Posted inଖେଳ

କଫି ଅଫର୍‌ କଲେ ‘ହିଟ୍‌ମ୍ୟାନ୍‌’

ଧର୍ମଶାଳା,୨୭।୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୫ ଉଇକେଟ ହରାଇ ୧୮୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ତିନି ଉଇକେଟ ହରାଇ ୧୭.୧ ଓଭରରେ ଟାର୍ଗେଟ ହାସଲ କରିଥିଲା। ଶ୍ରେୟାସ ଆୟର ୪୪ ବଲରୁ ୭୪ ରନର ଅପରାଜିତ ଇନିଂସ ଖେଳିଥିଲେ।
ମ୍ୟାଚ ସମୟରେ ଭାରତୀୟ ଖେଳାଳିମାନେ ପଡ଼ିଆରେ ମଜା କରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ ସମୟରେ ରୋହିତ ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିସିସିଆଇ ମଧ୍ୟ ଏହାକୁ ଶେୟାର କରିଛି। ୧୫ ସେକେଣ୍ଡର ଭିଡିଓରେ ଅଧିନାୟକ ରୋହିତ ଶର୍ମା ଧର୍ମଶାଳାର ଶୀତଦିନେ କଫି ପିଉଥିବାର ନଜର ଆସିଛନ୍ତି। ଏହି ସମୟରେ, କ୍ୟାମେରାମ୍ୟାନ ସେମାନଙ୍କ ଉପରେ ଫୋକସ୍‌ ଦିଅନ୍ତି। କ୍ୟାମେରାକୁ ଦେଖିବା ମାତ୍ରେ ରୋହିତ କମେଣ୍ଟେଟର୍‌ ଏବଂ କ୍ୟାମେରାମ୍ୟାନଙ୍କୁ କଫି ଅଫ୍ୟର୍‌ କରୁଥିବାର ଦେଖାଯାଏ। ଏହା ପରେ, ଶେଷରେ ରୋହିତ ହସିବା ଆରମ୍ଭ କରି ପୁଣି କଫି ପିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଭାଗରେ ପଡ଼ିଲା ନାହିଁ ଟସ୍‌

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭାଗରେ ଟସ୍‌ ପଡ଼ିନାହିଁ। ଯାହା...

ଇତିହାସ ରଚିଲେ ୟୁଏଇ ଖେଳାଳି

ସିଡନୀ,୧୬।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏକ ଟୁର୍ନାମେଣ୍ଟର ଏକ ପ୍ରମୁଖ ରେକର୍ଡ ଭାଙ୍ଗିଗଲା। ୟୁଏଇର ଆୟାନ ଅଫଜାଲ ଖାନ ନେଦରଲାଣ୍ଡ...

୩ ଭାରତୀୟ ବାସ୍କେଟବଲ ଖେଳାଳି ଅଟକ

ନୂଆଦିଲ୍ଲୀ,୮।୧୧- ଦେଶର ଟପ୍‌ ବାସ୍କେଟବଲ ଖେଳାଳି ଅମଜ୍ୟୋତ ସିଂ, ଅର୍ଶପ୍ରୀତ ଭୁଲାର ଓ ଅମରିତପଲ ସିଂଙ୍କୁ ବୁଧବାର ରାତିରେ ବିଦ୍ୟାନଗର ଥାନା ଲକ ଅଫ୍‌ରେ ୪...

୪୨ ବର୍ଷରେ ଚମତ୍କାର ରେକର୍ଡ କଲେ ଏହି କ୍ରିକେଟର୍‌

ଲଣ୍ଡନ,୧୦।୮: ଏମଏସ ଧୋନୀଙ୍କ ଦଳର ଚେନ୍ନାଇ ସୁପର କିଙ୍ଗ୍ସର ସବୁଠାରୁ ଅଭିଜ୍ଞ ବୋଲର ଇମ୍ରାନ ତାହିର ଦି ହଣ୍ଡ୍ରେଣ୍ଡ ଲିଗରେ ଏକ ଚମତ୍କାର ବୋଲିଂ କରିଥିଲେ।...

ଏଟିପି ଫାଇନାଲ୍ସ: ଥିମ୍‌- ମେଡ୍‌ଭେଡେଭ ଫାଇନାଲ ମୁକାବିଲା

ଲଣ୍ଡନ,୨୩।୧୧(ଏପି): ବର୍ଷ ଶେଷରେ ଏଠାରେ ଚାଲିଥିବା ହାଇପ୍ରୋଫାଇଲ ଏଟିପି ଫାଇନାଲ୍ସ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଏହି ଇନ୍‌ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟ...

ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ଡ୍ର’ରେ ଅଙ୍କିତା

ମେଲବୋର୍ନ,୮।୨(ପି.ଟି.): ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ମୁଖ୍ୟ ଡ୍ର’ରେ ସାମିଲ ହୋଇଛନ୍ତି। ପଞ୍ଚମ ଭାରତୀୟ...

୧୭ ଭାରତୀୟ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି

ନୂଆଦିଲ୍ଲୀ,୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁରେ ମେଗା ଅକ୍‌ଶନ ହେବ। ଖେଳାଳିଙ୍କ ସର୍ବାଧିକ...

ହାମିଲଟନଙ୍କୁ ପୋଲ୍‌ ପୋଜିଶନ

ପୋର୍ଟିମାଓ, ୨୫ା୧୦ (ଏପି)-ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲଟେରି ବୋଟାସ୍‌ଙ୍କୁ ପଛରେ ପକାଇ ଲୁଇସ୍‌ ହାମିଲଟନ ପର୍ତ୍ତୁଗିଜ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ପାଇଁ ପୋଲ୍‌ ପୋଜିଶନ ହାସଲ...

Advertisement
Archives

Model This Week