Posted inଜାତୀୟ

ଅପରେଶନ ଲୋଟସ୍‌ ଫେଲ୍‌

ହାଇଦ୍ରାବାଦ/ନୂଆଦିଲ୍ଲୀ,୨୮ା୧୦:ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ନେତୃତ୍ୱାଧୀନ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସରକାରକୁ ଭାଙ୍ଗି ରାଜ୍ୟରେ କ୍ଷମତାସୀନ ହେବା ପାଇଁ ଭାଜପା ପକ୍ଷରୁ ଚାଲିଥିବା ‘ଅପରେଶନ ଲୋଟସ୍‌’ ଫେଲ୍‌ ମାରିଛି। ଟିଆର୍‌ଏସ୍‌ ବିଧାୟକମାନଙ୍କୁ ପ୍ରଲୋଭନ ଦେଖାଇଥିବା ଭାଜପା ଏଜେଣ୍ଟମାନଙ୍କୁ ତେଲଙ୍ଗାନା ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମାତ୍ର ୪ ଜଣ ଟିଆର୍‌ଏସ୍‌ ବିଧାୟକ ଭାଜପାରେ ସାମିଲ ହୋଇଗଲେ କେସିଆର୍‌ ସରକାରଙ୍କ ପତନ ଘଟିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।
୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ କେସିଆର୍‌ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାକୁ ଦେଖି ଆସନ୍ତା ବର୍ଷ ଡିସେମ୍ବରରେ ହେବାକୁ ଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଶାସକ ଟିଆର୍‌ଏସ୍‌କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଜୋର୍‌ଦାର୍‌ ପ୍ରୟାସ ଜାରି ରହିଛି। ଏହି କ୍ରମରେ ଟିଆର୍‌ଏସ୍‌ର ୪ ବିଧାୟକଙ୍କୁ ଅର୍ଥଲୋଭ ଦେଖାଇ ଦଳ ବିରୋଧରେ ବିଦ୍ରୋହ ଘଟାଇବାକୁ ସେମାନଙ୍କୁ ପ୍ରବର୍ତ୍ତାଯାଇଥିଲା। ମୁନୁଗୋଡ୍‌ ବିଧାନସଭା ଉପନିର୍ବାଚନକୁ ସପ୍ତାହେ ବାକି ଥିବାବେଳେ ତେଲଙ୍ଗାନା ପୋଲିସ ବୁଧବାର ରାତିରେ ହାଇଦ୍ରାବାଦ ନିକଟସ୍ଥ ଏକ ଫାର୍ମହାଉସ୍‌ରୁ ବିପୁଳ ଅର୍ଥ ଜବତ କରିଛି। ଟିଆର୍‌ଏସ୍‌ର ୪ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ଭାଜପା ଏଜେଣ୍ଟମାନେ ଏହି ଅର୍ଥ ପ୍ରଦାନର ପ୍ରଲୋଭନ ଦେଖାଇଥିଲେ ବୋଲି ପୋଲିସ କହିଛି। ୪ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ୧୦୦ କୋଟି ଟଙ୍କା ଯଚାଯାଇଥିଲା। ଅବଶିଷ୍ଟ ୩ ବିଧାୟକଙ୍କୁ ୫୦ କୋଟି ଟଙ୍କା ଲେଖାଏ ଦିଆଯିବ ବୋଲି ଭାଜପା ଏଜେଣ୍ଟମାନେ ପ୍ରତିଶ୍ରୁତି ଦେଇଥିବା ଟିଆର୍‌ଏସ୍‌ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଅନ୍ୟପକ୍ଷେ ଭାଜପା କହିଛି, ଶିକାର ଉଦ୍ୟମର ଅଭିଯୋଗ ହେଉଛି ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ପ୍ରାୟୋଜିତ ଏକ ରାଜନୈତିକ ଡ୍ରାମା।
