ଟ ଟେରର ପଣ୍ଡିଂ ମାମଲାରେ ୧୫...

ଅତିଫ, ଅଶ୍ରଫ ହତ୍ୟା ଘଟଣାର ତଦନ୍ତ ପାଇଁ କମିଟି ଗଠନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୪:ଗ୍ୟାଙ୍ଗଷ୍ଟର ଅତିଫ ଏବଂ ଅଶ୍ରଫଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ ଯାଞ୍ଚ କମିଟି ଗଠନ ପାଇଁ ଏକ ଆବେଦନ...

ନିଜକୁ ବଳି ଦେଲେ ସ୍ତ୍ରୀ-ସ୍ବାମୀ: କଟାମୁଣ୍ଡ ଯଜ୍ଞବେଦୀରେ ପଡ଼ିଲା…

ରାଜକୋଟ,୧୭।୪ : ଗୁଜରାଟର ରାଜକୋଟରୁ ଏକ ହୃଦୟ ବିଦାରକ ଖବର ଆସିଛି। ଭିଞ୍ଛିଆ ଗ୍ରାମରେ ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ନିଜ ଚାଷ ଜମିରେ...

Advertisement
Archives

Model This Week