Posted inଜାତୀୟ

ଅପରେଶନ୍‌ ଗଙ୍ଗା, ପୁଣି ଏୟାର ଲିଫ୍ଟ ହେଲେ ୨୫୦ ଭାରତୀୟ…

ନୂଆଦିଲ୍ଲୀ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବା ଲାଗି ଅପରେଶନ୍‌ ଗଙ୍ଗା ଆରମ୍ଭ କରାଯାଇଛି। ୨୫୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ ଉଡ଼ାଣ ରବିବାର ଦିନ ରୋମାନିଆର ରାଜଧାନୀ ବୁକାରେଷ୍ଟରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିମାନ ବନ୍ଦରରେ ଗୋଲାପ ଦେଇ ୟୁକ୍ରେନରୁ ଆଣିଥିବା ଭାରତୀୟମାନଙ୍କୁ ସ୍ବାଗତ କରିଛନ୍ତି।

ରୁଷିଆର ସେନାବାହିନୀର ଆକ୍ରମଣ ମଧ୍ୟରେ ୟୁକ୍ରେନରେ ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଶନିବାର ଏହି ଅପରେଶନ ଆରମ୍ଭ ହୋଇିଛି। ପ୍ରଥମ ଏଆଇ-୧୯୪୪ ବୁକାରେଷ୍ଟରୁ ମୁମ୍ବାଇକୁ ୨୧୯ ଜଣ ଲୋକଙ୍କୁ ଆଣିଥିଲା। ଦ୍ୱିିତୀୟ ବିମାନ ଏଆଇ-୧୯୪୨ରେ ରବିବାର ଭୋର୍‌ ପ୍ରାୟ ୨ଟା ୪୫ ସମୟରେ ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି।

ଏୟାର ଇଣ୍ଡିଆର ତୃତୀୟ ବିମାନ ଏଆଇ-୧୯୪୦ ହଙ୍ଗେରୀର ରାଜଧାନୀ ବୁଦ୍ଧାପେଷ୍ଟରୁ ଉଡ଼ାଣ ଭରିଛି ଏବଂ ରବିବାର ଦିନ ୨୪୦ ଜଣ ଭାରତୀୟଙ୍କ ସହ ଦିଲ୍ଲୀ ଫେରିବ ବୋଲି ଆଶା କରାଯାଉଛି।
ଘରକୁ ଫେରିଥିବା ଲୋକଙ୍କୁ ସିନ୍ଧିଆ କହିଛନ୍ତି ଯେ, ମୁଁ ଜାଣେ ଯେ ଆପଣ ସମସ୍ତେ ଅତ୍ୟଧିକ କଷ୍ଟଦାୟକ ସମୟ ବିତାଇଛନ୍ତି। କିନ୍ତୁ ଜାଣି ରଖନ୍ତୁ ପ୍ରତ୍ୟେକ ପଦକ୍ଷେପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କ ସହିତ ଅଛନ୍ତି। ଭାରତ ସରକାର ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ସହ ଅଛନ୍ତି ଏବଂ ପ୍ରତ୍ୟେକ ପଦକ୍ଷେପରେ ୧୩୦ କୋଟି ଭାରତୀୟ ଆପଣଙ୍କ ସହ ଅଛନ୍ତି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଆଲୋଚନା ଚାଲିଛି। ସେ କହିଛନ୍ତି ରୁଷିଆ ସରକାରଙ୍କ ସହ ମଧ୍ୟ ଆଲୋଚନା ଚାଲିଛି ଏବଂ ୟୁକ୍ରେନରୁ ପ୍ରତ୍ୟେକ ଭାରତୀୟ ଫେରିବା ପର୍ଯ୍ୟନ୍ତ ଏୟାର ଲିଫ୍ଟ ଜାରି ରହିବ।

ଏବେ ବି ୟୁକ୍ରେନ୍‌ରେ ପ୍ରାୟ ୧୬ ହଜାର ଭାରତୀୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ରୀଛାତ୍ର।

 


Enter your email to get our daily news in your inbox.