ଟିଆର୍‌ଏସ୍‌ ବିଧାୟକ ପାଇଲଟ୍‌ ରୋହିତ୍‌ ରେଡ୍ଡୀଙ୍କ ମୋଇନାବାଦର ଅଜିଜ୍‌ନଗରସ୍ଥିତ ଫାର୍ମ ହାଉସ୍‌ରେ ଚଢ଼ାଉ ବେଳେ ହରିୟାଣାର ଫରିଦାବାଦସ୍ଥିତ ଏକ ମନ୍ଦିରରେ ପୂଜକ ଥିବା ଦିଲ୍ଲୀର ସତୀଶ ଶର୍ମା(୩୩) ଓରଫ୍‌ ରାମଚନ୍ଦ୍ର ଭାରତୀ, ଆନ୍ଧ୍ରପ୍ରଦେଶର ତିରୁପତି ସନ୍ଥ ଡି. ଶ୍ୟାମାଜୀ ଏବଂ ହାଇଦ୍ରାବାଦ ବ୍ୟବସାୟୀ ନନ୍ଦକୁମାର ସେଠାରେ ଉପସ୍ଥିତ ଥିଲେ। ଫାର୍ମହାଉସ୍‌ରେ ଥିବା ଏକ କାର୍‌ରୁ ୧୫ କୋଟି ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନେ ବିଧାୟକ ପାଇଲଟଙ୍କ ସମେତ ବି. ହର୍ଷବର୍ଦ୍ଧନ ରେଡ୍ଡୀ, ଜି. ବାଲରାଜୁ ଏବଂ ରେଗାକାନ୍ତ ରାଓଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ପୋଲିସ କହିଛି। ସାଇବରାବାଦ ପୋଲିସ କମିଶନର ଷ୍ଟିଫେନ୍‌ ରବୀନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, ଟିଆର୍‌ଏସ୍‌ ବିଧାୟକମାନଙ୍କଠାରୁ ସୂଚନା ପାଇ ଉକ୍ତ ଫାର୍ମ ହାଉସ୍‌ରେ ଚଢ଼ାଉ କରାଯାଇଥିଲା। ଫାର୍ମ ହାଉସ୍‌ରେ ଥିବା ୩ ଜଣ ବ୍ୟକ୍ତି ସେମାନଙ୍କୁ ଟଙ୍କା, ଠିକା କାମ ଓ ଉଚ୍ଚ ପଦବୀ ଲୋଭ ଦେଖାଇ ଶାସକ ଦଳରେ ବିଦ୍ରୋହ ଘଟାଇବାକୁ ପ୍ରବର୍ତ୍ତାଉଥିଲେ। ପ୍ରକାଶ ଯେ, ଆସନ୍ତା ନଭେମ୍ବର ୩ରେ ମୁନୁଗୋଡ୍‌ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବଚନ ହେବ। ସ୍ଥାନୀୟ ବିଧାୟକ କୋମାତିରେଡ୍ଡୀ ରାଜଗୋପାଳ ରେଡ୍ଡୀ କିଛି ମାସ ତଳେ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ସେ ଏହି ଉପନିର୍ବାଚନରେ ଟିଆର୍‌ଏସ୍‌ର ପୂର୍ବତନ ବିଧାୟକ କୁସୁକୁନ୍ତଲା ରେଡ୍ଡୀ ଏବଂ କଂଗ୍ରେସ ପ୍ରାର୍ଥୀ ପଲ୍ଲବୀ ଶ୍ରାବନ୍ତୀ ରେଡ୍ଡୀଙ୍କ ବିରୋଧରେ ଲଢ଼ୁଛନ୍ତି।
ଟିଆର୍‌ଏସ୍‌ ସୋସିଆଲ ମିଡିଆ ଆବାହକ ଏମ୍‌. କ୍ରିଶଙ୍କ ଟୁଇଟ୍‌ କରିଛନ୍ତି, କେସିଆର୍‌ଙ୍କ ବିରୋଧରେ ଏହା ଭାଜପାର ବଡ଼ ନେତାମାନଙ୍କର ଏକ ଷଡ଼ଯନ୍ତ୍ର। ଟୁଇଟରରେ ସେ ଗିରଫ ଅଭିଯୁକ୍ତମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଏକ ଫଟୋକୁ ଶେୟାର କରିଛନ୍ତି। ଭାଜପା ନେତା ତଥା ଦଳର ଜାତୀୟ ଉପାଧ୍ୟକ୍ଷ ଡି.କେ. ଅରୁଣା କହିଛନ୍ତି, ଏହା ହେଉଛି ଟିଆର୍‌ଏସ୍‌ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଆଉ ଏକ ଡ୍ରାମା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?