ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଘେରିଲେ ବିରୋଧୀ

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ବିଧାନସଭା ମୌସୁମୀ ଅଧିବଶେନର ଗୁରୁବାର ତୃତୀୟ ଦିବସରେ ବିଦ୍ୟୁତ୍‌ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଗୃହରେ ବିଦ୍ୟତ୍‌ ବିଲ୍‌ ସମ୍ପର୍କିତ ମୁଲତବୀ ନୋଟିସର ଆଲୋଚନା ବେଳେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିଲେ। ୟୁନିଟ୍‌ ପିଛା ୨୦ ପଇସା ଦରବୃଦ୍ଧି ନେଇ ଓଇଆର୍‌ସିର ନିଷ୍ପତ୍ତିକୁ ଉଭୟ ଭାଜପା ଓ କଂଗ୍ରେସ ନିନ୍ଦା କରିବା ସହ କୋଭିଡ୍‌ ସମୟରେ ଏହା ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି କହିଥିଲେ। ବିଜୁଳି ଦର ବଢିବା ସପକ୍ଷରେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୁକ୍ତି ରଖୁଥିବାବେଳେ ଭାଜପା ଏହାକୁ ଜନସ୍ବାର୍ଥ ବିରୋଧୀ ବୋଲି କହିଥିଲା। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଭାଜପା ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ଶକ୍ତିମନ୍ତ୍ରୀ ନିଜ ବିବୃତିରେ କହିଥିଲେ, ସବୁ କ୍ଷେତ୍ରରେ ବହୁ ତର୍ଜମା ପରେ ଦୀର୍ଘ ୭ବର୍ଷ ପରେ ଦରବୃଦ୍ଧି କରାଯାଇଛି।
୨୦୧୩-୧୪ରେ ଶେଷଥର ପାଇଁ ବିଦ୍ୟୁତ୍‌ ଦର ବୃଦ୍ଧି ହୋଇଥିଲା। କୃଷକ ଓ ବିପିଏଲ୍‌ ପରିବାର ପାଇଁ ଏହି ଦରବୃଦ୍ଧି ହୋଇନାହିଁ। ମାସିକ ୫୦ୟୁନିଟରୁ ଅଧିକ ଖର୍ଚ୍ଚ କରୁଥିବା ଉପଭୋକ୍ତାମାନେ ବର୍ଦ୍ଧିତ ଦର ଦେବେ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ରାଜ୍ୟ ଅପେକ୍ଷା ଆମର ଦର କମ୍‌ ରହିଛି। ଏହି ଅବସରରେ ମନ୍ତ୍ରୀ କେନ୍ଦ୍ରୀୟ ସଂସ୍ଥା ଏନ୍‌ଟିପିସି, ଏନ୍‌ଏଚ୍‌ପିସି, ପିଜିସିଆଇଏଲ୍‌ ଗତ ୪ବର୍ଷ ମଧ୍ୟରେ ବୃଦ୍ଧି କରିଥିବା ବିଜୁଳି ଦରର ଉଦାହରଣ ଦେଇଥିଲେ। କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ ଶକ୍ତି କ୍ଷେତ୍ରରେ ଆର୍ଥିକ ଦୁଃସ୍ଥିତି ଦେଖାଦେଇଛି। ଗ୍ରୀଡ୍‌କୋର ଆର୍ଥିକ ନିଅଣ୍ଟ ଭରଣା ଉଦ୍ଦେଶ୍ୟରେ ବିଦ୍ୟୁତ୍‌ ଶୁଳ୍କକୁ ୪% ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଭାଜପା ବିଧାୟକ ମୋହନ ଚରଣ ମାଝି କହିଥିଲେ, ସରକାର ନିଜକୁ ବଞ୍ଚାଇବାକୁ ଗରିବଙ୍କ ତଣ୍ଟିଚିପି ମାରିଦେବାକୁ ଚାହୁଁଛନ୍ତି। କୋଭିଡ୍‌ ସମୟରେ ଲୋକେ ଜୀବନ ଜୀବିକା ହରାଇଥିବାବେଳେ ସରକାର କଟା ଘା’ରେ ଚୂନ ଦେଉଛନ୍ତି। କୌଣସି କାରଣ ଓ ଆବଶ୍ୟକତା ନ ଥାଇ ସରକାର ଦେୟ ବଢାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ରାଜ୍ୟର ୪ଟି ବିଦ୍ୟୁତ୍‌ ବିତରଣ କମ୍ପାନୀ ଉପରେ ସରକାରଙ୍କ ୫୯୬୩ କୋଟି ୨୧ ଲକ୍ଷ ଟଙ୍କା ବକେୟା ଅଛି। ସେହିଭଳି ରାଜ୍ୟର ବଡ଼ ବଡ଼ ୨୬ଟି ଶିଳ୍ପ ସଂସ୍ଥା ଉପରେ ୨,୯୪୯ କୋଟି ୬୬ଲକ୍ଷ ଟଙ୍କାର ଦେୟ ବାକିପଡ଼ିଛି। ହେଲେ ସରକାର ସେମାନଙ୍କଠାରୁ ଅର୍ଥ ଆଦାୟ ନ କରି ଗରିବ ଲୋକଙ୍କୁ ଲୁଟିବାକୁ ଚାହୁଁଛନ୍ତି। ଏହାବାଦ୍‌ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକୁ ୮୪ କୋଟି ଟଙ୍କାର ରିହାତି ଦିଆଯାଇଛି। ଏହାପରେ ବି ସରକାର ଦେୟ ବଢାଉଛନ୍ତି। ଗୋଟିଏପଟେ ନିଜକୁ ବିଦ୍ୟୁତ୍‌ ବଳକା ରାଜ୍ୟ କହି ଅନ୍ୟ ରାଜ୍ୟକୁ ବିଦ୍ୟୁତ୍‌ ବିକ୍ରି କରୁଛନ୍ତି। ୩ ଟଙ୍କା ୨୧ପଇସାରେ ଅନ୍ୟ ରାଜ୍ୟକୁ ବିକ୍ରିକରି ଆବଶ୍ୟକ ସମୟରେ କିଣିବାବେଳେ ୩ଟଙ୍କା ୮୧ ପଇସାରେ କିଣୁଛନ୍ତି। ଶସ୍ତାରେ ବିକ୍ରିକରି ମହଙ୍ଗାରେ କିଣିବାର ଅର୍ଥ କ’ଣ ବୋଲି ସେ ପଚାରିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓଡ଼ିଶା ଉଚ୍ଚା ଦରରେ ଏନ୍‌ଟିପିସି ଓ ଅନ୍ୟ ରାଜ୍ୟଠାରୁ କ’ଣପାଇଁ ବିଦ୍ୟୁତ୍‌ କିଣୁଛି ବୋଲି ପ୍ରଶ୍ନ କରିଥିଲେ। ରାଜ୍ୟ ସରକାର ମାତ୍ର ୩ଟି ରାଜ୍ୟର ଉଦାହରଣ ଦେଇ ସେମାନଙ୍କଠାରୁ ଆମର ବିଦ୍ୟୁତ ଦର କମ୍‌ ବୋଲି କହୁଛନ୍ତି। ହେଲେ ବାକି ୨୬ଟି ରାଜ୍ୟ କଥା ସରକାର କୁହନ୍ତୁ ବୋଲି ସାଲୁଜା କହିଥିଲେ।
ଭାଜପା ବିଧାୟକ ନିତ୍ୟାନନ୍ଦ ଗଣ୍ଡ କରୋନା ମହାମାରୀ ସମୟରେ ବିଦ୍ୟୁତ ଦେୟ ବଢିବା ନିନ୍ଦନୀୟ ବୋଲି କହିଥିଲେ। ରାଜ୍ୟ ସରକାର ଏଠି ଝିଣ୍ଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରୁଛନ୍ତି। ଭିତ୍ତିଭୂମି ନ ସଜାଡ଼ି ବାରମ୍ବାର ଦର ବୃଦ୍ଧି କରାଯାଉଥିବା ସେ ଅଭିଯୋଗ ଆଣିଥିଲେ। ସେହିଭଳି ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ କହିଥିଲେ, ବିପିଏଲ୍‌ ଏବଂ ଚାଷୀମାନଙ୍କ ପାଇଁ ଏହି ଦେୟ ବୃଦ୍ଧି ହୋଇ ନ ଥିବା ରାଜ୍ୟ ସରକାର କହୁଛନ୍ତି। ଓଡ଼ିଶାରେ ୯୩ଲକ୍ଷ ବିପିଏଲ୍‌ ପରିବାର ଥିବାବେଳେ ଅଧିକାଂଶ ମଧ୍ୟବିତ୍ତ ପରିବାର। ଏହି ଦର ବୃଦ୍ଧି ମଧ୍ୟବିତ ଶ୍ରେଣୀ ଉପରେ ବୋଝ ବୋଲି ସେ କହିଥିଲେ। ବିଦ୍ୟୁତ ଶୁଳ୍କ ବଢାଇ ରାଜ୍ୟ ସରକାର ମଧ୍ୟବିତ୍ତ ପରିବାର ଓ ବ୍ୟବସାୟୀଙ୍କ ଉପରେ ଚାବୁକ ମାଡ଼ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ। ଅନ୍ୟପକ୍ଷରେ ଦୃଷ୍ଟି ଆକର୍ଷଣ ନୋଟିସରେ ପୂର୍ବତନ ଶକ୍ତିମନ୍ତ୍ରୀ ତଥା ବିଜେଡିି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଦରବୃଦ୍ଧି ସପକ୍ଷରେ ଯୁକ୍ତି ବାଢିବା ସହ ଗତ ୨୦ବର୍ଷ ମଧ୍ୟରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ପୂର୍ବାପେକ୍ଷା ବହୁ ଉନ୍ନତ ହୋଇଥିବା କହିଥିଲେ। ଅମ୍ଫନ ଓ ଫନୀ ବାତ୍ୟା ପରେ ଓଡ଼ିଶାରେ ୪ଦିନ ଭିତରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବାବେଳେ ପଶ୍ଚିମବଙ୍ଗରେ ବାତ୍ୟାର ୩୦ଦିନ ପରେ ବି ଲୋକେ ଅନ୍ଧାରରେ ରହିଥିଲେ ବୋଲି ସେ କହିଥିଲେ। ବିଜେଡିି ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ କହିଥିଲେ, ଯେଉଁ ଦରବୃଦ୍ଧି ହୋଇଛି ତାହା ରାଜକୋଷକୁ ଆସିବନି। ୪ଟି ବିତରଣ କମ୍ପାନୀର ହ୍ବିଲିଂ ଚାର୍ଜ ବା ଅପରେସନ୍ସ ଓ ମେଣ୍ଟେନାନ୍ସ ଚାର୍ଜ ଭାବେ ଏହି ଶୁଳ୍କ ନେବେ। ବିରୋଧୀମାନେ ନିଜେ ବାଉଳା ହେଉଥିବା ଘଡ଼େଇ କହିଥିଲେ। ବିଦ୍ୟୁତ୍‌ ଭଳି ପେଟ୍ରୋଲ, ଡିଜେଲ୍‌ ବି ଲୋକଙ୍କ ପାଇଁ ସେତିକି ଜରୁରୀ। ହେଲେ ଗତ ୬ମାସ ମଧ୍ୟ ପେଟ୍ରୋଲ, ଡିଜେଲ ଦର ୧୬% ବଢିଛି। ଏହା ଉପରେ କେନ୍ଦ୍ର ସରକାର ପ୍ରଥମେ ଧ୍ୟାନ ଦିଅନ୍ତୁ ବୋଲି ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?