All Right Reserved By Dharitri.Com

ଓମାର ଅବଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭।୪: ଜମ୍ମୁ-କଶ୍ମୀର ବ୍ୟାଙ୍କ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ନେତା ଓମାର ଅବଦୁଲ୍ଲାଙ୍କୁ ଜେରା କରିଛି। ଋଣ ମଞ୍ଜୁରୀ ଓ...

ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲ କରି ପୁଣି କ୍ଷମା ମାଗିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୧୭।୭: ବଲିଉଉ ଅଭିନେତ୍ରୀ ତଥା ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲକ କରି ପୁଣି କ୍ଷମା ମାଗିଛନ୍ତି ଅଭିନେତା ଧର୍ମେନ୍ଦ୍ର। ନିକଟରେ ସଂସଦ ପରିସରରେ ଆୟୋଜିତ ଏକ...

ସେବା ସର୍ତ୍ତ ପୂରଣ କରୁଥିବା ମହିଳା ଅଧିକାରୀଙ୍କୁ ପେନସନ୍‌ ଦେବା ସପକ୍ଷରେ ଭାରତୀୟ ସେନା

ନୂଆଦିଲ୍ଲୀ,୧୦।୨: ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାଲାଗି ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଭାରତୀୟ ସେନା କହିଛି ଯେଉଁ ମହିଳା କର୍ମଚାରୀମାନେ ସେବା...

ମନୋହର ଲାଲ ଖଟ୍ଟରଙ୍କ ବଡ ଘୋଷଣା: ପଦନ୍ନୋତିରେ ଅନୁସୂଚିତ ଜାତିର କର୍ମଚାରୀଙ୍କୁ ମିଳିବ ସଂରକ୍ଷଣ

ଚଣ୍ଡିଗଡ଼,୪ ।୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ କାମ କରୁଥିବା ଅନୁସୂଚିତ ଜାତି(ଏସସି)...

ବଳାତ୍କାରକୁ ନା କରିବାରୁ ହତ୍ୟା

ହଜାରିବାଗ,୨୩ା୧: ଜାନୁୟାରୀ ୭ ତାରିଖର ଘଟଣା। ଝାଡ଼ଖଣ୍ଡର ହଜାରିବାଗରେ ଜଣେ ୨୩ ବର୍ଷୀୟା ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣକ ଏହାକୁ...

ମରଣୋତ୍ତର ଭାବେ ‘କର୍ନାଟକ ରତ୍ନ’ରେ ସମ୍ମାନୀତ ହେବେ ଅଭିନେତା ପୁନିଥ ରାଜକୁମାର

ବେଙ୍ଗାଲୁରୁ,୬ ।୮: କନ୍ନଡ ଅଭିନେତା ପୁନିଥ ରାଜକୁମାର ଆମ ଗହଣରେ ନାହନ୍ତି ସତ, ହେଲେ ତାଙ୍କ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଅଭୁଲା ହୋଇ...

ଗୁଜରାଟ ବିଧାନସଭା ପାଇଁ ଆଜିଠାରୁ ମୋଦିଙ୍କ ମାରାଥନ ରାଲି, ପ୍ରାୟ ୨୫ ଜନସଭାକୁ କରିବେ ସମ୍ବୋଧନ

ନୂଆଦିଲ୍ଲୀ,୧୯ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପ୍ରାୟ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରି ସାରିଛନ୍ତି ।...

ଅନୁଚ୍ଛେଦ ୩୭୦ ହଟିବା ପରେ ୭୫ କମିଛି ଅନୁପ୍ରବେଶ ଘଟଣା…

ନୂଆଦିଲ୍ଲୀ,୧୩।୧୨ : ଜମ୍ମୁ-କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସୀମା ପାର ଆତଙ୍କବାଦକୁ ମୁକାବିଲା କରିବା ପାଇଁ...

Advertisement
Archives

Model This Week