Posted inଫୁରସତ

ପାଟିରେ ସାପ ରଖି ମୃତ ଯୁବକଙ୍କୁ ଝାଡ଼ିଲେ ତାନ୍ତ୍ରିକ

ଲକ୍ଷ୍ନୌ, ୧୪।୯: ଉତ୍ତର ପ୍ରଦେଶ ଗୋଣ୍ଡା ଜିଲା କୋତଓ୍ବାଲି ଅଞ୍ଚଳରୁ ଅନ୍ଧବିଶ୍ୱାସର ଏକ ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ରାତିରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ଭାଇ-ଭଉଣୀକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହାପରେ ପରିବାର ଲୋକ ଶୀଘ୍ର ଉଭୟଙ୍କୁ ହସ୍ପିଟାଲ ନେଇଯାଇଥିଲେ। ଯେଉଁଠାରେ ଡାକ୍ତର ଭାଇକୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ଏହାପରେ ମୃତ ଯୁବକର ଶବ ଧରି ଅନ୍ତିମ ସଂସ୍କାର ପାଇଁ ଗ୍ରାମକୁ ଆସିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତନ୍ତ୍ର ବଳରେ ମୃତ ଯୁବକଙ୍କୁ ପୁନର୍ଜୀବିତ କରିଦେବେ ବୋଲି ଦାବି କରିଥିଲେ। ନିଜକୁ ତାନ୍ତ୍ରିକ ବୋଲି ଦାବି କରିଥିବା ସେହି ବ୍ୟକ୍ତିର କଥା ଅନୁସାରେ ମୃତ ଯୁବକର ଶବକୁ ଗ୍ରାମ ବାହାରକୁ ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ମନ୍ତ୍ର ତନ୍ତ୍ରର ଖେଳ। ତନ୍ତ୍ର କରୁଥିବା ବ୍ୟକ୍ତି ମୃତ ଯୁବକଙ୍କ ପାଟିରେ ଏକ ଜୀବନ୍ତ ସାପ ରଖି କାନରେ ଫୁଙ୍କିବାକୁ ଲାଗିଥିଲେ। ଅନ୍ଧବିଶ୍ୱାସର ଏହି ଖେଳ ୩ ଘଣ୍ଟା ଚାଲିଥିବାବେଳେ ଶହ ଶହ ସଂଖ୍ୟାରେ ଲୋକ ଏହାକୁ ଦେଖୁଥିଲେ। ଶେଷରେ କୌଣସି ସୁଫଳ ମିଳି ନ ଥିଲା। ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଯୁବକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ସମାଧାନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଗଣିତ ସମାଧାନରେ ଗ୍ରୀକ୍‌ ଚିହ୍ନ ‘ପାଇ’ ହେଉଛି ଏକ ସ୍ଥିରାଙ୍କ । ଏହା ଦ୍ୱାରା ଜ୍ୟାମିତିକ ଗଣିତରେ ବୃତ୍ତର କ୍ଷେତ୍ରଫଳ ଏବଂ ଗୋଲକର ଆୟତନ ସହିତ...

୭୦ ହଜାର ବର୍ଷ ତଳେ ମଧ୍ୟ ଅନ୍ତିମ ସଂସ୍କାର କରୁଥିଲା ମଣିଷ

ବାଗଦାଦ୍‌,୧୯।୨: ମଣିଷ ଅନ୍ତିମ ସଂସ୍କାର କରିବା ପରମ୍ପରା କେତେ ପୁରାତନ ସେ ନେଇ ତର୍କ ଜାରି ରହିଛି। ସମ୍ପ୍ରତି ଇରାକରୁ ମିଳିଥିବା ନିଅନଡର୍ଥାଲ୍‌ ଯୁଗର ଏକ...

ଛୋଟ ସ୍କଟ୍‌ ପିନ୍ଧି ସ୍କୁଲ ଆସିବାକୁ ଛାତ୍ରୀ ମନା କରିବାରୁ…

ଦୁନିଆରେ କିଛି ସ୍କୁଲ ଅଛି, ଯେଉଁଠି ଛାତ୍ରୀମାନଙ୍କୁ ଛୋଟ ସ୍କଟ୍‌ ପିନ୍ଧିବାକୁ ପଡ଼ିଥାଏ। ମାତ୍ର ଏପରି ୟୁନିଫର୍ମ ପିନ୍ଧି ଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।...

ଉଦ୍‌ଘାଟନ…

ବିଭିନ୍ନ ସୂତ୍ରରୁ ମିଳିଥିବା ବହୁ ଉପୁରି ଅର୍ଥରେ ଅନେକଦିନର ପ୍ରତୀକ୍ଷା ପରେ କେଳୁପଡ଼ା ଗାଁରେ ଖେଳିଯାଇଥିଲା ଖୁସିର ଲହରି । ସଞ୍ଜବୁଡ଼ିଲେ ବୁଢ଼ାବୁଢ଼ୀମାନେ ଯେଉଁ ଭାଗବତ...

ଭାବନାକୁ ଟାଇପ୍‌ କରିବ ଫେସ୍‌ବୁକ ଏଆର୍‌ ଡିଭାଇସ୍‌

ସାନ୍‌ଫ୍ରନସିସ୍କୋ:ଫେସ୍‌ବୁକ ଏକ ବ୍ରେନ୍‌ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ କରିପାରିବ। ୨୦୧୮ରେ କମ୍ପାନୀ ତା’ର ବ୍ରେନ୍‌...

ଯନ୍ତ୍ରଣାମୁକ୍ତ ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକ ଗୁରୁତ୍ୱପୂର୍ଣ୍ଣ

ସମ୍ପ୍ରତି ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହା ବିନା ସାଧାରଣ ପରୀକ୍ଷାଠାରୁ ଆରମ୍ଭ କରି ଛୋଟ ଅବା ବଡ଼ ଅପରେଶନ ସମ୍ଭବ ହୋଇପାରି...

ଜ୍ୱାଳାମୁଖୀରେ ପିଜ୍ଜା ତିଆରି

ଗୁଆଟେମାଲା ସିଟି ବହୁତ ଲୋକଙ୍କ ଦେଶ ଓ ଦୁନିଆ ବୁଲିବାର ସଉକ ରହିଥାଏ। ଏହା ତାଙ୍କୁ ଭିନ୍ନ ଜୀବନଶୈଳୀ ଏବଂ ଅନେକ କିଛି ଶିଖିବାରେ ସାହାଯ୍ୟ...

ରାସ୍ତାରେ ଯାଉଥିଲା କାର୍‌, ହଠାତ୍‌ ଭାଙ୍ଗିପଡ଼ିଲା ଇଲେକ୍ଟ୍ରି ପୋଲ୍‌, ଭିଡିଓ ଦେଖିଲେ..

ଦୁର୍ଘଟଣା କାହା ସହିତ କେତେବେଳେ ଘଟିବ କହିବ ହେବ ନାହିଁ। ବ୍ୟକ୍ତି ଯେତେ ସତର୍କ ରହିବାକୁ ଚେଷ୍ଟା କରନ୍ତୁ ନା କାହିଁକି, ଯଦି ଏହା ଘଟିବାର...

Advertisement
Archives

Model This Week