ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଘେରିଲେ ବିରୋଧୀ

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ବିଧାନସଭା ମୌସୁମୀ ଅଧିବଶେନର ଗୁରୁବାର ତୃତୀୟ ଦିବସରେ ବିଦ୍ୟୁତ୍‌ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଗୃହରେ ବିଦ୍ୟତ୍‌ ବିଲ୍‌ ସମ୍ପର୍କିତ ମୁଲତବୀ ନୋଟିସର ଆଲୋଚନା ବେଳେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିଲେ। ୟୁନିଟ୍‌ ପିଛା ୨୦ ପଇସା ଦରବୃଦ୍ଧି ନେଇ ଓଇଆର୍‌ସିର ନିଷ୍ପତ୍ତିକୁ ଉଭୟ ଭାଜପା ଓ କଂଗ୍ରେସ ନିନ୍ଦା କରିବା ସହ କୋଭିଡ୍‌ ସମୟରେ ଏହା ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି କହିଥିଲେ। ବିଜୁଳି ଦର ବଢିବା ସପକ୍ଷରେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୁକ୍ତି ରଖୁଥିବାବେଳେ ଭାଜପା ଏହାକୁ ଜନସ୍ବାର୍ଥ ବିରୋଧୀ ବୋଲି କହିଥିଲା। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଭାଜପା ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ଶକ୍ତିମନ୍ତ୍ରୀ ନିଜ ବିବୃତିରେ କହିଥିଲେ, ସବୁ କ୍ଷେତ୍ରରେ ବହୁ ତର୍ଜମା ପରେ ଦୀର୍ଘ ୭ବର୍ଷ ପରେ ଦରବୃଦ୍ଧି କରାଯାଇଛି।
୨୦୧୩-୧୪ରେ ଶେଷଥର ପାଇଁ ବିଦ୍ୟୁତ୍‌ ଦର ବୃଦ୍ଧି ହୋଇଥିଲା। କୃଷକ ଓ ବିପିଏଲ୍‌ ପରିବାର ପାଇଁ ଏହି ଦରବୃଦ୍ଧି ହୋଇନାହିଁ। ମାସିକ ୫୦ୟୁନିଟରୁ ଅଧିକ ଖର୍ଚ୍ଚ କରୁଥିବା ଉପଭୋକ୍ତାମାନେ ବର୍ଦ୍ଧିତ ଦର ଦେବେ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ରାଜ୍ୟ ଅପେକ୍ଷା ଆମର ଦର କମ୍‌ ରହିଛି। ଏହି ଅବସରରେ ମନ୍ତ୍ରୀ କେନ୍ଦ୍ରୀୟ ସଂସ୍ଥା ଏନ୍‌ଟିପିସି, ଏନ୍‌ଏଚ୍‌ପିସି, ପିଜିସିଆଇଏଲ୍‌ ଗତ ୪ବର୍ଷ ମଧ୍ୟରେ ବୃଦ୍ଧି କରିଥିବା ବିଜୁଳି ଦରର ଉଦାହରଣ ଦେଇଥିଲେ। କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ ଶକ୍ତି କ୍ଷେତ୍ରରେ ଆର୍ଥିକ ଦୁଃସ୍ଥିତି ଦେଖାଦେଇଛି। ଗ୍ରୀଡ୍‌କୋର ଆର୍ଥିକ ନିଅଣ୍ଟ ଭରଣା ଉଦ୍ଦେଶ୍ୟରେ ବିଦ୍ୟୁତ୍‌ ଶୁଳ୍କକୁ ୪% ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଭାଜପା ବିଧାୟକ ମୋହନ ଚରଣ ମାଝି କହିଥିଲେ, ସରକାର ନିଜକୁ ବଞ୍ଚାଇବାକୁ ଗରିବଙ୍କ ତଣ୍ଟିଚିପି ମାରିଦେବାକୁ ଚାହୁଁଛନ୍ତି। କୋଭିଡ୍‌ ସମୟରେ ଲୋକେ ଜୀବନ ଜୀବିକା ହରାଇଥିବାବେଳେ ସରକାର କଟା ଘା’ରେ ଚୂନ ଦେଉଛନ୍ତି। କୌଣସି କାରଣ ଓ ଆବଶ୍ୟକତା ନ ଥାଇ ସରକାର ଦେୟ ବଢାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ରାଜ୍ୟର ୪ଟି ବିଦ୍ୟୁତ୍‌ ବିତରଣ କମ୍ପାନୀ ଉପରେ ସରକାରଙ୍କ ୫୯୬୩ କୋଟି ୨୧ ଲକ୍ଷ ଟଙ୍କା ବକେୟା ଅଛି। ସେହିଭଳି ରାଜ୍ୟର ବଡ଼ ବଡ଼ ୨୬ଟି ଶିଳ୍ପ ସଂସ୍ଥା ଉପରେ ୨,୯୪୯ କୋଟି ୬୬ଲକ୍ଷ ଟଙ୍କାର ଦେୟ ବାକିପଡ଼ିଛି। ହେଲେ ସରକାର ସେମାନଙ୍କଠାରୁ ଅର୍ଥ ଆଦାୟ ନ କରି ଗରିବ ଲୋକଙ୍କୁ ଲୁଟିବାକୁ ଚାହୁଁଛନ୍ତି। ଏହାବାଦ୍‌ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକୁ ୮୪ କୋଟି ଟଙ୍କାର ରିହାତି ଦିଆଯାଇଛି। ଏହାପରେ ବି ସରକାର ଦେୟ ବଢାଉଛନ୍ତି। ଗୋଟିଏପଟେ ନିଜକୁ ବିଦ୍ୟୁତ୍‌ ବଳକା ରାଜ୍ୟ କହି ଅନ୍ୟ ରାଜ୍ୟକୁ ବିଦ୍ୟୁତ୍‌ ବିକ୍ରି କରୁଛନ୍ତି। ୩ ଟଙ୍କା ୨୧ପଇସାରେ ଅନ୍ୟ ରାଜ୍ୟକୁ ବିକ୍ରିକରି ଆବଶ୍ୟକ ସମୟରେ କିଣିବାବେଳେ ୩ଟଙ୍କା ୮୧ ପଇସାରେ କିଣୁଛନ୍ତି। ଶସ୍ତାରେ ବିକ୍ରିକରି ମହଙ୍ଗାରେ କିଣିବାର ଅର୍ଥ କ’ଣ ବୋଲି ସେ ପଚାରିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓଡ଼ିଶା ଉଚ୍ଚା ଦରରେ ଏନ୍‌ଟିପିସି ଓ ଅନ୍ୟ ରାଜ୍ୟଠାରୁ କ’ଣପାଇଁ ବିଦ୍ୟୁତ୍‌ କିଣୁଛି ବୋଲି ପ୍ରଶ୍ନ କରିଥିଲେ। ରାଜ୍ୟ ସରକାର ମାତ୍ର ୩ଟି ରାଜ୍ୟର ଉଦାହରଣ ଦେଇ ସେମାନଙ୍କଠାରୁ ଆମର ବିଦ୍ୟୁତ ଦର କମ୍‌ ବୋଲି କହୁଛନ୍ତି। ହେଲେ ବାକି ୨୬ଟି ରାଜ୍ୟ କଥା ସରକାର କୁହନ୍ତୁ ବୋଲି ସାଲୁଜା କହିଥିଲେ।
ଭାଜପା ବିଧାୟକ ନିତ୍ୟାନନ୍ଦ ଗଣ୍ଡ କରୋନା ମହାମାରୀ ସମୟରେ ବିଦ୍ୟୁତ ଦେୟ ବଢିବା ନିନ୍ଦନୀୟ ବୋଲି କହିଥିଲେ। ରାଜ୍ୟ ସରକାର ଏଠି ଝିଣ୍ଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରୁଛନ୍ତି। ଭିତ୍ତିଭୂମି ନ ସଜାଡ଼ି ବାରମ୍ବାର ଦର ବୃଦ୍ଧି କରାଯାଉଥିବା ସେ ଅଭିଯୋଗ ଆଣିଥିଲେ। ସେହିଭଳି ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ କହିଥିଲେ, ବିପିଏଲ୍‌ ଏବଂ ଚାଷୀମାନଙ୍କ ପାଇଁ ଏହି ଦେୟ ବୃଦ୍ଧି ହୋଇ ନ ଥିବା ରାଜ୍ୟ ସରକାର କହୁଛନ୍ତି। ଓଡ଼ିଶାରେ ୯୩ଲକ୍ଷ ବିପିଏଲ୍‌ ପରିବାର ଥିବାବେଳେ ଅଧିକାଂଶ ମଧ୍ୟବିତ୍ତ ପରିବାର। ଏହି ଦର ବୃଦ୍ଧି ମଧ୍ୟବିତ ଶ୍ରେଣୀ ଉପରେ ବୋଝ ବୋଲି ସେ କହିଥିଲେ। ବିଦ୍ୟୁତ ଶୁଳ୍କ ବଢାଇ ରାଜ୍ୟ ସରକାର ମଧ୍ୟବିତ୍ତ ପରିବାର ଓ ବ୍ୟବସାୟୀଙ୍କ ଉପରେ ଚାବୁକ ମାଡ଼ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ। ଅନ୍ୟପକ୍ଷରେ ଦୃଷ୍ଟି ଆକର୍ଷଣ ନୋଟିସରେ ପୂର୍ବତନ ଶକ୍ତିମନ୍ତ୍ରୀ ତଥା ବିଜେଡିି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଦରବୃଦ୍ଧି ସପକ୍ଷରେ ଯୁକ୍ତି ବାଢିବା ସହ ଗତ ୨୦ବର୍ଷ ମଧ୍ୟରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ପୂର୍ବାପେକ୍ଷା ବହୁ ଉନ୍ନତ ହୋଇଥିବା କହିଥିଲେ। ଅମ୍ଫନ ଓ ଫନୀ ବାତ୍ୟା ପରେ ଓଡ଼ିଶାରେ ୪ଦିନ ଭିତରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବାବେଳେ ପଶ୍ଚିମବଙ୍ଗରେ ବାତ୍ୟାର ୩୦ଦିନ ପରେ ବି ଲୋକେ ଅନ୍ଧାରରେ ରହିଥିଲେ ବୋଲି ସେ କହିଥିଲେ। ବିଜେଡିି ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ କହିଥିଲେ, ଯେଉଁ ଦରବୃଦ୍ଧି ହୋଇଛି ତାହା ରାଜକୋଷକୁ ଆସିବନି। ୪ଟି ବିତରଣ କମ୍ପାନୀର ହ୍ବିଲିଂ ଚାର୍ଜ ବା ଅପରେସନ୍ସ ଓ ମେଣ୍ଟେନାନ୍ସ ଚାର୍ଜ ଭାବେ ଏହି ଶୁଳ୍କ ନେବେ। ବିରୋଧୀମାନେ ନିଜେ ବାଉଳା ହେଉଥିବା ଘଡ଼େଇ କହିଥିଲେ। ବିଦ୍ୟୁତ୍‌ ଭଳି ପେଟ୍ରୋଲ, ଡିଜେଲ୍‌ ବି ଲୋକଙ୍କ ପାଇଁ ସେତିକି ଜରୁରୀ। ହେଲେ ଗତ ୬ମାସ ମଧ୍ୟ ପେଟ୍ରୋଲ, ଡିଜେଲ ଦର ୧୬% ବଢିଛି। ଏହା ଉପରେ କେନ୍ଦ୍ର ସରକାର ପ୍ରଥମେ ଧ୍ୟାନ ଦିଅନ୍ତୁ ବୋଲି ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri